ଜଗନ୍ନାଥଙ୍କୁ ପ୍ରେମିକା କରିଦିଅ, ପ୍ରଫେସର ଗଣେଶୀଲାଲ

ଜଗନ୍ନାଥଙ୍କୁ ପ୍ରେମିକା କରିଦିଅ, ପ୍ରଫେସର ଗଣେଶୀଲାଲ

ଫୋକସ ପ୍ଲସ ୭/୬/୨୨(ପୁରୀ): ଶ୍ରୀଜଗନ୍ନାଥଙ୍କୁ ନିଜର ପ୍ରେମିକା କରି ତାଙ୍କ ପାଖରେ ନିଜକୁ ସମର୍ପିତ ଦିଅ। ଶୁଦ୍ଧପ୍ରେମ ରେ ରାଧାକୃଷ୍ଣ ରସରେ ରସାୟିତ ହୋଇଯାଅ। ତୁମେ, ତାଙ୍କର ହୋଇଯାଇ,ତାଙ୍କୁ ତୁମର କରିଦିଅ,ତେବେ ଅନୁଭବ କରିବ ଏ ସଂସାର କେତେ ସୁଖମୟ ଓ ଆନନ୍ଦମୟ। ପୁରୀ ଡୁଡୁୱ।ଲା ଧର୍ମଶାଳା ପରିସରରେ ଆନ୍ତର୍ଜାତୀୟ ଚାରଣ ଗୋଷ୍ଠୀ ର ସୁବର୍ଣ୍ଣ ଜୟନ୍ତୀ,୪୫ତମ ପ୍ରାଦେଶିକ ସମ୍ମିଳନୀ ଓ ଶ୍ରୀଜଗନ୍ନାଥ ଚେତନା ମହାଧିବେସନକୁ ଉଦଘାଟନ କରିବା ଅବସରରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ଇର୍ଷା ଓ ପରଶ୍ରୀକାତରତା ରୁ ଦୂରରେ ରହି ନିଜର ନମ୍ରତା ଓ ଆତ୍ମୀୟତା ରେ ଧର୍ମକୁ ମାନବତା,ଦେଶକୁ ବିଶ୍ଵ ଓ ଶାସନ କୁ ଶ୍ରୀଜଗନ୍ନାଥ ବୋଲି ମାନିନେଲେ, ଆଧ୍ୟାତ୍ମିକ ଚେତନା ରେ ପୁଣ୍ୟ ଉତ୍କଳ ହସିଉଠିବ ବୋଲି କହିଛନ୍ତି। ଅନୁଷ୍ଠାନ ର ଦଳପତି ପ୍ରଫେସର ଡକ୍ଟର ଗୋପାଳ ଚନ୍ଦ୍ର ରଥଙ୍କ ଅଧ୍ୟକ୍ଷତା ଓ ଶ୍ରୀଜଗନ୍ନାଥ ଧର୍ମ ସଂସ୍କୃତି ସୁରକ୍ଷା ସଂଗଠନ ଓଡ଼ିଶା ର ରାଜ୍ୟ ସଭାପତି ବଦ୍ରି ମିଶ୍ରଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ଅଧିବେଶନରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ବରିଷ୍ଠ ସେବାୟତ ତଥା ଗବେଷକ ରାମଚନ୍ଦ୍ର ଦାସମହାପାତ୍ର ଅତିଥି ଭାବେ ଯୋଗଦେଇଥିବା ବେଳେ,ଉପଦଳପତି ଡକ୍ଟର ଶରତଚନ୍ଦ୍ର ପାତ୍ର,ସାଧାରଣ ସଂପାଦକ ହରିଶ୍ଚନ୍ଦ୍ର ସାହୁ, ପରିଚାଳନା ସଂପାଦକ ବଂଶୀଧର ପରିଡ଼ା,ଯୁଗ୍ମ ସଂପାଦକ ଡକ୍ଟର ସୁରେଶ ଚନ୍ଦ୍ର ବରାଳ ମଞ୍ଚାସୀନ ଥିଲେ।ଏହି କାର୍ଯ୍ୟକ୍ରମ ରେ ଆନ୍ତର୍ଜାତୀୟ ଚାରଣ ଗୋଷ୍ଠୀ ର ସଂପାଦକ ଗୋବିନ୍ଦ ଚନ୍ଦ୍ର ବେହେରା ସ୍ବାଗତ ଭାଷଣ ରଖିଥିବା ବେଳେ ପଣ୍ଡିତ ଗଣେଶ୍ଵର ପରିଡ଼ାଙ୍କ ସଂପାଦନା ରେ ମୁଖପାତ୍ର”ଉନ୍ମନା”,କବି ଗୋପାଳ ଚନ୍ଦ୍ର ରଥଙ୍କ”ନିଳାଦ୍ରୀ ନିବାସ”,କବିତିଳକ ସୁରେଶ ବରାଳଙ୍କ “ହନୁମାନ ଚରିତ୍ରାମୃତ” ଓ ଗୀତିକାର ବଦ୍ରି ମିଶ୍ର ଙ୍କ ନୂତନ ଗୀତିକବିତା ସଂକଳନକୁ ରାଜ୍ୟପାଳ ଉନ୍ମୋଚନ କରିଥିଲେ।ଏହି ଅବସରରେ ଚାରଣ ଗୋଷ୍ଠୀ ର ପ୍ରତିଷ୍ଠାତା ପଦ୍ମଶ୍ରୀ ପଣ୍ଡିତ ସଦାଶିବ ରଥଶର୍ମା ଙ୍କୁ ମରଣୋତ୍ତର “ଚାରଣ ଭାସ୍କର”ସମ୍ମାନ ତାଙ୍କ ପରିବାର କୁ ପ୍ରଦାନ କରାଯିବା ସହ , ଜଗନ୍ନାଥ ସଂସ୍କୃତି ଜ୍ଞାନପରୀକ୍ଷା ରେ ବିଗତ ତିନିବର୍ଷ ତଳେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଆଦିତ୍ୟ କୁମାର ସାହୁ, ବିଶ୍ଵଜିତ ସାମଲ ଓ ସୌରଭ ମଲ୍ଲିକଙ୍କୁ ପୁରସ୍କୃତ କରାଯାଇଥିଲା।ଏହି ପରିପ୍ରେକ୍ଷୀରେ ନିଳାଦ୍ରୀ ଅନୁଷ୍ଠାନ,ଶିର୍ସା ଭାଗବତ ସପ୍ତାହ ଟ୍ରଷ୍ଟ ଓ ଦିବ୍ୟଦର୍ଶନ ପତ୍ରିକା ପକ୍ଷରୁ ରାଜ୍ୟପାଳଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଗୋବିନ୍ଦ ଚନ୍ଦ୍ର ବେହେରା ଓ ଯୁବ ସଂଗଠକ ତପନ କୁମାର ନାୟକ। ତିନିଦିନ ଧରି ହେଉଥିବା ଏହି ଅଧିବେଶନରେ ପ୍ରତ୍ୟହ ଯଜ୍ଞ, ଶିକ୍ଷାଦାନ, ଶାସ୍ତ୍ରପାଠ, ସଂସ୍କୃତି କର୍ମଶାଳା, ପ୍ରାଦେଶିକ ସମ୍ମିଳନୀ ସହ ସଂଧ୍ୟାରେ ଖୋଲା ଅଧିଵେସନ ଅନୁଷ୍ଠିତ ହେବ , ଯେଉଁଥିରେ ପ୍ରଶାସନିକ ଅଧିକାରୀ, ସେବାୟତ, ଗବେଷକ, ଶିକ୍ଷାବିତ୍ ଓ ସାହିତ୍ୟିକ ଯୋଗଦାନ କରିବେ ବୋଲି ସୂଚନା ମିଳିଛି।

ପୁରୀରୁ ଜଗବନ୍ଧୁ ବେହେରା ଫୋକାସ ପ୍ଲସ |

Related post

ବନ ବିଭାଗ ର ନିଷ୍କ୍ରିୟତା, ବୃଦ୍ଧି ପାଉଛି ବେଆଇନ କରତକଳ

ବନ ବିଭାଗ ର ନିଷ୍କ୍ରିୟତା, ବୃଦ୍ଧି ପାଉଛି ବେଆଇନ କରତକଳ

ଫୋକସ ପ୍ଲସ (ନିମାପଡ଼ା) ୦୭/୦୭/୨୦୨୨: ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ, ଅସ୍ତରଙ୍ଗ ଓ ଗୋପ ବନାଞ୍ଚଳ ରେଞ୍ଜର ଙ୍କ ନିଷ୍କ୍ରିୟତା କାରଣ ରୁ ନିମାପଡା, ଗୋପ, ତୁଳସୀପୁର, ଆମ୍ପୋର,ବେଲପଡା,…
ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଫୋକସ ପ୍ଲସ (ଲମତାପୁଟ) ୦୭/୦୭/୨୦୨୨: ଆଦିବାସୀ ଅଦ୍ୟୁଷିତ କୋରାପୁଟ ଜିଲ୍ଲା ଉପାନ୍ତ ଲମତାପୁଟ ବ୍ଲକ୍ ବାଲେଲ ପଞ୍ଚାୟତ ପିପଲପୁଟ ଗ୍ରାମର ଗୋରିବ ଆଦିବାସୀ ପରିବାରର ଯୁବକ ନକୁଳ ବଡନାୟକ…
ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ଫୋକସ ପ୍ଲସ (ଜଳେଶ୍ୱର) ୦୭/୦୭/୨୦୨୨: ହସପିଟାଲ ବେଡ୍ ରେ ପଡି ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ସ୍ବାମୀ , ଏପଟେ ସ୍ବାମୀ ଙ୍କ ଜୀବନ ବଞ୍ଚାଇବା ପାଂଇ…

Leave a Reply

Your email address will not be published.