ପ୍ରେମ

ପ୍ରେମ

ଫୋକସ ପ୍ଲସ ୧୨/୬/୨୨(ବ୍ୟୁରୋ): ପ୍ରେମ ଏକ ଅନ୍ତରର ଏକ ଭାବନା |ଏହା ଶାଶ୍ୱତ ଚିରନ୍ତନ |ବିନା ଫଗୁଣର ରଙ୍ଗ ଲଗା ଏକ ନିଆରା ଅନୁଭୂତି |ଘନ ଅନ୍ଧକାର ମଧ୍ୟରେ ପୂରଣ ହେଉଥିବା ସ୍ବପ୍ନ ହେଉଛି ପ୍ରେମ | ଫୁଲ ପ୍ରେମର ପ୍ରତୀକ, ସେଇ ଫୁଲରୁ ଆରମ୍ଭ ହୁଏ ପ୍ରେମ | ନୀଳ ଆକାଶର ଚିକମିକ ଆଲୁଅ ହେଉଛି ପ୍ରେମ |ଶାବ୍ଦ୍ଧିକ ଉଦ୍ଭବ ମଧ୍ୟରେ ପ୍ରେମ ଅର୍ଥ ହେଉଛି “ପରମ ଏ” |ପରମ ଅର୍ଥ ଶ୍ରେଷ୍ଠ | ଏହାଛଡା ବ୍ୟକ୍ତିଗତ ସ୍ନେହ, ଶ୍ରଦ୍ଧା ଓ ସଂଯୋଗକୁ ମଧ୍ୟ ପ୍ରେମ କୁହାଯାଏ |ଦୟା, କ୍ଷମା ଆଉ ପ୍ରଣୟ ହେଉଛି ବ୍ୟକ୍ତି ବ୍ୟକ୍ତି ଙ୍କ ମଧ୍ୟରେ ଥିବା ପ୍ରେମର ଏକ ରୂପ |ପ୍ରେମ ଶବ୍ଦଟି ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରରେ ବ୍ୟବହାର ହୋଇଥାଏ |ପ୍ରେମ ବ୍ୟକ୍ତିଗତ ହୋଇପାରେ ଅବା ସାର୍ବଜନୀନ ହୋଇପାରେ | ବିପରୀତ ଲିଙ୍ଗର ପ୍ରାଣୀମାନଙ୍କ ମଧ୍ୟରେ ଥିବା ଆକର୍ଷଣ କୁ ମଧ୍ୟ ପ୍ରେମ କୁହାଯାଏ |ପ୍ରେମ ଶାଶ୍ୱତ ଏବଂ ଚିରନ୍ତନ ସତ୍ୟ |ପ୍ରେମ ବି ହେଉଛି ଭକ୍ତ ଭଗବାନ ଙ୍କ ସମ୍ପର୍କ |କାମ ହେଉଛି ପ୍ରେମର ଅନ୍ୟ ଏକ ନାମ |କେତେବେଳେ ସ୍ମିତହାସ୍ୟ ରେ ପ୍ରେମର ସଂଜ୍ଞା ବୁଝି ହୁଏ ତ କେତେବେଳେ ଆଲିଙ୍ଗନ ଓ ଚୁମ୍ବନ ମାଧ୍ୟମରେ ପ୍ରେମ କୁ ଅନୁଭବ କରିହୁଏ |ପ୍ରେମ ମାନବ ଜୀବନର ସାର ବସ୍ତୁ |ଯେଉଁଠାରେ ପ୍ରେମ ଥାଏ ସେହି ଠାରେ ହିଁ ଜ୍ଞାନ ଥାଏ |ଯେଉଁ ମନୁଷ୍ୟ ବାସ୍ତବରେ ପ୍ରେମ କରେ ସେଇ ମନୁଷ୍ୟର ହୃଦୟରେ ଦେବଭାବ ଜାଗ୍ରତ ହୁଏ |ଆଉ ସୁଖ ଶାନ୍ତିରେ ଜୀବନ ଅତିବାହିତ କରେ |କେହି ଜଣେ କହିଥିଲେ ଈଶ୍ୱର ଙ୍କ ପ୍ରେମ ରେ ପଡିଲେ ମାନବ ଜୀବନ ଶିଥିଳ ହୋଇଯାଏ |ମନ ପ୍ରଫୁଲିତ ରୁହେ |ପ୍ରେମର ଧର୍ମ ହିଁ ଶ୍ରେଷ୍ଠ ଧର୍ମ । ଯେଉଁଠାରେ ଏହାର ବିପରୀତ ଭାବ ସେଠାରେ ପ୍ରେମ ନାହିଁ | ପ୍ରେମର ଅନ୍ୟ ଗୋଟାଏ ବିକୃତ ବସ୍ତୁର ଆଧିପତ୍ୟ ରହିଅଛି । ଅଗ୍ନି ଅଛି କିନ୍ତୁ ଉତ୍ତାପ ନାହିଁ, ସୂର୍ଯ୍ୟ ଅଛି କିନ୍ତୁ ତାହାର ଆଲୋକ ନାହିଁ, ଏହା ଭାବିବା ଟା ଯେପରି ଅର୍ଥଶୂନ୍ୟ କଥା | ପ୍ରେମ ଅଛି ଅଥଚ ପବିତ୍ରତା ନାହିଁ, ଏହା ମଧ୍ୟ ସେହିପରି | ବସ୍ତୁତଃ ପ୍ରେମ ଓ ପବିତ୍ରତା ନିରବଚ୍ଛିନ୍ନ ଏକତ୍ର ବାସ କରନ୍ତି |ଅନନ୍ତ କୋଟି ଭଗବାନ ଙ୍କ ପ୍ରେମରେ ଦୀକ୍ଷିତ ନହେଲେ ମାନବାତ୍ମାର ସୁଖ ନାହିଁ, ଶାନ୍ତି ନାହିଁ, ଗତି ନାହିଁ, ମୁକ୍ତି ନାହିଁ |ଯେପରି ହାତରେ ଧରା ଯାଇଥିବା କାଚ ଟି ତଳେ ପଡି ଭାଙ୍ଗିଗଲେ ଚୁର୍ଣ୍ଣ ହୋଇଯାଏ ସେହିଭଳି ପ୍ରେମ ରେ ଆଘାତ ଲାଗିଲେ ହୃଦୟ ଜଳିଯାଏ |

