ବିନାସୂଚନା ଫଳକରେ ଚାଲିଛି ପୋଖରୀ ପୁନଃଉଦ୍ଧାର କାର୍ଯ୍ୟ

ବିନାସୂଚନା ଫଳକରେ ଚାଲିଛି ପୋଖରୀ ପୁନଃଉଦ୍ଧାର କାର୍ଯ୍ୟ

ଫୋକସ ପ୍ଲସ ୪/୬/୨୨(କୋକସରା): କୋକସରା ବ୍ଲକ ଡହଗାଁ ପଞ୍ଚାୟତ ସାରସ୍‌ମାଲ ଗ୍ରାମର ବୁଢ଼ାବନ୍ଦ ପୋଖରୀ ପୁନଃଉଦ୍ଧାର କାର୍ଯ୍ୟ ବିନାସୂଚନା ଫଳକରେ ଚାଲିଛି । ଫଳରେ କାର୍ଯ୍ୟ ପ୍ରତି ସଂଦେହ ସୃଷ୍ଟି ହେଉଛି । ନିୟମ ଅନୁଯାଇ ଯେ’ କୌଣସି ସରକାରୀ କାର୍ଯ୍ୟ ଆରମ୍ଭ ପୂର୍ବରୁ ସୂଚନା ଫଳକ ନିର୍ମାଣ କରିବା ବାଧ୍ୟତା ମୂଲକ ରହିଛି । ଏମିତିକି ସୂଚନା ଫଳକ ନିର୍ମାଣ କରା ନଯିବା ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ମଧ୍ୟ ହୋଇପାରିବ ନାହିଁ । ମାତ୍ର ଏଠାରେ ସମସ୍ତ ନିତି ନିୟମର ଉଲ୍ଲଘଂନ କରାଯାଇ ପୋଖରୀ ପୁନଃଉଦ୍ଧାର କାର୍ଯ୍ୟ କରାଯାଉଛି । ସୂଚନା ଫଳକ ନ ଥିବାରୁ କାର୍ଯ୍ୟର ସଠିକ ସୂଚନା ଲୋକେ ଜାଣିପାରୁ ନଥିବା ବେଳେ ସାଧାରଣ ଲୋକଙ୍କୁ ଅନ୍ଧାରରେ ରଖିବା କିଛି ଉଦ୍ଦେଶ୍ୟ ରହିଛି ବୋଲି ଆଲୋଚନା ହେଉଛି । ଏହି ପୋଖରୀ ପୁନଃଉଦ୍ଧାର କାର୍ଯ୍ୟ ଏସ୍‌ଏଫସି ଯୋଜନାରେ ଚାଳିଥିବା ବିଭାଗୀୟ ସୁତ୍ରରୁ ଜଣାପଡିଛି । ପୋଖରୀ ପୁନଃଉଦ୍ଧାର କାର୍ଯ୍ୟ କୁ ବିଭାଗୀୟ ସମ୍ପାଦନା ହେଉଥିବା କୁହାଯାଉଛି । ହେଲେ ବିଭାଗୀୟ ଯନ୍ତ୍ରୀ କିମ୍ବା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କାର୍ଯ୍ୟ ସ୍ଥଳରେ ଉପସ୍ଥିତ ରହୁ ନାହଁନ୍ତି । କାର୍ଯ୍ୟକୁ ସ୍ଥାନୀୟ ଜଣେ ଠିକାଦାର ମେସିନ ମାଧ୍ୟମରେ ଜୋରସୋରରେ କରୁଥିବା ଦେଖିବାକୁ ମିଲିଛି । ଠିକାଦାର ସହ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀ ବେଶ୍ ମୁନାଫା ଉଠାଇବା ଯୋଜନା କରୁଥିବା ଚର୍ଚ୍ଚା ହେଉଛି । କୋକସରା ବ୍ଲକରେ ଏକାଧିକ କାର୍ଯ୍ୟ ବିନାସୂଚନା ଫଳକ ଓ ଯନ୍ତ୍ରୀଙ୍କ ଅନୁପସ୍ଥତିରେ ଚାଲିବା କିଛି ନୂଆକଥା ନୁହେଁ । ଏହା ଚିରାଚରିତ ଭାବରେ ଅନେକ ଦିନରୁ ଚାଲି ଆସୁଥିବା ବେଳେ ଏଥିପ୍ରତି କାହାରି ନଜର ନାହିଁ । ଫଳରେ ଠିକାଦରା ଙ୍କ ମର୍ଜିରେ କାର୍ଯ୍ୟ ଚାଲୁଥିବା ନେଇ ଜନ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଏ ନେଇ ଡହଗାଁ ପଞ୍ଚାୟତ ଜିପିଟିଏ ପଞ୍ଚାନନ ବିଷୋୟୀଙ୍କ ପ୍ରତିକ୍ରିୟା ନେବାରୁ ଏସ୍‌ଏଫସି ଯୋଜନାରେ କାମ ଚାଲିଛି, କାର୍ଯ୍ୟର କେତେ ଅଟକଲ ମୂଲ୍ୟ ରହିଛି ତାହାର ସଠିକ୍ ତଥ୍ୟ ଦେଇ ପାରିନ ଥିଲେ । ଏବଂ ସୂଚନା ଫଳକ କଥା ପଚାରିବାରୁ ଲାଗିନଥିଲା ତୁରନ୍ତ ଲଗାଇ ଦିଆଯିବ ବୋଲି କହିଛନ୍ତି ।

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *