ଅସୁରକ୍ଷିତ ନଦୀବନ୍ଧ

ଅସୁରକ୍ଷିତ ନଦୀବନ୍ଧ

ଫୋକସ ପ୍ଲସ ୪/୬/୨୨(କେନ୍ଦ୍ରାପଡା ): ନଦୀ ବନ୍ଧ କାମରେ ଦୁର୍ନୀତି । କୋଟି କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେଉଛି ପଥର ପ୍ୟାକିଂ କାମ । ବନ୍ଧର ସୁଦୃଢ଼ୀ କାରଣ ପାଇଁ କାମ ଆରମ୍ଭ କରିଛି ଜଳ ସମ୍ପଦ ବିଭାଗ । ଜଗତପୁର ନର୍ଥ ଡିଭିଜନ ଅନ୍ତର୍ଗତ ପୁନ୍ଦାଳ ସବ ଡିଭିଜନ ଅଧୀନ ମାହାଳହାଟ-ଧାରିବିଲ ପର୍ଯ୍ଯନ୍ତ ବନ୍ଧ ଉନ୍ନତି କରଣ କାର୍ଯ୍ଯର ସ୍ଥାୟୀତ୍ବକୁ ନେଇ ଉଠିଛି ପ୍ରଶ୍ନ ।ଏହି ଚିତ୍ର ମହାନଦୀ ଓ ସୁକ ପାଇକା ବାମ ପିର୍ଶ୍ବର ଦୃଶ୍ୟ । ମେସିନ୍ ଲାଗିଛି । ପଥର ପ୍ୟକିଙ୍ଗ ବି ଚାଲିଛି । କିନ୍ତୁ ଛୋଟ ଛୋଟ ପଥର ଖଣ୍ଡ ଠିକା ସଂସ୍ଥା ବିନିଯୋଗ କରୁଥିବା ବେଳେ ନଦୀ ପଠା ମାଟିକୁ ମେସିନ୍ ଦ୍ବାରା କାଟି ଦିଆ ଯାଇ ପଥର ଗୁଡିକୁ ଖପାଇ ଦିଆ ଯାଉଛି । ପାଣି ଭିତରକୁ ୩ ରୁ ୪ ମିଟର ପଥର ଡମ୍ପିଂ କରିବାର ନିୟମ ଥିଲେ ମଧ୍ୟ ତାହା କରାଯାଉନଥିବା ଦେଖିବାକୁ ମିଳିଛି । ଜଳ ସ୍ତର ଉପରୁ ପଥର ପ୍ଯାକିଂ କରା ଯାଉଛି ।ଏପରି କାମ କରାଯାଉଛି ମହାନଦୀ ରେ ଆଗାମୀ ବର୍ଷା ଋତୁରେ ସାମାନ୍ୟ ଟିକେ ଜଳ ସ୍ତର ବଢ଼ିଲେ ପଥର ସବୁ ଧୋଇଯିବାର ସମ୍ଭାବନା ଦେଖା ଦେଇଛି ।ସେହିପରି ନଦୀ ବନ୍ଧ କଡ଼ରୁ ମାଟି ତାଡି ନେଇ ଉପରେ ଥାପି ଦେଇଛି ଠିକା ସଂସ୍ଥା। ବନ୍ଧ କଡ଼ରେ ଏହି ଯେଉଁ କେନାଲ ଖୋଳା ହେଲା ଭଳି ଦେଖା ଯାଉଛି ଏହି କର୍ଯ୍ୟ ଠିକାଦାର କରିଛି। ବନ୍ଧକୁ ଜଳ ସମ୍ପଦ ବିଭାଗ ସୁରକ୍ଷିତ କରିବ କ’ଣ ଓଲଟି ସ୍ଥାନୀୟ ଅଞ୍ଚଳର ହଜାର ହଜାର ଲେକଙ୍କୁ ଅସୁରକ୍ଷିତ କରି ଦେଇଛି ।ଆଉ ଏହି କାର୍ଯ୍ୟ ସେହି ସ୍ଥାନରେ ହୋଇ ଥିବା ପିଚୁ କାମର। ପଥର ପ୍ୟକିଂ ଓ ପିଚୁ କାମ ସମାନ ଠିକା ସଂସ୍ଥାର। ପିଚୁ କାମରେ ମଧ୍ୟ ଗଫଳତି ହୋଇଛି। ରାତି ବେଳା ପିଚୁ କାମ ହୋଇଛି। ମାତ୍ର ୧ରୁ ଦେଢ଼ ଇଞ୍ଚି ର ପିଚୁ କରା ଯାଇଥିବା ଲୋକେ ଅଭିଯୋଗ କରି ଛନ୍ତି। କେହି ବିଭାଗୀୟ ଅଧିକାରୀ କାର୍ଯ୍ୟ ଦେଖିବାକୁ ଆସୁନଥିବା କୁହାଯାଉଛି। ଏହି ନଦୀ ବନ୍ଧ ରେ ସୂଚନା ଫଳକ ଟିଏ ବି ଲଗା ଯାଇ ନହିଁ। ୯ କୋଟି ୯୩ ଲକ୍ଷ ଟଙ୍କାର ଏହି କାର୍ଯ୍ୟ ବୋଲି ଜଣା ପଡିଛି। ତେବେ ନିମ୍ନ ମାନର କାମ ପାଇଁ କୋଟି କୋଟି ଟଙ୍କା ପାଣିରେ ଧୋଇ ଜିବକି ? ପ୍ରଶ୍ନ ଉଠୁଛି ଠିକା ଦାରଙ୍କ ପ୍ରତି ଜଳ ସମ୍ପଦ ବିଭାଗ ଏତେ ଅନୁକମ୍ପା ଦେଖାଉଛି କାହିଁ କି ?

କେନ୍ଦ୍ରାପଡାରୁ ମୁକ୍ତେଶ୍ବର ସ୍ବାଇଁ ଫୋକସ ପ୍ଲସ |

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *