ଗ୍ରାମବାସୀଙ୍କ ହାତରେ ଧାରା ପଡିଲେ ୨ ଡକାୟତ

ଗ୍ରାମବାସୀଙ୍କ ହାତରେ ଧାରା ପଡିଲେ ୨ ଡକାୟତ

ଫୋକସ ପ୍ଲସ ୧୦/୬/୨୨ (କୋଟପାଡ଼):କୋଟପାଡ଼ ଥାନା  ଡାବା ଗାଁ -ଧଉଡା ପଲା  ରାସ୍ତା ମଝି ରେ  ବାଇକ ଅରୋହୀଙ୍କୁ ଆକ୍ରମଣ କରି ୪୮ ହଜାର ଟଙ୍କା ଲୁଟ,। ଟଙ୍କା ଲୁଟି ଚମ୍ପଟ ମାରିବା ସମୟରେ ଧୋଉଡ଼ାପାଲା ଗ୍ରାମ ବାସିଙ୍କ ପଞ୍ଝାରେ ପଡିଗଲେ ଦୁଇ ଡକାୟତ ଉଭୟ ଡକାୟତ ଙ୍କୁ ଉତ୍ତମ ମଧ୍ୟମ ଦେଇ ଘଣ୍ଟାଟେ କାଳ ହାତ ବlନ୍ଦୀ ଗାଁ ଦାଣ୍ଡରେ ରଖିଲେ ଗ୍ରାମବାସୀ।ଅନ୍ୟ ଜଣେ ଡକାୟତ ସମସ୍ତ ଟଙ୍କା ଧରି ଘଟଣା ସ୍ଥଳ ରୁ ଚମ୍ପଟ ମରିବା ର ସୂଚନା ମିଳିଛି । ଲୁଟ ର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଲେ  ଭାରତ ଫାଇନାସ  ସଂସ୍ଥା ର ଗ୍ରୁପ ମେନେଜର ତୁଳସୀରାମ ଗୁଡିକୁ।ସେ ନୀତି ଦିନ ପରି   ଗ୍ରୁପ ମାନଙ୍କ ଠାରୁ ଋଣ ଟଙ୍କା ଆଦାୟ  କରି ବୋରିଗୁମ୍ମା ଫେରୁ ଥିଲେ। ଡାବା ଗାଁ  ରାସ୍ତା ନୀଳଗିରି ଜଙ୍ଗଲ ନିକଟରେ ତିନିଜଣ ଦୃବୁତ ତାଙ୍କ ବାଇକ କୁ ଆକ୍ରମଣ କରି ତାଙ୍କ ଗାଡି ଡିକିରୁ ୪୮ହଜାର ଟଙ୍କା ଲୁଟକରି ଚମ୍ପଟ ମlରୁଥିଲେ।  ଗ୍ରାମବାସୀ  l ଖବର ପାଇ କୋଟପାଡ଼ ଥାନା ଅଧିକାରୀ ସେସଦେବ ବେହରl, PSI ରଂଜିତ ମହାପାତ୍ର ଏବଂ SI ଯୁଧିଷ୍ଠିର ମୁଦୁଲି ଘଟଣା ସ୍ଥଳରେ ପହଞ୍ଚି ଦୁଇ ଚୋରକୁ ଆରେଷ୍ଟ କରିବା ସହ  ତିନି ଜଣ ଲୁଟେରା ଆସିଥିବା ବାଇକ ନଂ OD24E6116 କୁ ମଧ୍ୟ ଜବତ କରି ବୋରିଗୁମ୍ମା SDPO ଅଫିସ କୁ ଆଣିଛନ୍ତି SDPO ହରେକୃଷ୍ଣ ମାଝୀ ଙ୍କ ତତ୍ୱାବଧାନ ରେ କୋଟପାଡ଼ IIC ଏବଂ ବୋରିଗୁମ୍ମା IIC ଙ୍କ ଦ୍ୱାରା ଖୋଳତାଡ଼ ହେବା ପରେ ପ୍ରାଥମିକ ତଦନ୍ତ ରେ ଜଣା ପଡିଛି ତିନି ଅଭିଯୁକ୍ତ ହେଉଛନ୍ତି ଭାସ୍କର ଟାକରି ପିତା : ସୁନ୍ଦର ଟାକରି ଗ୍ରାମ : ମକାପୁଟ, ରାମ ବେନିଆ ପିତା:କ୍ରିଷଦ ବେନିଆ ଥାନା : ସଦର କୋରାପୁଟ ଫେରାର ରହିଥିବା ଡକାୟତ ଟି କୁନୁ ଟାକରି ଗ୍ରାମ :ଗଡ଼ପଦର ଥାନା : ସଦର ଜୟପୁର ର ବୋଲି ଜଣା ପଡିଛି, ଜବତ ହୋଇ ଥିବା ବାଇକ ଟି ନବରଙ୍ଗପୁର ନୂଆବନ୍ଧସାହିର ବୋଲି ସୂଚନା ମିଳିଛି ଯାହାର ର କି ଚୋରି ହୋଇଥିବା ମାମଲା ମଧ୍ୟ ରହିଛି, ଉକ୍ତ ଡକାୟତ ଗୁଡିକ କେଉଁ କେଉଁ  ଡକlୟତି ରେ ସଂଶ୍ଲିଷ୍ଠ ରହିଛନ୍ତି ଏବଂ ଏମାନଙ୍କ ବିରୋଧ ରେ କେଉଁ କେଉଁ ଥାନା ରେ ମାମଲା ରହିଛି ତାର ତନ ତନ କରି ଖୋଲତାଡ଼ କରୁଛି ପୋଲିସ ତଦନ୍ତ ପରେ ହୀ ସବୁକିଛି ସ୍ୱଷ୍ଟ ହେବ ବୋଲି ସୂଚନା ଦେଇଛି ପୋଲିସ। ସୂଚନା ଥାଉକି ଉକ୍ତ ଫାଇନାନ୍ସ ସଦସ୍ୟଙ୍କୁ ଜବତ ବାଇକ ଓ 15000/- ଟଙ୍କା ଦିଆଯାଇଥିଲା l

