ପାଇଖାନା ରେ କଟୁଛି  ପରିବାର ଜୀବନ

ପାଇଖାନା ରେ କଟୁଛି ପରିବାର ଜୀବନ

ଫୋକସ ପ୍ଲସ ୬/୬/୨୨(ସତ୍ୟବାଦୀ): ଆମେ ପରା ଗରିବ ତେଣୁ ଆମ ଦୁଃଖ ଶୁଣିବାକୁ ଏଠି କେହି ନାହିଁ ଭାଗ୍ୟକୁ ଆଦରି ଦିନ କlଟୁଛନ୍ତି ଚlରିପ୍ରlଣି କୁଟୁମ୍ବ ଫନି ର ଝଡ଼ବାତ୍ୟା ସବୁକିଛି ଉଜାଡି ନେଲା ମୁଣ୍ଡ ଗୁଞ୍ଜିବାକୁ ଛପରଟେ ନାହିଁ କାନ୍ଥଟିଏ ଛିଡା କରିବାକୁ ପାଖରେ ଆଉ ସମ୍ବଳ ବି ନାହିଁ ବାଧ୍ୟହୋଇ ପାଇଖାନା ଭିତରେ କଟୁଚି ଚାରି ପ୍ରାଣୀ କୁଟୁମ୍ବ ଙ୍କ ଜୀବନ ଏହି ପାଇଖାନା ଭିତରେ ଭବିଷ୍ୟତ ପାଇଁ ସୋପ୍ନ ଦେଖୁଛି ଝିଅ ପାଇଖାନା ପ୍ୟାନ୍ ଉପରେ ସୌପ ପକାଇ ପାଠ ପଡ଼ୁଛନ୍ତି ଝିଅ ପ୍ରଜ୍ଞା। ସରକାରଙ୍କ ପଖ୍ୟରୁ ଘରଖଣ୍ଡେ ମିଳିପାରିଲା ନାହିଁ ମାତ୍ର ସରକାର ଙ୍କ ପଖ୍ୟରୁ ମିଳିଥିବା ପାଇଖାନା ରେ ଏବେ ଜୀବନ ଅତିବାହିତ କରୁଛନ୍ତି ପୁରା ପରିବାର ଇଏ ହେଉଛି ପୁରୀ ଜିଲ୍ଲା ପିପିଲି ବ୍ଲକ୍ ରୂପଦେଇ ପୁର ପଞ୍ଚାୟତ ର ଘଟଣା ନାହାମଙ୍ଗ ଶବରସାହି ର ପ୍ରଶାନ୍ତ ପାତ୍ର ଙ୍କ ଘର । ବାତ୍ୟା ଫନୀରେ ସର୍ପୂର୍ଣ ନଷ୍ଟ ହୋଇ ପଡିଥିବା ବେଳେ ଶୌଚ ପାଇଁ ମିଳଥିବା ପାଇଖାନା ଘରେ ନିଜ ଜୀବନ ବିତାଉଛନ୍ତି ଏହି ପରିବାର ସେପଟେ ଏଭଳି ଦହନିଅ ଅବସ୍ଥାରେ ଏମାନେ ଥିଲା ବେଳେ ସେହି ଚିରା ଚରିତ ଉତ୍ତର ଦେଇ ନିଜ
ଦାୟିତ୍ଵ ରୁ ହାତ ଧୋଈ ଦେଉଛନ୍ତି ବଡ଼ ବଡୀଆ ବାବୁ ମାନେ ଘର ଖଣ୍ଡେ ପାଇଁ ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଙ୍କ ପର୍ଯ୍ୟନ୍ତ ସମସ୍ତ ଙ୍କ ପାଖରେ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ପ୍ରଶାନ୍ତ ହେଲେ କାହାରି କlନାରେ ପଡୁନି ତାଙ୍କ ଦୁଃଖ ଏହି ଚାଖଣ୍ଡେ ପାଇଖାନାରେ ତିନି ବର୍ଷ ହେଲାଣି କlଟିଲାଣି ପ୍ରଶାନ୍ତ ଙ୍କ ପରିବାର