ଅଙ୍ଗନବାଡି ରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଶିଶୁ

ଅଙ୍ଗନବାଡି ରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଶିଶୁ

ଫୋକସ ପ୍ଲସ ୪/୬/୨୨(ତୁମୁଡିବନ୍ଧ): ତୁମୁଡିବନ୍ଧ ବ୍ଲକ ବେନାରବାହାଲ ଅଙ୍ଗନବାଡି କେନ୍ଦ୍ରରେ ଗୁରୁବାର ସକାଳେ ଆଠ ଘଂଟିକା ସମୟରେ ଶିଶୁ ମାନଙ୍କ ପାଇଁ ଭୋଜନ ପ୍ରସ୍ତୁତି ସମୟରେ ରନ୍ଧନ ଗ୍ୟାସ ଲିକ ହେଈ ଅଙ୍ଗନବାଡି କେନ୍ଦ୍ରର ରୋଷେଇ ଗୃହରେ ହୁ ହୁ ହେଈ ଲାଗିଥିଲା ନିଆ l ନିଆ ଲାଗିବା ପରେ ଅଙ୍ଗନବାଡି ହେଲ୍ପର ଭୟରେ ଚିଲେଇ ଡାକିବା ପରେ ଅଙ୍ଗନବାଡି କେନ୍ଦ୍ର ପାଖେ ଏକ ନଳକୂପ ରେ କିଛି ଯୁବକ ଠିଆ ହେଇଥିଲେ ସେମାନେ ଶୁଣିବା ପରେ ନିଜ ଜୀବନ କୁ ବାଜିଲଗେଇ ଅଙ୍ଗନବାଡି ଗୃହ ରେ ରେ ଫସିଯାଇଥିବା ପାଞ୍ଚ ଜଣ କୋମଳମତି ଶିଶୁ ଙ୍କୁ ଉଦ୍ଧାର କରିଥିଲେ ଅନ୍ୟପଟେ ଅଙ୍ଗନବାଡି ହେଲ୍ପର ଅତି ଚତୁରତା ର ସହିତ ଗ୍ୟାସ ର ମୁଖ୍ୟ ସୁଇଚ କୁ ବନ୍ଧ କରିବା ପରେ ନିଆ ଲିଭିଥିଲା l ଅନ୍ୟପଟେ ତୁମୁଡିବନ୍ଧ ବ୍ଲକ ସମ୍ମନିତ ଶିଶୁ ବିକାଶ ଅଧିକାରୀ ଶ୍ରୀମତୀ ପ୍ରତିମା ପ୍ରଧାନ ପ୍ରତ୍ରୀକ୍ରିୟା ରଖିଛନ୍ତି ଯେ ଅଙ୍ଗନବାଡି କେନ୍ଦ୍ରରେ ଲାଗିଥିବା ରନ୍ଧନ ଗ୍ୟାସ ର ପାଇପ ଅତି ନିମ୍ନମାନର ଯାହାଦ୍ୱାରା ଗ୍ୟାସ ର ପ୍ରେସର କୁ ସମ୍ଭାଳି ନପାରି ଜଳିଯାଇଛି l ଅଙ୍ଗନବାଡି ରେ ଲାଗିଥିବା ଗ୍ୟାସ ଚାରି ବର୍ଷ ପୂର୍ବରୁ ତୁମୁଡିବନ୍ଧ ଗ୍ରାମ ପଞ୍ଚାୟତ ଅଫିସ ଦ୍ୱାରା ବଣ୍ଟନ କରାଯାଇଛି ଯେ ଶିଶୁ ମାନଙ୍କ ପାଇଁ ଉତ୍ତମ ମାନର ଖାଦ୍ୟ ଶୀଘ୍ର ପ୍ରସ୍ତୁତି ପାଇଁ ଦେଇଥିବାବେଳେ ଗ୍ୟାସ ସଂଯୋଗ ପାଇଁ ଦେଇଥିବା ପାଇପ ଅତି ନିମ୍ନମାନର ଅନ୍ୟପଟେ ଅଙ୍ଗନବାଡି ହେଲ୍ପର ରନ୍ଧନ ଗ୍ୟାସ ବ୍ୟବହାର ସମନ୍ଦିୟ କୋଣସି ପ୍ରକାରର ତାଲିମ ପାଇନାହାନ୍ତି l ବର୍ତମାନ ଶିଶୁ ମାନଙ୍କ ଅଭିଭାବକ ଭୟଭୀତ ହେଇକି ଅଛନ୍ତି ଶିଶୁ ମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି l

Related post

ବନ ବିଭାଗ ର ନିଷ୍କ୍ରିୟତା, ବୃଦ୍ଧି ପାଉଛି ବେଆଇନ କରତକଳ

ବନ ବିଭାଗ ର ନିଷ୍କ୍ରିୟତା, ବୃଦ୍ଧି ପାଉଛି ବେଆଇନ କରତକଳ

ଫୋକସ ପ୍ଲସ (ନିମାପଡ଼ା) ୦୭/୦୭/୨୦୨୨: ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ, ଅସ୍ତରଙ୍ଗ ଓ ଗୋପ ବନାଞ୍ଚଳ ରେଞ୍ଜର ଙ୍କ ନିଷ୍କ୍ରିୟତା କାରଣ ରୁ ନିମାପଡା, ଗୋପ, ତୁଳସୀପୁର, ଆମ୍ପୋର,ବେଲପଡା,…
ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଫୋକସ ପ୍ଲସ (ଲମତାପୁଟ) ୦୭/୦୭/୨୦୨୨: ଆଦିବାସୀ ଅଦ୍ୟୁଷିତ କୋରାପୁଟ ଜିଲ୍ଲା ଉପାନ୍ତ ଲମତାପୁଟ ବ୍ଲକ୍ ବାଲେଲ ପଞ୍ଚାୟତ ପିପଲପୁଟ ଗ୍ରାମର ଗୋରିବ ଆଦିବାସୀ ପରିବାରର ଯୁବକ ନକୁଳ ବଡନାୟକ…
ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ଫୋକସ ପ୍ଲସ (ଜଳେଶ୍ୱର) ୦୭/୦୭/୨୦୨୨: ହସପିଟାଲ ବେଡ୍ ରେ ପଡି ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ସ୍ବାମୀ , ଏପଟେ ସ୍ବାମୀ ଙ୍କ ଜୀବନ ବଞ୍ଚାଇବା ପାଂଇ…

Leave a Reply

Your email address will not be published.