ପ୍ରେମ କାମ ବା ଇନ୍ଦ୍ରିୟବିଳାସ ଉତ୍ତେଜନା ଆଣିଥାଏ, ପ୍ରେମ ବିଶ୍ରାନ୍ତି ବା ଆରାମ ଦେଇଥାଏ,କାମ ହିଂସା ଆଣେ, ପ୍ରେମ ତ୍ୟାଗ ଆଣିଥାଏ |କାମନା ବାସନା ଦାବି କରେ, ପ୍ରେମ ହୁକୁମ କରେ | ପ୍ରେମ ହିଁ ବଳ, ପ୍ରେମ ହିଁ ପୃଥିବୀରେ ମହାନ ଶକ୍ତିଶାଳୀ | ପ୍ରକୃତ ପ୍ରେମ ଅସ୍ଵୀକାର ଜାହିର କରେନା,ବରଂ ସ୍ଵାଧୀନତା ଆଣିଥାଏ । ଏହି ସ୍ଵାଧୀନତା ହିଁ ମୋକ୍ଷ ପ୍ରଦାନ କରେ,ଏହି ସ୍ଵଧୀନତାରେ ହିଁ ପ୍ରେମ ବିକଶିତ ହୋଇଥାଏ |

ପ୍ରେମ ମାନବ ଜୀବନର ସାରବସ୍ତୁ | ପ୍ରେମ ହିଁ ମାନବ ଜୀବନର ଲକ୍ଷ୍ୟ, ଅଥବା ପ୍ରକୃତ ଜୀବନ | ଯେଉଁଠାରେ ପ୍ରେମ, ସେହିଠାରେ ଜ୍ଞାନ, ସେହିଠାରେ ପବିତ୍ରତା | ସେହିଠାରେ ବାଧ୍ୟତା ଓ କର୍ତ୍ତବ୍ୟ ନିଷ୍ଠା | ପ୍ରେମ ମାନବ ହୃଦୟକୁ ଭେଦଭାବ ଶୂନ୍ୟ କରେ, ସ୍ୱାର୍ଥ ବିବର୍ଜିତ କରେ, ଆତ୍ମ ବିସ୍ମୃତ କରେ | ପ୍ରେମରେ ଛୋଟବଡ଼ ନାହିଁ, ‘ମୁଁ’ ‘ତୁ’ ନାହିଁ | ପ୍ରେମର ମହିମା କୀର୍ତ୍ତନ କରିବା ଆମ୍ଭମାନଙ୍କର ଉଦ୍ଦେଶ୍ୟ ନୁହେଁ | ଆମ୍ଭେମାନେ ଏତିକି ମାତ୍ର କହୁଅଛୁଁ ଯେ ପ୍ରେମ ବିନା ପ୍ରକୃତ ମନୁଷ୍ୟତ୍ୱ ଅସମ୍ଭବ, ପ୍ରେମଶୂନ୍ୟ ହୃଦୟ ପ୍ରେତ ପିଶାଚର ଲୀଳାଖେଳ | ଯାହା ଇନ୍ଦ୍ରିୟ ଶକ୍ତି ଜଡ଼ିତ ବା ସୁଖ ଲାଳସା ପ୍ରସୂତ ତାହା ପ୍ରେମ ନାମର ଯୋଗ୍ୟ ନୁହେଁ, ତାହା ଅସ୍ଥାୟୀ | ସୁଖର ଆଶା ଶେଷ ହେଲେ ତାହାର ଅସ୍ତିତ୍ୱ ପ୍ରାୟ ବିଲୁପ୍ତ ହୁଏ ସେ କେବଳ ସୁଖର ସ୍ଥାନ ଖୋଜି ବୁଲେ । ଯେଉଁ ପ୍ରେମ ମନୁଷ୍ୟ ହୃଦୟରେ ଦେବଭାବ ବିକଶିତ କରେ; ତାହାହିଁ ପ୍ରକୃତ ପ୍ରେମ |

Related post

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ l

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ…

କୋରାପୁଟ୧୭/୦୩/୨୦୨୪; ଏହି ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲା ପ୍ରଶାସନର ପୂର୍ବ ପ୍ରସ୍ତୁତିକୁ ନେଇ ସାମ୍ବାଦିକ ସମ୍ବିଳନୀ l ଓଡ଼ିଶାରେ ଲୋକସଭା ନିର୍ବାଚନ ସମେତ ଓଡିଶା ବିଧାନସଭା…
ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ପାଟକୁରା୧୭/୦୩/୨୦୨୪; ପଦ୍ମପୁର ପଞ୍ଚାୟତର ବିଚଣା ଗ୍ରାମର ପାନୀୟ ଜଳର ଉତ୍କଟ ସମସ୍ୟାର ସମାଧାନ ପାଇଁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଦାଇତ୍ୱ ତଥା ବେଦୁ ବାବୁଙ୍କର ଅଧୁରା ସ୍ୱପ୍ନକୁ…

ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି…

ଫୋକସ ପ୍ଲସ(breaking news୧୭/୦୩/୨୦୨୪); 1. ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି ସମାନ | ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଅବକାରୀ ଦୁର୍ନୀତି ମାମଲାରେ…

Leave a Reply

Your email address will not be published. Required fields are marked *