ର ଜୀବନ ସବୁଠୁ ଅlର୍ଶୟ୍ଯକର କଥା ହେଉଚି ଇଏ ପାଇଖାନା ଖଣ୍ଡକ ବି ତାଙ୍କର ନୁହେଁ ସରକାରଙ୍କ ଠାରୁନିଜ ଭାଇ କୁ ମିଳିଥିବା ପାଇଖାନା ଘର ପାଲଟିଛି ରୂପଦେଇ ପୁର ପ୍ରଶାନ୍ତ ପାତ୍ର ଙ୍କ ବାସ ଭବନ ଶୁଣିବାକୁ ଅlର୍ଶଯ୍ୟ ଲାଗୁଥିଲେ ମଧ୍ୟ ସରକାର ଙ୍କ ଅନେକ ଯୋଜନା ସତେ ଯେମିତି ଏମାନଙ୍କ ପାଇଁ ପାଲଟିଛି ପ୍ରହସନ ବାତ୍ୟା ଫନୀ କୁ ତିନି ବର୍ଷ ବିତି ଯାଇଥିଲେ ନିଜ ପତ୍ନୀ ଓ ତିନି ବର୍ଷ ର କୁନି ଝିଅ କୁ ସାଙ୍ଗରେ ଧରି ଏହି ପାଇଖାନା ରେ ରହି ଆସୁ ଛନ୍ତି ପ୍ରଶାନ୍ତ। ଅନ୍ୟପାଖେ ପ୍ରଶାନ୍ତ ରାସ୍ତା ପlର୍ଶରେ ପରିବା ବିକ୍ରି କରି ନିଜ ପରିବାର ଚଳାଉଥିବl ବେଳେ ଘର ଟିଏ କରିବା ପାଇଁ ଅର୍ଥ ଯୋଗାଡ କରିବେ ବା କୋଉଠୁ ସରକାରୀ ଭାବରେ ଗରିବ ଙ୍କ ପାଇଁ ଅନେକ ଯୋଜନା ଥିଲା ବେଳେ ସାମାନ୍ୟ ରାସନ କାର୍ଡ ଟେ ମଧ୍ୟ ପାଇବାରୁ ବଞ୍ଚିତ ଏହି ପରିବାର ଘରଟିଏ ପାଇଁ ଅନେକ ଥର ଗୁହାରି କରି କରି ନିରାଶ ହୋଇଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ରହି ଯାଇଛି ପ୍ରଶାନ୍ତ ଙ୍କ ସହାୟତା।ସେପଟେ ଅତି ଦହନୀୟ ଅବସ୍ଥା ରେ ରହୁଥିଲେ ମଧ୍ୟ କେହି ଆମ ଗୁହାରି ଶୁଣିନଥିବା ପ୍ରଶାନ୍ତ ଙ୍କ ପତ୍ନୀ ଅଭିଯୋଗ କରିଛନ୍ତି |ସରକାରୀ ସ୍ତର ରେ ଗରିବ ଙ୍କ ପାଇଁ ସରକାର ଅନେକ ଯୋଜନା କରିଛନ୍ତି କିନ୍ତୁ କଣ ପାଇଁ କାହିଁକି ଓ କେତେଦିନ ଗରିବ ମାନଙ୍କ ପ୍ରତି ସରକାରୀ ବାବୁଙ୍କ ଏଭଳୀ ମନ ଭାବ ରହିବ ତାକୁ ନେଇ ପ୍ରଶ୍ନ ଉଠାଉଥିବl ବେଳେ ତୁରନ୍ତ ପ୍ରଶାନ୍ତ ଙ୍କୁ ପକା ଘର ଟିଏ ଯୋଗାଇ ଦେବା ପାଇଁ ସାଧାରଣ ରେ ଦାବି ହୋଇଛି |

ସତ୍ୟବାଦୀ ରୁ ମନୋଜ ବାରିକ ଙ୍କ ରିପୋର୍ଟ ଫୋକସ ପ୍ଲସ୍ |

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *