ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ

ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ

ଫୋକସ ପ୍ଲସ ୧୦/୬/୨୨(ଯାଜପୁର):ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ନଡ଼ିଆଭଙ୍ଗା ଗ୍ରାମରେ ବଜ୍ରାଘାତରେ ବାଳକ ର ମୃତ୍ୟୁ।ସୂଚନା ମୁତାବକ ବାଳକ ଜଣକ ଅପରାହ୍ନ ସମୟରେ ଚାଳ ଘରେ ବସିଥିବା ଅବସ୍ଥାରେ ବଜ୍ରାଘାତ ମାରିଥିଲା ଫଳରେ ସେଠାରେ ପଡିଯାଇଥିଲେ। ତୁରନ୍ତ ଘରଲୋକ ୧୦୮ କୁ ଫୋନ କରି ଡାକି ଥିଲେ।୧୦୮  ଆମ୍ବୁଲାନ୍ସ ଯୋଗ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି ହୋଇଥିଲେ କିନ୍ତୁ ସେଠାରେ ଡାକ୍ତର  ମୃତ୍ୟୁ ଘୋଷଣା କରିଥିଲେ।ଠିକ୍ ସେହି ସମୟରେ ଟମକା ଥାନା ଅନ୍ତର୍ଗତ ଦେଉଳକଣ ପଂଚାୟତ ନୟା ବଗ ପାଟିଆ ଗାଁ ରେ ଏକ ଅଭାବନୀୟ ଘଟଣା ଘଟିଯାଉଥିଲା, ସୂଚନା ମୁତାବକ ସେହି ଗାଁ ର ପାଣୁଆ ପେଠେଇ ଙ୍କ  ଘର ଉପରେ ବଜ୍ରପାତ ହେବାରୁ ଦୁଇ ବଖରା ପୋଡି ନଷ୍ଟ ହୋଇଯାଇଛି, ତାଙ୍କ ର ସମସ୍ତ ଆସବାଵ ପତ୍ର ପୋଡି ନଷ୍ଟ ହୋଇଯାଇଛି, ଖବର ପାଇ ଦାନଗଦି ଦମକଳ ବାହିନୀ ପହଞ୍ଚିବା ପୂର୍ଵ ରୁ ସବୁ ପୋଡି ପାଉଁଶ ହୋଇଯାଇଥିଲା,ଅସହାୟ ପରିବାର ଓ ଗ୍ରାମ ବାସୀ ନିବେଦନ କରିଛନ୍ତି  କି ପ୍ରଶାସନ ତରଫରୁ କିଛି ସହାୟତା ମିଲିଲେ ସେମାନଙ୍କ ପରିବାରସର ଦୁଃଖ ଦୂର ହୋଇ ପାରନ୍ତା।

Related post

ଜାତୀୟ ସେବା ଯୋଜନା ସ୍ବତନ୍ତ୍ର ଶିବିର ଉଦଯାପିତ

ଜାତୀୟ ସେବା ଯୋଜନା ସ୍ବତନ୍ତ୍ର ଶିବିର ଉଦଯାପିତ

ଫୋକସ ପ୍ଲସ (ଢେଙ୍କାନାଳ) ୦୭/୦୭/୨୦୨୨: କାମାକ୍ଷାନଗର ଉପଖଣ୍ଡ ଅଧିନସ୍ତ କଙ୍କଡ଼ାହାଡ଼ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ପୋଷ୍ୟ ଗ୍ରାମ ଆଖୁପାଳ ଠାରେ ଚାଲିଥିବା ଜାତୀୟ ସେବା ଯୋଜନା ସ୍ବତନ୍ତ୍ର ଶିବିର ଗୁରୁବାର…
ଅଭାବୀ ପରିବାରରେ ମେଧାବୀ ଛାତ୍ର

ଅଭାବୀ ପରିବାରରେ ମେଧାବୀ ଛାତ୍ର

ଫୋକସ ପ୍ଲସ (ଭୁବନ) ୦୭/୦୭/୨୦୨୨: ଜିଲ୍ଲା ପାଇଁ ଗୌରବ ଅର୍ଜନ କରିଛନ୍ତି ଏକ ଅଭାବି ପରିବାରର ଛାତ୍ର ଓମ ପ୍ରକାଶ ସାହୁ । ବହୁତ ଅଭାବ ଅନଟନ ରେ…
ଭଦ୍ରକ ମହାବିଦ୍ୟାଳୟ ରେ ୭୫ତମ ପ୍ରତିଷ୍ଠା ଦିବସ

ଭଦ୍ରକ ମହାବିଦ୍ୟାଳୟ ରେ ୭୫ତମ ପ୍ରତିଷ୍ଠା ଦିବସ

ଫୋକସ ପ୍ଲସ (ଭଦ୍ରକ) ୦୭/୦୭/୨୦୨୨: ଭଦ୍ରକ କଲେଜରେ ୭୫ତମ ପ୍ରତିଷ୍ଠା ଦିବସ ପାଳିତ ଭଦ୍ରକ ଜିଲ୍ଲା ତଥା ଓଡ଼ିଶାର ଦ୍ଵିତୀୟ ସର୍ବବୃହତମ ମହାବିଦ୍ୟାଳୟ ଭଦ୍ରକ କଲେଜ ଆଜି ପାଳନ…

Leave a Reply

Your email address will not be published.