କୁଖ୍ୟାତ ଲୁଟେରା ଗିରଫ

କୁଖ୍ୟାତ ଲୁଟେରା ଗିରଫ

ଫୋକସ ପ୍ଲସ ୧୧/୬/୨୨ (ଉଦଳା):  କପ୍ତିପଦା ବଜାର ମଧ୍ୟରୁ ଗତ ୭ତାରିଖ ଦିନ ଡିକି ଭାଙ୍ଗି ୨ଲକ୍ଷ ୪୦ହଜାର ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ ର ସ୍ବତନ୍ତ୍ର ଟିମ୍ ।ଗତ ୭  ତାରିଖ ଦିନ ଗେଣ୍ଡାଗଡିଆ ଗ୍ରାମର ରଣଜିତ ରାଉତ ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇ ଗାଡି ଡିକିରେ ରଖି ମେଡିସିନ କିଣୁଥିବା ବେଳେ ଡିକି ଭାଙ୍ଗି ଲୁଟି ନେଇଥିଲେ । ଉପଖଣ୍ଡ ପୋଲିସ ଅଧିକାରୀ ସାର୍ଥକ ରାୟ ତତ୍ତ୍ଵାବଧାନରେ ଏକ ସ୍ବତନ୍ତ୍ର ଟିମ୍ ଏହି ଲୁଟ୍ ଘଟଣାର ପର୍ଦ୍ଦାଫାଶ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିଛି । ପୋଲିସ ଟିମ୍ ଏହି ଚୋରଙ୍କ ପିଛା କରି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଠାରୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ଏକ ଲକ୍ଷ ୫୩ ହଜାର ଟଙ୍କା ସହିତ ଲୁଟରେ ବ୍ୟବହୃତ ହତିଆର ଓ ଦୁଇଟି ବାଇକ୍ ଜବତ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ଯାଜପୁର ଦାସମଣି ଗ୍ରାମର ଅନୁରାଗ ପ୍ରଧାନଙ୍କ ପୂଅ ଶିବାନନ୍ଦ ପ୍ରଧାନ ଓ ଗଞ୍ଜାମ ଜିଲ୍ଲାର ଧାନ ଚକ୍ରବର୍ତ୍ତୀଙ୍କ ପୂଅ ।ଉଦଳା ଡାକ୍ତରଖାନା ରାସ୍ତାରେ ହୋଇଥିବା ଡିକି ଭାଙ୍ଗିଦୁଇ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ସଂପୃକ୍ତି ରହିଥିବା ସ୍ବୀକାର କରିଛନ୍ତି  । ଖୁବଶୀଘ୍ର ଏହାର ମଧ୍ୟ ପର୍ଦ୍ଦାଫାଶ ହେବ ବୋଲି ସୂଚନା ଦେଇଛନ୍ତି |

Related post

ଭତ୍ତା ଟଙ୍କାରୁ ବଞ୍ଚିତ ଅସହାୟ ବୃଦ୍ଧା

ଭତ୍ତା ଟଙ୍କାରୁ ବଞ୍ଚିତ ଅସହାୟ ବୃଦ୍ଧା

ଫୋକସ ପ୍ଲସ (ଦଶମନ୍ତପୁର) ୦୫/୦୭/୨୦୨୨: ଜଣେ ଅସହାୟ ବୃଦ୍ଧାଙ୍କ ଆଧାର କାର୍ଡ ନଥିବା ରୁ ଏକ ବର୍ଷ ହେଲା ପଞ୍ଚାୟତ ପକ୍ଷରୁ ଭତ୍ତା ଟଙ୍କା ଦିଆ ଯାଉନ ଥିବା…

ଜମି ବିବାଦକୁ ନେଇ ରକ୍ତାକ୍ତ ସଂଘର୍ଷ

ଫୋକସ ପ୍ଲସ (ଗଜପତି) ୦୫/୦୭/୨୦୨୨: ଗଜପତି ଜିଲ୍ଲା ମୋହନା ବ୍ଲକରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସରକାରୀ ଜମିକୁ ନେଇ ବାଦ ବିବାଦ ଓ ରକ୍ତାକ୍ତ ସଂଘର୍ଷ।…
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୯.୩୬ କୋଟି ଟଙ୍କା ମଞ୍ଜୁର

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୯.୩୬ କୋଟି ଟଙ୍କା ମଞ୍ଜୁର

ଫୋକସ ପ୍ଲସ (ଭୁବନେଶ୍ୱର) ୦୫/୦୭/୨୦୨୨: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ୫୫ ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ପାଇଁ ଦ୍ଵିତୀୟ…

Leave a Reply

Your email address will not be published.