ବୃଦ୍ଧ ବୟସରେ ଅଲୋଡା ହେଲେ ବାପ ମା

ବୃଦ୍ଧ ବୟସରେ ଅଲୋଡା ହେଲେ ବାପ ମା

ଫୋକସ ପ୍ଲସ ୧୦/୬/୨୨ (କଣାସ): ଦର୍ଶକ ବନ୍ଧୁ କଥାରେ ଅଛି ପିତା ମାତା ସୁକଲ୍ୟାଣେ ପୁତ୍ର ହୁଏ ଶୁଖି। ବାପ ମା ପିଲାମାନଙ୍କୁ ଜନ୍ମ ଦେବାବେଳେ କେତେଯେ ଶ୍ଵୋପ୍ନ ଦେଖି ଥାନ୍ତି‌। ତାହା ବେଶ୍ ଆପଣ ମାନେ ଭଲ ଭାବେ ଜାଣିଥିବେ।ମା ଟି ଦଶମାସ ଦଶଦିନ ଗର୍ଭରେ ଧରି ଜନ୍ମ ଦେଇ ଥାଏ । ବାପା କେତେ ଯେ କଷ୍ଟ କରି ଛୋଟ ରୁ ବଡ କରିଥାନ୍ତି। ଆଜି ସେହି ବାପ ମା ବୃଦ୍ଧ ବୟସରେ ଅଲୋଡା ହୋଇ ଯାଇଛନ୍ତି।ଆମେ ଏମିତି ଏକ ବାପା ମା ଙ୍କ କଥା କହୁଛୁ ଯାହା ଆପଣ ଦେଖିବା ମାତ୍ରେ ଆପଣଙ୍କ ଆଖିରେ ଲୁହ ଆସି ଯିବ।କଣାସ ବ୍ଳକ ଅନ୍ତର୍ଗତ କୋଟକଣା ଗ୍ରାମ ର କିର୍ତ୍ତନ ରାଉତରାୟ ବୟସ ୮୦ , ଓ ତାଙ୍କ ଧର୍ମ ପତ୍ନୀ ସୋନ ଲତା ରାଉତରାୟ ବୟସ ୭୦ ପରିବାର କହିଲେ ପୁଅ ବୋହୂ ଓ ନାତିକୁ ନେଇ ଛୋଟ ପର ବାରଟେ।ଯୋଉ ବୋହୂ କୁ ନେଇ ଦିନେ ଘର ର ଲକ୍ଷ୍ମୀ ଭାବି ଘରକୁ ଆଣିଥିଲେ। ଏବଂ ଘର ର ସବୁ ଦାଇତ୍ୱ ଦେଇଥିଲେ ଓ ଭାବିଥିଲେ ଶେଷ ନିଃଶ୍ୱାସ ପଯ୍ୟନ୍ତ ଖୁସି ରେ ରଖିବ ବୋଲି। ଆଜି ସେହି ପୁଅ ଓ ବୋହୂ ମାଡ ମାରିବା ଓ ଗାଳି ଗୁଲଜ କରିବା ସହିତ ଖାଦ୍ୟରେ ବିଷ ମିଶାଇ ମାରିବା ପାଇଁ ଉଦ୍ୟମ କରୁଛନ୍ତି।
ଯାହାକୁ ନେଇ କଣାସ ଥାନାକୁ ବାରମ୍ବାର ଅଭିଯୋଗ ନେଇ ଯାଉଥିଲେ ମଧ୍ୟ କଣାସ ପୁଲିସ ପୁରା ଚୁପ ରହିଥିବା ଅଭିଯୋଗ ହୋଇଛି। ସରକାର ବୃଦ୍ଧ ବୟସର ଲୋକ ମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଆଇନ କାନୁନର ବ୍ୟବସ୍ଥା କରିଥିଲେ ମଧ୍ୟ। ଏଠାରେ ସମ୍ପୁର୍ଣ୍ଣ ଫେଲ ମାରିଥିବା ଦେଖିବାକୁ ମିଳିଛି।ଯାହାକୁ ନେଇ ଏବେ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଉ ଥିବା ଦେଖିବାକୁ ମିଳିଛି।

କଣାସରୁ ପ୍ରଦୀପ କୁମାର ନାୟକ ଙ୍କ ରିପୋର୍ଟ ଫୋକସ୍ ପ୍ଳସ୍ |

Related post

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ l

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ…

କୋରାପୁଟ୧୭/୦୩/୨୦୨୪; ଏହି ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲା ପ୍ରଶାସନର ପୂର୍ବ ପ୍ରସ୍ତୁତିକୁ ନେଇ ସାମ୍ବାଦିକ ସମ୍ବିଳନୀ l ଓଡ଼ିଶାରେ ଲୋକସଭା ନିର୍ବାଚନ ସମେତ ଓଡିଶା ବିଧାନସଭା…
ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ପାଟକୁରା୧୭/୦୩/୨୦୨୪; ପଦ୍ମପୁର ପଞ୍ଚାୟତର ବିଚଣା ଗ୍ରାମର ପାନୀୟ ଜଳର ଉତ୍କଟ ସମସ୍ୟାର ସମାଧାନ ପାଇଁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଦାଇତ୍ୱ ତଥା ବେଦୁ ବାବୁଙ୍କର ଅଧୁରା ସ୍ୱପ୍ନକୁ…

ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି…

ଫୋକସ ପ୍ଲସ(breaking news୧୭/୦୩/୨୦୨୪); 1. ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି ସମାନ | ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଅବକାରୀ ଦୁର୍ନୀତି ମାମଲାରେ…

Leave a Reply

Your email address will not be published. Required fields are marked *