ନସିଂହୋମ୍ ଉପରେ ଆତର୍କିତ ଚଢ଼ାଉ

ନସିଂହୋମ୍ ଉପରେ ଆତର୍କିତ ଚଢ଼ାଉ

ଫୋକସ ପ୍ଲସ ୪/୬/୨୨(ତାଳଚେର): ନସିଂହୋମ୍ ଅଟ୍ଟାଳିକା ଉପରେ ଚଢ଼ାଉ ତାଳଚେର ଆଜି ମୋନାଲିସା ନସିଂହୋମରେ ପୌରପରିଷଦ ଓ ଅନୁଗୋଳ ତାମଡ଼ା ପକ୍ଷରୁ ସଂଘବଦ୍ଧଭାବେ ଆତର୍କିତ ଚଢ଼ାଉ କରାଯାଉଥିବା ଘଟଣାକୁ ନେଇ ତାଳଚେର ସହରେ ବେଆଇନ୍ ଗଢ଼ି ଉଠିଥିବା ଅଟ୍ଟାଳିକା ନିର୍ମାଣକୁ ନେଇ ଘରମାଲିକଙ୍କ ମହଲରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏହି ଅଂଚଳ ଭୂତଳ କୋଇଲା ଖଣି ପାଇଁ ତାମଡ଼ା ପକ୍ଷରୁ ବଡ଼ବଡ଼ ଅଟ୍ଟାଳିକା ନିର୍ମାଣ ନକରିବାକୁ ବାରଣ କରାଯାଇଛି । ମାତ୍ର ଏହାକୁ ଖାତିରନକରି ପ୍ରଭାବଶାଳୀ ବ୍ୟକ୍ତିମାନେ ବିରାଟ ବିରାଟ ଅଟ୍ଟାଳିକା ଖୋଦ୍ ତାଳଚେର ନିସିଦ୍ଧ ଅଂଚଳ ଗୁଡ଼ିକରେ ତିନିମହଲାରୁ ୪ମହଲା ଅଟ୍ଟାଳିକାମାନaଗଢ଼ି ଉଠିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସେପରି କୌଣସି ରୋକ ଲଗାଯାଉ ନାହିଁ । ଏହି ପରିପ୍ରେକ୍ଷୀରେ ଆଜି ତାଳଚେର ଅମଲାପଡ଼ା ସ୍ଥିତ ମୋନାଲିସା ନସିଂହୋମରେ ବେଆଇନ୍ ଅଟ୍ଟାଳିକାକୁ ନେଇ ଚଢ଼ାଉ ଜାରି ରହିଥିବା କୁହାଯାଉଛି । ଏହି ବିରଟାକାୟ ଅଟ୍ଟାଳିକାକୁ ନେଇ ତାମଡ଼ା ଆଗରୁ ନୋଟିସ୍ ଜାରି କରିଥିଲେ ମଧ୍ୟ ଘରମାଲିକା ଖାତିରନକରି ଦୁଇମହଲାରୁ ଚାରିମହଲା ବିଶିଷ୍ଟ ଅଟ୍ଟାଳିକା ନିର୍ମାଣ କରିସାରିଛନ୍ତି । ଏହି ଅଭିଯୋଗକୁ ଆଧାରକରି ଆଜି ମିଳିତଭାବେ ଚଢ଼ାଉ କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।

Related post

ଭତ୍ତା ଟଙ୍କାରୁ ବଞ୍ଚିତ ଅସହାୟ ବୃଦ୍ଧା

ଭତ୍ତା ଟଙ୍କାରୁ ବଞ୍ଚିତ ଅସହାୟ ବୃଦ୍ଧା

ଫୋକସ ପ୍ଲସ (ଦଶମନ୍ତପୁର) ୦୫/୦୭/୨୦୨୨: ଜଣେ ଅସହାୟ ବୃଦ୍ଧାଙ୍କ ଆଧାର କାର୍ଡ ନଥିବା ରୁ ଏକ ବର୍ଷ ହେଲା ପଞ୍ଚାୟତ ପକ୍ଷରୁ ଭତ୍ତା ଟଙ୍କା ଦିଆ ଯାଉନ ଥିବା…

ଜମି ବିବାଦକୁ ନେଇ ରକ୍ତାକ୍ତ ସଂଘର୍ଷ

ଫୋକସ ପ୍ଲସ (ଗଜପତି) ୦୫/୦୭/୨୦୨୨: ଗଜପତି ଜିଲ୍ଲା ମୋହନା ବ୍ଲକରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସରକାରୀ ଜମିକୁ ନେଇ ବାଦ ବିବାଦ ଓ ରକ୍ତାକ୍ତ ସଂଘର୍ଷ।…
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୯.୩୬ କୋଟି ଟଙ୍କା ମଞ୍ଜୁର

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୯.୩୬ କୋଟି ଟଙ୍କା ମଞ୍ଜୁର

ଫୋକସ ପ୍ଲସ (ଭୁବନେଶ୍ୱର) ୦୫/୦୭/୨୦୨୨: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ୫୫ ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ପାଇଁ ଦ୍ଵିତୀୟ…

Leave a Reply

Your email address will not be published.