ଖରାବର୍ଷା ଖାଇ ପାଠ ପଢୁଛନ୍ତି  ଛାତ୍ରଛାତ୍ରୀ

ଖରାବର୍ଷା ଖାଇ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ

ଫୋକସ ପ୍ଲସ ୭/୬/୨୨(ଆନନ୍ଦପୁର):କେନ୍ଦ୍ରକୁ ରୂପାନ୍ତରିତ କରୁଥିବା ବେଳେ ଏହି ଗୁହାଳିଆ ଅଙ୍ଗନବାଡ଼ି କେନ୍ଦ୍ରକୁ କାହିଁକି ଅଣଦେଖା କରାଯାଉଛି, ସୂଚନା ଅନୁଯାଇ ଆନନ୍ଦପୁର ବ୍ଲକ ଅନ୍ତର୍ଗତ ବାଇଲୋ ପଞ୍ଚାୟତ ଗୁହାଳିଆ ଗ୍ରାମରେ ଦୀର୍ଘଦିନ ହେବ ଅଙ୍ଗନବାଡି କେନ୍ଦ୍ରଟି ଭାଙ୍ଗିରୁଜି ଯାଇ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି ।ଏହି ଗୁହାଳିଆ ଅଙ୍ଗନବାଡ଼ି କେନ୍ଦ୍ରରେ ମୋଟ 40ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଏ ବିଷୟରେ ବାରମ୍ବାର ପଞ୍ଚାୟତର ସରପଞ୍ଚ ଏବଂ ବ୍ଲକରେ ବିଡ଼ିଓ ଓ ବିଭାଗୀୟ ସିଡିପିଓ ଙ୍କୁ ଅଭିଯୋଗ ଜଣାଇବା ସତ୍ୱ ମଧ୍ୟ ଏଥିପ୍ରତି କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବା ଅଙ୍ଗନବାଡ଼ି ଦିଦି ତିଳତମା ଜେନା ଏବଂ ଗ୍ରାମବାସୀ ମାନେ ମିଶି ମିଡିଆ ସାମ୍ନାରେ ଅଭିଯୋଗ କରିଛନ୍ତି । ପୁରୁଣା ଅଙ୍ଗନବାଡ଼ି ଘରଟି ଭାଙ୍ଗିଯାଇ ଛାତରୁ କଂକ୍ରିଟ ଖସୁଛି ଏବଂ କନ୍ଥାରୁ ଇଟା ଖସୁଛି ଏଥିପାଇଁ ସ୍ତାନୀୟ ଲୋକଙ୍କ ଅନୁମତି ଅନୁଯାଇ ଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ କିଛିଦିନ ବସି ପାଠ ପଢ଼ୁଥିବା ବେଳେ ସେ ସ୍କୁଲରୁ ମଧ୍ୟ ଛାତରୁ କଂକ୍ରିଟ ଖସୁଥିବା ଦେଖି ଅଙ୍ଗନବାଡି ଦିଦି ସ୍କୁଲ ବାହାରେ ଖରା ବର୍ଷା ଖାଇ ଛାତ୍ରଛାତ୍ରୀଙ୍କୁ ପାଲ ଉପରେବସାଇ ପାଠ ପଢାଉଛନ୍ତି ।କୌଣସି ଦିନ ଯଦି ବର୍ଷା ହେଲା ସେଦିନ ଦିଦିଙ୍କ ଛଡା ଅଙ୍ଗନବାଡ଼ି କେନ୍ଦ୍ରକୁ କୌଣସି ଛାତ୍ରଛାତ୍ରୀ ଆସୁ ନଥିବା ଦେଖିବାକୁ ମିଳୁଛି ଯଦି କ୍ଳାସ୍ ସମୟରେ ବର୍ଷା ହେଲା ସେଦିନ ବର୍ଷାରେ ଛାତ୍ର ଛାତ୍ରୀ ଓଦା ହୋଇ ଘରକୁ ଯାଉଛନ୍ତି । ପାଠପଢିବା ପାଇଁ ଏବଂ ରୋଷେଇ କରିବାକୁ ଘରଟିଏ ନାହିଁ ସ୍କୁଲ ବାରଣ୍ଡାରେ ରୋସେଇ କରି ବାହାରେ ଛାତ୍ରଛାତ୍ରୀଙ୍କୁ ଖାଇବାକୁ ଦିଆଯାଉଛି ।ଏଥିପ୍ରତି ଯଥାଶୀଘ୍ର ସ୍ତାନୀୟ ପ୍ରଶାସନ ଦୁଷ୍ଟି ପକାଇ ଏହାର ସମାଧାନ ପାଇଁ ଘରଟିଏ ନିତ୍ୟାନ୍ତ ଆବଶ୍ୟକ ବୋଲି ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି

Related post

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଫୋକସ ପ୍ଲସ (ଲମତାପୁଟ) ୦୭/୦୭/୨୦୨୨: ଆଦିବାସୀ ଅଦ୍ୟୁଷିତ କୋରାପୁଟ ଜିଲ୍ଲା ଉପାନ୍ତ ଲମତାପୁଟ ବ୍ଲକ୍ ବାଲେଲ ପଞ୍ଚାୟତ ପିପଲପୁଟ ଗ୍ରାମର ଗୋରିବ ଆଦିବାସୀ ପରିବାରର ଯୁବକ ନକୁଳ ବଡନାୟକ…
ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ଫୋକସ ପ୍ଲସ (ଜଳେଶ୍ୱର) ୦୭/୦୭/୨୦୨୨: ହସପିଟାଲ ବେଡ୍ ରେ ପଡି ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ସ୍ବାମୀ , ଏପଟେ ସ୍ବାମୀ ଙ୍କ ଜୀବନ ବଞ୍ଚାଇବା ପାଂଇ…
ସମିତିର ସଭାପତି ଭାବେ ନିର୍ବାଚିତ ଗଗନ ବିହାରୀ ବାରିକ

ସମିତିର ସଭାପତି ଭାବେ ନିର୍ବାଚିତ ଗଗନ ବିହାରୀ ବାରିକ

ଫୋକସ ପ୍ଲସ (ଆଠମଲ୍ଲିକ) ୦୭/୦୭/୨୦୨୨: ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ଷୋଳପଦା ଅଂଚଳ ଆମ୍ବାସରମୁଣ୍ଡା ସେବା ସମବାୟ ସମିତିର ପ୍ରଥମ ପର୍ଯ୍ୟାୟ ଭୋଟ ମତଦାନ ଦିବସରେ ରେ ଗଗନ ବିହାରୀ…

Leave a Reply

Your email address will not be published.