ଖୋଲା ଆକାଶ ତଳେ ଧାନ ଜଗୁଛି ଚାଷୀ

ଖୋଲା ଆକାଶ ତଳେ ଧାନ ଜଗୁଛି ଚାଷୀ

ଫୋକସ ପ୍ଲସ ୧୦/୬/୨୨(କଳାହାଣ୍ଡି): କିଟ କିଟ ଅନ୍ଧାର ରାତି,କାଲ ବୈଷାଖି ଘଡଘଡି,ଆଉ ପ୍ରବଳ ପବନ ବହିବା ସମୟ,ଖୋଲା ମଣ୍ଡି ରେ ପଡ଼ି ରହିଛି ସୁନାର ଫସଲ।ରାତି ର ଅନ୍ଧାର କୁ ମଧ୍ୟ ଖାତିର ନାହିଁ ଚାଷୀ କୁ।ଏପଟେ ପେକ୍ସ ମିଲର୍ସ ର ମନମାନି , ଚାଷୀ ଙ୍କୁ କନ୍ଦାଉଛି। କଳାହାଣ୍ଡି ଜୟପାଟଣା ରୁ ଦେଖିବା ଗ୍ରାଉଣ୍ଡ ଜିରୋ ରିପୋର୍ଟ ଚାଷି ର ୬ମାସ ର ପରିଶ୍ରମ ,ପରିବାର ପ୍ରତିପୋଷଣ ଆଶା ,ସଠିକ ମୁଲ୍ୟରେ ଧାନ ବିକ୍ରି ପାଇଁ ମଣ୍ଡି ବ୍ୟବସ୍ଥା।ହେଲେ ମଣ୍ଡି ରେ ଚାଲିଛି ଦଲାଲ ରାଜ,ଖୋଲା ମଣ୍ଡିରେ ଧାନ ପଡ଼ିରହିଛି।ଲାଇଟ୍ ବ୍ୟବସ୍ଥା ନାହିଁ,ଗନିବେଗ ମିଳୁନାହିଁ,ପାଲ ମିଲୁ ନାହିଁ ,କିଟ କିଟ ଅନ୍ଧାର ରେ ଧାନ ଜଗୁଛି ଚାଷୀ।ଏ ଚିତ୍ର ହେଉଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ର ବାଣ୍ଡିଗାଁ,ଦୁଲକିବନ୍ଦ ଧାନ ମଣ୍ଡି ର ।ଏଠି ଚାଷୀ ଙ୍କୁ ହଇରାଣ କରୁଛନ୍ତି । ଚାଷି ଙ୍କ ଧାନ ମଣ୍ଡିରେ ପଡ଼ି ଦିନ ଦିନ ବିତିଯାଇଥିଲେ ମଧ୍ୟ ଧାନ ଉଠେଇବା କୁ ନାରାଜ।ଛୋଟ ଚାଷି କୁ ପଚାରୁ ନାହାଁନ୍ତି।ଚାଷୀ କୁହନ୍ତି ବାଦଲ ଗରଜିଲେ ଛାତି ଫାଟିଲା ପରିଲାଗେ।ସେଡ,ଆଉ ଲାଇଟ ବ୍ୟବସ୍ଥା କଲେ ମଣ୍ଡିରେ ଚାଷୀ ଧାନ ବିକ୍ରି ପାଇଁ ସୁବିଧା ହେବ।ଚାଷୀ ଙ୍କ ସମସ୍ୟା ପିଛା ଛାଡୁନଥିବା ବେଳେ, କେବେ ଚାଷୀ ହିତରେ ସରକାର କାମ କରୁଛି।ଖୋଲା ମଣ୍ଡି କେବେ ସେଡ ନିର୍ମାଣ ହେଉଛି ?କେବେ ଧାନ ମଣ୍ଡି ରେ ସ୍ବଚ୍ଛତା ଆସୁଛି।

Related post

ବନ ବିଭାଗ ର ନିଷ୍କ୍ରିୟତା, ବୃଦ୍ଧି ପାଉଛି ବେଆଇନ କରତକଳ

ବନ ବିଭାଗ ର ନିଷ୍କ୍ରିୟତା, ବୃଦ୍ଧି ପାଉଛି ବେଆଇନ କରତକଳ

ଫୋକସ ପ୍ଲସ (ନିମାପଡ଼ା) ୦୭/୦୭/୨୦୨୨: ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ, ଅସ୍ତରଙ୍ଗ ଓ ଗୋପ ବନାଞ୍ଚଳ ରେଞ୍ଜର ଙ୍କ ନିଷ୍କ୍ରିୟତା କାରଣ ରୁ ନିମାପଡା, ଗୋପ, ତୁଳସୀପୁର, ଆମ୍ପୋର,ବେଲପଡା,…
ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଫୋକସ ପ୍ଲସ (ଲମତାପୁଟ) ୦୭/୦୭/୨୦୨୨: ଆଦିବାସୀ ଅଦ୍ୟୁଷିତ କୋରାପୁଟ ଜିଲ୍ଲା ଉପାନ୍ତ ଲମତାପୁଟ ବ୍ଲକ୍ ବାଲେଲ ପଞ୍ଚାୟତ ପିପଲପୁଟ ଗ୍ରାମର ଗୋରିବ ଆଦିବାସୀ ପରିବାରର ଯୁବକ ନକୁଳ ବଡନାୟକ…
ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ଫୋକସ ପ୍ଲସ (ଜଳେଶ୍ୱର) ୦୭/୦୭/୨୦୨୨: ହସପିଟାଲ ବେଡ୍ ରେ ପଡି ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ସ୍ବାମୀ , ଏପଟେ ସ୍ବାମୀ ଙ୍କ ଜୀବନ ବଞ୍ଚାଇବା ପାଂଇ…

Leave a Reply

Your email address will not be published.