ପୁଲିସର ବର୍ବରତା

ପୁଲିସର ବର୍ବରତା

ଫୋକସ ପ୍ଲସ ୦୮/୦୬/୨୨(ଚିତ୍ରକୋଣ୍ଡା): ଗ‌ଞ୍ଜେଇ ଧରପଗଡ଼ କରିବାକୁ ଯାଇ ରାତିଅଧରେ ମହିଳାଙ୍କ ଉପରେ ଆକ୍ରମଣ କରିଛି ଚିତ୍ରକୋଣ୍ଡା ପୁଲିସ୍। କାହାର ମୁଣ୍ଡ ଫାଟିଛି ତ ଆଉ କାହା ଶରୀରର ଏକାଧିକ ସ୍ଥାନରେ ମାଡ଼ ବାଜିଛି। ଆକ୍ରମଣରେ ୪ଜଣ ମହିଳା ଆହତ ହୋଇଥିବାବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଘଟଣାକୁ ନେଇ ଚତ୍ରକୋଣ୍ଡା ଥାନା ଅନ୍ତର୍ଗତ ଆରଏସି-୧୩ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମାଲକାନଗିରି ଏସ୍‌ପି ।ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ସାଦା ପୋଷାକରେ ୫୦ରୁ ଅଧିକ ପୁଲିସ କର୍ମଚାରୀ ଆରଏସି-୧୩ ଗାଁରେ ପଶିଥିଲେ। ସେହି ସମୟରେ ଗାଁର ଅଧିକାଂଶ ପୁରୁଷ ଘରେ ନ ଥିଲେ। ପୁଲିସ ଏକାଧିକ ଘରେ ଏକାସଙ୍ଗରେ କବାଟ ବାଡ଼େଇଥିଲା। ଘରେ ଥିବା ମହିଳାମାନେ ଭୟଭୀତ ହୋଇ କବାଟ ଖୋଲି ନଥିଲେ। ଶେଷରେ ପୁଲିସ କର୍ମଚାରୀ ନିଜ ପରିଚୟ ଦେଇଥିଲେ। ତେବେ, କୌଣସି ମହିଳା ପୁଲିସ କର୍ମଚାରୀ ସେଠାରେ ନଥିବା ବେଳେ ଘରେ ପୁରୁଷ ସଦସ୍ୟ ନଥିଲେ। ତେଣୁ ମହିଳାମାନେ କବାଟ ଖୋଲିବାକୁ ସଫାସଫା ମନା କରିଦେଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ପୁଲିସର ବର୍ବରତା। କବାଟ ଭାଙ୍ଗି ପୁଲିସ ‌ଧସେଇ ପଶିବାକୁ ଉଦ୍ୟମ କରିବାରୁ ମହିଳାମାନେ ବାଧ୍ୟହୋଇ କବାଟ ଖୋଲିଥିଲେ। କିନ୍ତୁ, କୌଣସି କଥା ଶୁଣିବା ଅବସ୍ଥାରେ ନଥିଲା ପୁଲିସ। କେବଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲକ୍ଷ୍ୟରେ ଯାଇଥିବାରୁ ଆଦୌ କଥାବାର୍ତ୍ତା କରି ନଥିଲା। ମହିଳାଙ୍କୁ ଗଞ୍ଜେଇ ମାଫିଆ ଆଖ୍ୟା ଦେଇ ଅତର୍କିତ ଆକ୍ରମଣ କରିଥିଲା। ସ୍ଥାନ, କାଳ ଏବଂ ପାତ୍ର ଦେଖି ନଥିଲା। ଆଖି ବୁଜି ପିଟିବା ଆରମ୍ଭ କରିଥିଲା ।ଗଞ୍ଜେଇ ଧରପଗଡ଼ ଆଳରେ ପୁଲିସ ଏଭଳି ଜଘନ୍ୟକାଣ୍ଡ ଘଟାଇଥିବା ଆହତ ମହିଳାମାନେ ଅଭିଯୋଗ କରିଛନ୍ତି। ଆଜି ସକାଳେ ଆହତ ମହିଳାମାନେ ଚତ୍ରକୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆସିଥିଲେ। ଅଧିକାଂଶ ମହିଳାଙ୍କ ଜଂଘ, ପିଠିରେ ପୁଲିସର ଲାଠି ବାଜି ଫୁଲି ଯାଇଥିବା ସ୍ପଷ୍ଟ ରୂପେ ଦେଖିବାକୁ ମିଳିଛି। ଏପରିକି ୪ଜଣ ମହିଳା ସବିତା ଖିଲ, ଚନ୍ଦ୍ରା ଖିଲ, ସହିତା ଖିଲ ଏବଂ ମାମିନା ଖିଲଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି। ସେମାନେ ବିଛଣାରୁ ବି ଉଠିପାରୁ ନାହାନ୍ତି। ସବିତା ଖିଲଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ଶରୀରର ଏକାଧିକ ସ୍ଥାନରେ ମାଡ଼ ବାଜିଥିବାରୁ ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଏ ନେଇ ମାଲକାନଗିରି ଏସ୍‌ପି ନୀତିଶ ଵାଧଵାନିଙ୍କୁ ପଚାରିବାରୁ ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି। ୧୫ଶହ ଲାଗିଥିବା କ୍ଷତ ବହୁ କଥା କହୁଛି। ଜଣେ ବି ମହିଳା ପୁଲିସ କର୍ମଚାରୀ କାହିଁକି ଚଢ଼ଉରେ ଯାଇ ନଥିଲେ ବୋଲି ବି ପ୍ରଶ୍ନ ଉଠିଛି।

ଚିତ୍ରକୋଣ୍ଡା ରୁ ବଳରାମ ଭତ୍ରାଙ୍କ ରିପୋର୍ଟ ଫୋକସ ପ୍ଲସ |

Related post

ବନ ବିଭାଗ ର ନିଷ୍କ୍ରିୟତା, ବୃଦ୍ଧି ପାଉଛି ବେଆଇନ କରତକଳ

ବନ ବିଭାଗ ର ନିଷ୍କ୍ରିୟତା, ବୃଦ୍ଧି ପାଉଛି ବେଆଇନ କରତକଳ

ଫୋକସ ପ୍ଲସ (ନିମାପଡ଼ା) ୦୭/୦୭/୨୦୨୨: ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ, ଅସ୍ତରଙ୍ଗ ଓ ଗୋପ ବନାଞ୍ଚଳ ରେଞ୍ଜର ଙ୍କ ନିଷ୍କ୍ରିୟତା କାରଣ ରୁ ନିମାପଡା, ଗୋପ, ତୁଳସୀପୁର, ଆମ୍ପୋର,ବେଲପଡା,…
ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଫୋକସ ପ୍ଲସ (ଲମତାପୁଟ) ୦୭/୦୭/୨୦୨୨: ଆଦିବାସୀ ଅଦ୍ୟୁଷିତ କୋରାପୁଟ ଜିଲ୍ଲା ଉପାନ୍ତ ଲମତାପୁଟ ବ୍ଲକ୍ ବାଲେଲ ପଞ୍ଚାୟତ ପିପଲପୁଟ ଗ୍ରାମର ଗୋରିବ ଆଦିବାସୀ ପରିବାରର ଯୁବକ ନକୁଳ ବଡନାୟକ…
ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ଫୋକସ ପ୍ଲସ (ଜଳେଶ୍ୱର) ୦୭/୦୭/୨୦୨୨: ହସପିଟାଲ ବେଡ୍ ରେ ପଡି ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ସ୍ବାମୀ , ଏପଟେ ସ୍ବାମୀ ଙ୍କ ଜୀବନ ବଞ୍ଚାଇବା ପାଂଇ…

Leave a Reply

Your email address will not be published.