ଜୁନ ୧୮ ରୁ ବନ୍ଦରକୁ ଅଚଳ କରିବ ଚାନ୍ଦବାଲି କଂଗ୍ରେସ

ଜୁନ ୧୮ ରୁ ବନ୍ଦରକୁ ଅଚଳ କରିବ ଚାନ୍ଦବାଲି କଂଗ୍ରେସ

ଧାମରା ବନ୍ଦରକୁ ନେଇ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀବାସୀଙ୍କ ସବୁ ସ୍ୱପ୍ନ ଧୂଳିସାତ ହୋଇଛି। ନିଯୁକ୍ତି ସୁଯୋଗ ଠାରୁ ଆରମ୍ଭ କରି ପାରିପାର୍ଶ୍ବିକ ବିକାଶ ପାଇଁ ଗତ ୧୪ ବର୍ଷ ମଧ୍ୟରେ ଧାମରା ବନ୍ଦର ପକ୍ଷରୁ ଦିଆଯାଇଥିବା ପ୍ରତିଶୃତି ପୂରଣ ହୋଇ ନାହିଁ। ବରଂ ବନ୍ଦର କମ୍ପାନୀ ପ୍ରତାରଣାର ପାହାଡ଼ ତିଆରି କରିଛି ବୋଲି ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ବନ୍ଦର କମ୍ପାନୀ ମନମାନି ,ଅନ୍ୟାୟ ବିରୁଦ୍ଧରେ ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ହେବ ଓ ଆସନ୍ତା ଜୁନ ୧୮ ତାରିଖ ଠାରୁ ବନ୍ଦରକୁ ଅଚଳ କରିଦିଆଯିବ ଵୋଲି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି। ଚାନ୍ଦବାଲି କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଧାମରା ବନ୍ଦର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପରିକଳ୍ପନା ଥିଲା। ଜାନକୀ ପଟ୍ଟନାୟକ ବନ୍ଦର ନିର୍ମାଣର ଶୁଭ ଦେବା ପରେ ସରକାର ବଦଳି ଯାଇଥିଲା। ମାତ୍ର ଅଞ୍ଚଳର ବୃହତ୍ତମ ସ୍ୱାର୍ଥ ଦୃଷ୍ଟିରୁ ଜମି ଅଧିଗ୍ରହଣ ଠାରୁ ଆରମ୍ଭ କରି ବନ୍ଦର କାର୍ଯ୍ୟକ୍ଷମ ହେବା ଯାଏ କଂଗ୍ରେସ ଦଳ ଗଠନ ମୂଳକ ସମର୍ଥନ ଦେଇଥିଲେ। ତେବେ ବନ୍ଦର କାର୍ଯ୍ୟକ୍ଷମ ହେବାର ୧୪ ବର୍ଷ ବିତିଯାଇଥିବା ବେଳେ ଅଞ୍ଚଳବାସୀଙ୍କ ବିକାଶ ବଦଳରେ ବିନାଶ ଚାଲିଛି। ବନ୍ଦର ଚତୁପାର୍ଶ୍ୱ ଅଞ୍ଚଳ ଏବେ କୋଇଲା ଧୂଳିରେ ପ୍ରଦୂଷଣମୟ । ପୋଖରୀ ,ଗଡ଼ିଆ, କୋଠାଘର ସବୁଠି କୋଇଲା କଳା ଗୁଣ୍ଡର ଆସ୍ତର । ବନ୍ଦର ପରିସରରେ ବହୁ ସଂଖ୍ୟାର ଗଭୀର ନଳକୂପ ଖନନ କରାଯାଇ ଭୁତଳ ଜଳକୁ ସୋସୁଛି କମ୍ପାନୀ। ଏଥିଯୋଗୁଁ ଆଖପାଖ ଅଞ୍ଚଳରେ ନଳକୂପରୁ ପାଣି ବାହାରୁ ନାହିଁ। ସବୁଜ ଵଳୟ ସୃଷ୍ଟି ଅଞ୍ଚଳକୁ ପ୍ରଦୂଷଣ ମୁକ୍ତ କରିବା ଦିଗରେ କମ୍ପାନୀର ନିଘା ନାହିଁ। ଯଦିଓ ସଂପ୍ରସାରଣ ପାଇଁ ହୋଇଥିବା ଜନଶୁଣାଣିରେ ଏସବୁର ପ୍ରତିଶୃତି ଦିଆ ଯାଇଥିଲା। ଆଦାନୀ ପକ୍ଷରୁ ନିର୍ମିତ ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦିଆଯିବା ତଥା ସମସ୍ତ ରୋଗର ପରୀକ୍ଷାର ବ୍ୟବସ୍ଥା କରାଯିବା କଥା କିନ୍ତୁ ତାହା କରାନଯାଇ ନାମକୁ ମାତ୍ର ଡାକ୍ତରଖାନାର ଏକ ବୋର୍ଡ ଝୁଲାଇ ଦିଆଯାଇଛି। କମ୍ପାନୀ ନେଇଥିବା ଗୋଚର ,ଗ୍ରାମ୍ୟ ଜଙ୍ଗଲ ଜମିର ବଦଳ ଜମି ଦେଉନାହିଁ । ମସ୍ୟଜୀବୀଙ୍କ ପେଟକୁ ଲାତ ମାରିଥିବା କମ୍ପାନୀ ଶୁଖୁଆ ଖଳା ବି ନିର୍ମାଣ କରୁନାହିଁ । ରେଳ ଧାରଣା ସହିତ ଅନ୍ୟାନ୍ୟ ନିର୍ମାଣ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଜଳ ନିଷ୍କାସନ ଏକ ଗୁରୁତର ସମସ୍ୟା ହୋଇଛି। ଡ୍ରେନେଜ ବ୍ୟବସ୍ଥା ଲାଗି କମ୍ପାନୀ ପ୍ରତିଶୃତି ଦେଇ ଭୁଲିଯାଇଛି। ମୁଖ୍ୟ ଫାଟକ ସମ୍ମୁଖରେ ନିର୍ମିତ ଓଭର ବ୍ରିଜ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଖୋଲିବାକୁ ପ୍ରତିଶୃତି ଦିଆଯାଇଥିଲେ ମଧ୍ୟ ଏହା ଖୋଲାଯାଇନାହିଁ। ସର୍ବୋପରି ନିଯୁକ୍ତ ଓ ନିର୍ମାଣ କାର୍ଯ୍ୟରେ ସ୍ଥାନୀୟ ଲୋକଙ୍କୁ ଅଗ୍ରାଧିକାର ଦେବାର ପ୍ରତିଶୃତି ବେଶ ଚତୁରତାର ସହ ଏଡାଇ ଦିଆଯାଇଛି। କମ୍ପାନୀ ଠିକାରେ କାମ କରୁଥିବା ଶ୍ରମିକଙ୍କ ଦରମା ବୃଦ୍ଧି କରୁ, ସ୍ଥାନୀୟ ବେକାରିଙ୍କୁ ତାଲିମ ଦିଆଯାଇ ବନ୍ଦରରେ ନିଯୁକ୍ତି କରୁ। ସେହିଭଳି ବନ୍ଦରରେ ଠିକା କାମ ମଧ୍ୟ ସ୍ଥାନୀୟ ବେକାରୀଙ୍କୁ ମିଳୁ ଏମିତି ବିଭିନ୍ନ ପ୍ରସଂଗକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଆନ୍ଦୋଳନର ଡାକରା ଦେଇଛି କଂଗ୍ରେସ। ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଦିଗମ୍ବର ଦାସ,ଅମୀୟ ମହାପାତ୍ର, ସତ୍ୟାନନ୍ଦ ରାଉତ,ମନୋଜ ବିଶ୍ୱାଳ, କିଣୁରାମ ଜେନା, ଦିଗମ୍ବର ସାହୁ, ପ୍ରଶାନ୍ତ ମିଶ୍ର, ଶକ୍ତିପ୍ରତାପ ବିଶ୍ଵାଳ,ଦୀପକ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *