ଆଶା ଦିଦିଙ୍କୁ ବହିଷ୍କାର ଦାବି

ଆଶା ଦିଦିଙ୍କୁ ବହିଷ୍କାର ଦାବି

ଫୋକସ ପ୍ଲସ ୪/୬/୨୨(ବଡ଼ଚଣା): ବହୁ ମୁଖୀ ସମସ୍ୟା ଘେରରେ ପଳେଇ ଗ୍ରାମବାସୀ,ନା ମିଳୁଛି ସ୍ଵଚ୍ଛ ପାନୀୟ ଜଳ,ନା ଅଛି ସ୍ୱଚ୍ଛ ଗାଁ ପରିମଳ , ଆଶା ଦିଦି କରୁଛନ୍ତି ଗ୍ରାମବସୀଙ୍କୁ ନିରାଶା ,ହନ୍ତ ସନ୍ତ ଗ୍ରାମବାସୀ ।ଏଭଳି ଅବବ୍ୟସ୍ଥା ଦେଖିବାକୁ ମିଳିଛି ବଡ଼ଚଣା ବ୍ଲକ ଅନ୍ତର୍ଗତ ପଲେଇ ପଞ୍ଚାୟତରେ । ଏହି ପଞ୍ଚାୟତ ର ବିଶେଷ ଭାବରେ ୧୦ ନମ୍ବର୍ ୱାର୍ଡ (ହରିଜନ ସାହି) ର ମୋଟ ଜନସଂଖ୍ୟା ୫୦୦ ଉର୍ଦ୍ଧ୍ବ ହୋଇଥିଲା ବେଳେ, ନା ଅଛି ନଳକୂପ, ନା ସୁଦ୍ଧ ପାନୀୟ ଜଳ ର ବ୍ୟବସ୍ଥା, ଖାଲି ଫଳକ ରାଜ୍ ନିତୀରେ ରେ ସୀମିତ ରହିଛି ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା।ଗ୍ରାମ ବାସୀ ମାନେ ପାନୀୟ ଜଳ ପାଇଁ କେବଳ ମାତ୍ର ଗୋଟିଏ କୂଅ ଉପରେ ନିର୍ଭରଶୀଳ ,କିନ୍ତୁ କୂଅ ଚତୁପାର୍ଶ୍ଵ ରେ ମଇଳା ଓ ଅପରିଷ୍କାର ଜମି ଥିବାରୁ ଏହି ପାଣିକୁ ପିଇ ଝାଡା ବାନ୍ତି ରେ ଆକ୍ରାନ୍ତ ହୋଇ ଗ୍ରାମର ୨୦ ରୁ ଉର୍ଦ୍ଧ୍ବ ରୋଗୀ ନିକଟସ୍ଥ ବାଉଜଙ୍ଗ ମେଡ଼ିକାଲ ରେ ଚିକିତ୍ସିତ ହେଉଛନ୍ତି, ଏହି ସମୟରେ ନା ଦେଖା ଅଛି ଆଶା ଦିଦି,ବା ଅଙ୍ଗନ ବାଡ଼ି ଡିଦିଙ୍କର ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆଶା ଦିଦି ଙ୍କ ଦାୟିତ୍ୱ କଣ ? ଓ ସେ କଣ କରୁଛନ୍ତି? ଯାହାକୁ ନେଇ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ଯଦି ରାତି ବିକାଳୀ କାହାର ଦେହ ପା ଖରାପ ହୁଏ ବା ପ୍ରସୂତି କାଳୀନ ଅସୁବିଧା ବେଳେ ଆଶା ଦିଦି ଙ୍କୁ ଯୋଗାଯୋଗ କଲେ ମଧ୍ୟ ନିରାଶ ହେବାକୁ ପଡୁଛି , ବରଂ ସୁବିଧା ପରିବର୍ତ୍ତେ ଅସୁବିଧା ରେ ପକାଇ ଛନ୍ତି ଲୋକଙ୍କୁ ବୋଲି ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ଦିଦି ଜଣକ ଆମ ଗାଁ ଲୋକଙ୍କ ସମସ୍ୟା କୁ ଦୀର୍ଘ ଦିନ ଧରି ଅଣଦେଖା କରୁଛନ୍ତି,ଦିଦି ତାଙ୍କ ଶାଶୁ ଘର ଧର୍ମଶାଳା ବ୍ଲକ ହଳଦିଆ ମୂଳ ଗ୍ରାମରେ ରହୁଥିବାରୁ ଗାଁ ଲୋକେ ବହୁ ଅସୁବିଧାରେ ପଡୁ ଛନ୍ତି ତେଣୁ, ଆଶା ଦିଦି କବିତା ଦାସ ଙ୍କୁ ବରଖାସ୍ତ କରାଯିବାକୁ ଦାବି କରିଛନ୍ତି ୱାର୍ଡ ମେମ୍ବର୍ ସୁଭଦ୍ରା ମଲ୍ଲିକ ସହିତ ଏକାଧିକ ୭,୮,୯,୧୦,ଓ ୧୧ ନମ୍ବର୍ ୱାର୍ଡର ଗ୍ରାମବାସୀ ମାନେ। ତେବେ ପଞ୍ଚାୟତ ବାସୀ ଙ୍କ ଏହି ଗୁରୁତ୍ୱ ପୁର୍ଣ୍ଣ ଅସୁବିଧା ସମ୍ପର୍କରେ ପଲେଇ ସରପଞ୍ଚ ଙ୍କ ସହିତ ପ୍ରତ୍ୟକ୍ଷ ଯୋଗାଯୋଗ କରଯାଇଥିଲା କିନ୍ତୁ ଘଟଣା ସମ୍ପର୍କରେ କିଛି ନ କହି ମୁଁ ବୁଝିଲେ କହିବି ବୋଲି କହିଥିଲେ ସରପଞ୍ଚ ମହୋଦୟା, ତେବେ ପଞ୍ଚାୟତ ବାସୀ ଙ୍କ ମୌଳିକ ଅସୁବିଧା ସମୟରେ ସରପଞ୍ଚ ଙ୍କ ଏଭଳି ବକ୍ତବ୍ୟ କେତେ ଦୂର ଯୁକ୍ତିଯୁକ୍ତ ତାହା ଆପଣ ମାନେ ବିଚାର କରିବେ, ତେବେ ଏହି ଘଟଣା ସମ୍ପର୍କରେ ବଡଚଣା ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହିତ ଯୋଗାଯୋଗ କରାଯାଇ ଥିଲେ ମଧ୍ୟ କିଛି ସୂଚନା ମିଳି ପାରି ନାହିଁ। ତେବେ ଘଟଣା ସମ୍ପର୍କରେ ସମ୍ପୃକ୍ତ ଆଶା ଦିଦି ଙ୍କ ସହିତ ଯୋଗ ଯୋଗ କରାଯାଇ ଥିଲେ ମଧ୍ୟ କିଛିସୂଚନା ମିଳିପାରି ନାହଁ। ତେବେ ଗ୍ରାମବାସୀ ମାନେ ସମସ୍ୟାର ସ୍ଥାୟୀ ସମାଧାନ ଦାବି କରି ଥିବା ବେଳେ, ଗ୍ରାମରେ ଏକ ସ୍ୱାସ୍ଥ୍ୟ ସଚେତନ ଶିବିର କରିବାକୁ ଦାବି କରିଛନ୍ତି ପୂର୍ବତନ ସମିତି ସଭ୍ୟ ହରିହର ମଳିକ, ପରେ ଗ୍ରାମବାସୀ ଙ୍କ ପକ୍ଷରୁ ମିନ କେତନ ମଳିକ,କୁଶ ମଳିକ,ଶିଶିର ମଳିକ, ହିମାଂଶୁ ଶେଖର ଦାସ, ନରେନ୍ଦ୍ର ମଳିକ, ମାମିନ ମଳିକ,ଦେବୀ ମଳିକ ପ୍ରମୁଖ ବିଭାଗୀୟ କର୍ତ୍ତୃପକ୍ଷ ଆଶା ଦିଦି ଙ୍କୁ ବହିଷ୍କାର ଦାବି କରି ଥିବା ଦେଖିବାକୁ ମିଳିଛି।

ବଡ଼ଚଣା ରୁ ଵିଷ୍ଣୁ ଚରଣ ସାହୁଙ୍କ ରିପୋର୍ଟ ଫୋକସ ପ୍ଲସ

Related post

ବନ ବିଭାଗ ର ନିଷ୍କ୍ରିୟତା, ବୃଦ୍ଧି ପାଉଛି ବେଆଇନ କରତକଳ

ବନ ବିଭାଗ ର ନିଷ୍କ୍ରିୟତା, ବୃଦ୍ଧି ପାଉଛି ବେଆଇନ କରତକଳ

ଫୋକସ ପ୍ଲସ (ନିମାପଡ଼ା) ୦୭/୦୭/୨୦୨୨: ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ, ଅସ୍ତରଙ୍ଗ ଓ ଗୋପ ବନାଞ୍ଚଳ ରେଞ୍ଜର ଙ୍କ ନିଷ୍କ୍ରିୟତା କାରଣ ରୁ ନିମାପଡା, ଗୋପ, ତୁଳସୀପୁର, ଆମ୍ପୋର,ବେଲପଡା,…
ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଫୋକସ ପ୍ଲସ (ଲମତାପୁଟ) ୦୭/୦୭/୨୦୨୨: ଆଦିବାସୀ ଅଦ୍ୟୁଷିତ କୋରାପୁଟ ଜିଲ୍ଲା ଉପାନ୍ତ ଲମତାପୁଟ ବ୍ଲକ୍ ବାଲେଲ ପଞ୍ଚାୟତ ପିପଲପୁଟ ଗ୍ରାମର ଗୋରିବ ଆଦିବାସୀ ପରିବାରର ଯୁବକ ନକୁଳ ବଡନାୟକ…
ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ଫୋକସ ପ୍ଲସ (ଜଳେଶ୍ୱର) ୦୭/୦୭/୨୦୨୨: ହସପିଟାଲ ବେଡ୍ ରେ ପଡି ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ସ୍ବାମୀ , ଏପଟେ ସ୍ବାମୀ ଙ୍କ ଜୀବନ ବଞ୍ଚାଇବା ପାଂଇ…

Leave a Reply

Your email address will not be published.