Related post

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଫୋକସ ପ୍ଲସ (ଲମତାପୁଟ) ୦୭/୦୭/୨୦୨୨: ଆଦିବାସୀ ଅଦ୍ୟୁଷିତ କୋରାପୁଟ ଜିଲ୍ଲା ଉପାନ୍ତ ଲମତାପୁଟ ବ୍ଲକ୍ ବାଲେଲ ପଞ୍ଚାୟତ ପିପଲପୁଟ ଗ୍ରାମର ଗୋରିବ ଆଦିବାସୀ ପରିବାରର ଯୁବକ ନକୁଳ ବଡନାୟକ…
ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ଫୋକସ ପ୍ଲସ (ଜଳେଶ୍ୱର) ୦୭/୦୭/୨୦୨୨: ହସପିଟାଲ ବେଡ୍ ରେ ପଡି ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ସ୍ବାମୀ , ଏପଟେ ସ୍ବାମୀ ଙ୍କ ଜୀବନ ବଞ୍ଚାଇବା ପାଂଇ…
ସମିତିର ସଭାପତି ଭାବେ ନିର୍ବାଚିତ ଗଗନ ବିହାରୀ ବାରିକ

ସମିତିର ସଭାପତି ଭାବେ ନିର୍ବାଚିତ ଗଗନ ବିହାରୀ ବାରିକ

ଫୋକସ ପ୍ଲସ (ଆଠମଲ୍ଲିକ) ୦୭/୦୭/୨୦୨୨: ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ଷୋଳପଦା ଅଂଚଳ ଆମ୍ବାସରମୁଣ୍ଡା ସେବା ସମବାୟ ସମିତିର ପ୍ରଥମ ପର୍ଯ୍ୟାୟ ଭୋଟ ମତଦାନ ଦିବସରେ ରେ ଗଗନ ବିହାରୀ…

Leave a Reply

Your email address will not be published.