୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଫୋକସ ପ୍ଲସ ୧୧/୬/୨୨ (କୋରାପୁଟ): ପୁଣି ପାଡୁଆ ପୋଲିସ କୁ ବଡ ସଫଳତା । ଗଛିତ ରଖିଥିବା ଗଞ୍ଜେଇ ଉପରେ ଚଡାଉ କରୁଛି ପୋଲିସ | ବିଶେଷ ସୂତ୍ର ରୁ ଖବର ପାଇ ନନ୍ଦପୁର SDPO ଙ୍କ ନେତୃତ୍ଵ ରେ ପାଡୁଆ ପୋଲିସ ଖୁଡ଼ା ଜଳପ୍ରପାତ ନିକଟ ଜଙ୍ଗଲ ରେ ୩ଘଣ୍ଟା ର ଅପ୍ରେସନ କରି ଥିଲା । ଜଳପ୍ରପାତ ନିକଟ ଜଙ୍ଗଲ ରେ ବିପୁଳ ପରିମାଣ ର ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ଖବର ପାଇ ଚଡାଉ କରିଥିଲା । ପୋଲିସ ଆସିବା ଦେଖି ଅନ୍ଧାର ର ସୁଯଗ ନେଇ ଘଟଣା ସ୍ଥଳରୁ ମାଫିଆ ମାନେ ଫେରାର ହୋଇ ଯାଇଥିବା ବେଳେ ଘଟଣା ସ୍ଥଳ ରୁ ୨୭ଟି ବସ୍ତା ରେ ବିପୁଳ ଗଞ୍ଜେଇ ଜବତ କରିଥିଲା ପୋଲିସ । ଘଟଣା ସ୍ଥଳରେ ପ୍ରାୟ ୮କୁଇଣ୍ଟାଲ ଗଞ୍ଜେଇ ଥିବା ବେଳେ ଏହାର ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଏହି ଗଞ୍ଜେଇ ବାହାର ରାଜ୍ୟକୁ କୁ ଚୋରା ଚାଲାଣ କରିବା କୁ ପ୍ରସ୍ତୁତ ହେଇଥିବା ପୋଲିସ ସୂଚନା ଦେଇଛି । ଚଳିତ ବର୍ଷ ପୋଲିସ ପାଇଁ ବଡ଼ ସଫଳତା । ପ୍ରାୟ ୮ ସହ ଏକର ଗଞ୍ଜେଇ ଚାଷ ନଷ୍ଟ କରିବାରେ ପୋଲିସ ସଫଳ ହୋଇ ଥିବା ବେଳେ ଗଞ୍ଜେଇ ଗଛିତ ଥିବା ବିଭିନ୍ନ ଜାଗାରେ ମଧ୍ୟ ଚଡାଉ ଜାରି ରଖିଛି ପୋଲିସ୍ l

କୋରାପୁଟ ରୁ କୁନା ଖରା ଙ୍କ ରିପୋର୍ଟ ଫୋକ୍ସ ପ୍ଲସ |

Related post

ଭତ୍ତା ଟଙ୍କାରୁ ବଞ୍ଚିତ ଅସହାୟ ବୃଦ୍ଧା

ଭତ୍ତା ଟଙ୍କାରୁ ବଞ୍ଚିତ ଅସହାୟ ବୃଦ୍ଧା

ଫୋକସ ପ୍ଲସ (ଦଶମନ୍ତପୁର) ୦୫/୦୭/୨୦୨୨: ଜଣେ ଅସହାୟ ବୃଦ୍ଧାଙ୍କ ଆଧାର କାର୍ଡ ନଥିବା ରୁ ଏକ ବର୍ଷ ହେଲା ପଞ୍ଚାୟତ ପକ୍ଷରୁ ଭତ୍ତା ଟଙ୍କା ଦିଆ ଯାଉନ ଥିବା…
ଜମି ବିବାଦକୁ ନେଇ ରକ୍ତାକ୍ତ ସଂଘର୍ଷ

ଜମି ବିବାଦକୁ ନେଇ ରକ୍ତାକ୍ତ ସଂଘର୍ଷ

ଫୋକସ ପ୍ଲସ (ଗଜପତି) ୦୫/୦୭/୨୦୨୨: ଗଜପତି ଜିଲ୍ଲା ମୋହନା ବ୍ଲକରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସରକାରୀ ଜମିକୁ ନେଇ ବାଦ ବିବାଦ ଓ ରକ୍ତାକ୍ତ ସଂଘର୍ଷ।…
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୯.୩୬ କୋଟି ଟଙ୍କା ମଞ୍ଜୁର

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୯.୩୬ କୋଟି ଟଙ୍କା ମଞ୍ଜୁର

ଫୋକସ ପ୍ଲସ (ଭୁବନେଶ୍ୱର) ୦୫/୦୭/୨୦୨୨: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ୫୫ ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ପାଇଁ ଦ୍ଵିତୀୟ…

Leave a Reply

Your email address will not be published.