‘ମୋ ପଣତକାନିରେ ତୁ’ ର ଓ୍ଵାର୍ଲଡ ଟିଭି ପ୍ରିମିୟର ଜୁନ୍ ୧୨

‘ମୋ ପଣତକାନିରେ ତୁ’ ର ଓ୍ଵାର୍ଲଡ ଟିଭି ପ୍ରିମିୟର ଜୁନ୍ ୧୨

ଫୋକସ ପ୍ଲସ ୧୦/୬/୨୨ (ଭୁବନେଶ୍ୱର): ଜୀ ସାର୍ଥକର ନୂଆ ସିନେମା ‘ମୋ ପଣତକାନିରେ ତୁ’ର ଅଡିଓ ରିଲିଜ୍ ହୋଇ ଯାଇଛି । ଜୁନ୍ ୧୨ ରେ ଫିଲ୍ମଟି ଜୀ ସାର୍ଥକ ରେ ଓ୍ଵାର୍ଲଡ ଟେଲିଭିଜନ ପ୍ରିମିୟର ହେଉଥିବା ବେଳେ ଏହାର ଗୀତଗୁଡିକ‌ ଲୋକାଦୃତ ହେବ ବୋଲି ଜୀ ସାର୍ଥକ ଆଶା ପ୍ରକଟ କରିଛି ।ଫିଲ୍ମର ଗୀତଗୂଡିକୁ ସଂଗୀତରେ ସଜାଇଛନ୍ତି ବୈଦ୍ୟନାଥ ଦାଶ । ଫିଲ୍ମର ସବୁ ଗୀତ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ପୁରା ଟିମ୍ ଆଶାବାଦୀ । ଗୀତ ଗୁଡ଼ିକୁ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ଡ଼ ଶୁଭ ଦାସ, ସୂର୍ଯ୍ୟ ମହାପାତ୍ର, ନିହାର ପ୍ରିୟାଶିଷ୍, ଓ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, କୁଲଦୀପ ପଟ୍ଟନାୟକ, ସୁଭାଶିଷ ସାହୁ , ଅସୀମା ପଣ୍ଡା, ସଞ୍ଜୁ, ଅର୍ପିତା ଚୈଧୁରୀ ।ମ୍ୟୁଜିକ ଆରେଞ୍ଜମେଣ୍ଟ କରିଛନ୍ତି ରାଜା ଅନୀଲ।ଜୀ ସାର୍ଥକ ଫିଲ୍ମସ ଓ ସାଇ ଶ୍ରଦ୍ଧା ପ୍ରଡକ୍ସନ୍ ବ୍ୟାନରରେ ନିର୍ମାଣ ହେଉଛି ନୂଆ ସିନେମା ‘ମୋ ପଣତକାନିରେ ତୁ’ । ଏହି ଚଳଚ୍ଚିତ୍ରରେ ଦର୍ଶକ ଦେଖିବେ ନୂଆ ଯୋଡ଼ି ଜ୍ୟୋତି ରଞ୍ଜନ ଓ ଶ୍ରଦ୍ଧାଙ୍କୁ । ଫିଲ୍ମର ଆକର୍ଷଣ ରହିଛି ଭେଟରାନ ଅଭିନେତ୍ରୀ ମହାଶ୍ୱେତାଙ୍କ ସୀତା ଦେବୀ ଭୂମିକାରେ ଅଭିନୟ । ଫିଲ୍ମର ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିଛନ୍ତି କମେଡିଆନ ହରିହର ମହାପାତ୍ର । ଅଭିନୟ ସାଙ୍ଗକୁ କାହାଣୀ ନିଜେ ହରିହର ଲେଖିଥିବା ବେଳେ ପିନୁ ନାଏକ ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମର ପ୍ରଯୋଜନା କରିଛନ୍ତି ପ୍ରଦ୍ୟୁମ୍ନ ଲେଙ୍କା ଓ ବିକ୍ରମ କେଶରୀ ବିଷୋୟୀ ।ଚଳଚ୍ଚିତ୍ର ର କାହାଣୀ ସହ ସଙ୍ଗୀତ ମଧ୍ୟ ଲୋକାଦୃତ ହୋଇ ପାରିବ ବୋଲି ଜୀସାର୍ଥକ ପକ୍ଷରୁ ପ୍ରକାଶ କରାଯାଇଛି । ଜୀ ସାର୍ଥକ ପୂର୍ବରୁ “ଦିଦିନମସ୍କାର” , “ଡିଟେକଟିଭ୍ କରନ୍ ଅର୍ଜୁନ ” ଭଳି ଚଳଚ୍ଚିତ୍ର ଭେଟି ଦେଇଥିବା ବେଳେ ଜୁନ୍ ୧୨ତାରିଖ ସଂଧ୍ୟା ସାଢ଼େ ପାଞ୍ଚଟାରେ ଫିଲ୍ମ ‘ମୋ ପଣତକାନିରେ ତୁ’ର ଓ୍ବାର୍ଲଡ ଟିଭି ପ୍ରିମିୟର ହେବ ।

Related post

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ l

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ…

କୋରାପୁଟ୧୭/୦୩/୨୦୨୪; ଏହି ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲା ପ୍ରଶାସନର ପୂର୍ବ ପ୍ରସ୍ତୁତିକୁ ନେଇ ସାମ୍ବାଦିକ ସମ୍ବିଳନୀ l ଓଡ଼ିଶାରେ ଲୋକସଭା ନିର୍ବାଚନ ସମେତ ଓଡିଶା ବିଧାନସଭା…
ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ପାଟକୁରା୧୭/୦୩/୨୦୨୪; ପଦ୍ମପୁର ପଞ୍ଚାୟତର ବିଚଣା ଗ୍ରାମର ପାନୀୟ ଜଳର ଉତ୍କଟ ସମସ୍ୟାର ସମାଧାନ ପାଇଁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଦାଇତ୍ୱ ତଥା ବେଦୁ ବାବୁଙ୍କର ଅଧୁରା ସ୍ୱପ୍ନକୁ…

ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି…

ଫୋକସ ପ୍ଲସ(breaking news୧୭/୦୩/୨୦୨୪); 1. ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି ସମାନ | ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଅବକାରୀ ଦୁର୍ନୀତି ମାମଲାରେ…

Leave a Reply

Your email address will not be published. Required fields are marked *