
ରାଇରଙ୍ଗପୁର ଗୁଳିମାଡ଼ ଘଟଣାରେ ୫ ଗିରଫ
- Breaking newsଅପରାଧ
- June 7, 2022
- No Comment
- 203
ଫୋକସ ପ୍ଲସ ୭/୬/୨୨(କୋକସରା):ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ହାଟବାଦଡା ସାପ୍ତାହିକ ଗୋରୁ ହାଟରେ ଗୁଳିକାଣ୍ଡ ଘଟଣାରେ ୫ ଗିରଫ, ଅଧିକ ତଦନ୍ତ ଜାରି ।ସୂଚନା ଅନୁଯାୟୀ, ଗତ ୨୫ ତାରିଖରେ ସକାଳୁ ପ୍ରାୟ ୫ ଟା ସମୟରେ ପଶ୍ଚିମବଙ୍ଗ ଜମ୍ବାଲି ଥାନାର ଜାମସୁଦ ଅଲ୍ଲୀ ନାମକ ଜଣେ ଗୋରୁ ବେପାରୀ ଗୋରୁ କିଣିବା ପାଇଁ ହାଟବାଦଡା ସାପ୍ତାହିକ ହାଟକୁ ଆସିଥିଲେ। ସେହି ସମୟରେ ଦୁଇଟି ବାଇକ ରେ ଚାରିଜଣ ଦୁର୍ବୃତ୍ତ ଆସି ଗୋ ବ୍ୟବସାୟୀଙ୍କ ଉପରକୁ ଅତର୍କିତ ଗୁଳି ମାଡ଼ କରି ୨୦ ଲକ୍ଷ ଟଙ୍କା ଲୁଟ କରି ଆଖି ପିଛୁଳାକେ ଫେରାର ହୋଇ ଯାଇଥିଲେ। ଯାହା ଫଳରେ ଛାତିରେ ଚାରି ରାଉଣ୍ଡ ଗୁଳି ବାଜିଥିବା ବେଳେ ଗୁଳିମାଡ଼ ହୋଇଥିବା ବ୍ୟକ୍ତି ଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ହସ୍ପିଟାଲ ଅଣାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ସେହି ଘଟଣାରେ ପ୍ରାଥମିକ ତଦନ୍ତରୁ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଗୋଟିଏ ଟ୍ରାକ୍ଟର, ବାଇକ, ନଗଦ ଟଙ୍କା ସହିତ ବନ୍ଧୁ ଜବତ କରାଯାଇଛି। ଏଥି ସହିତ ଗୁଳିମାଡ଼ ଘଟଣା ଝାଡ଼ଖଣ୍ଡ ଏବଂ ବେଙ୍ଗଲ ରାଜ୍ୟ ସହିତ ସମ୍ପୃକ୍ତି ଥିବାରୁ ତଦନ୍ତ ଜାରି ରହିଛି।
ମୟୂରଭଞ୍ଜ ରୁ ତରୁଣ କୁମାର ଦାସ ଙ୍କ ରିପୋର୍ଟ ଫୋକସ ପ୍ଲସ