କୁଜିନେତାଙ୍କ ନିୟନ୍ତ୍ରଣରେ ଗ୍ରାମୀଣ ଶିକ୍ଷା ବ୍ୟବସ୍ଥା
- ଅପରାଧଆଞ୍ଚଳିକରାଜ୍ୟଶିକ୍ଷା
- June 12, 2022
- No Comment
- 190
ଫୋକସ ପ୍ଲସ ୧୨/୬/୨୨(ଭଦ୍ରକ): ଶୀର୍ଷକ ଟି କାହାକୁ ଭଲ ଲାଗିପାରେ କାହା ମନରେ କ୍ରୋଧ ଆଣିପାରେ, କିନ୍ତୁ ବାସ୍ତବତାକୁ ସାମ୍ନାକୁ ଆଣିବାର ଏହାହିଁ ଏକ ମାତ୍ର ମାଧ୍ୟମ | ସରକାର ସରକାରୀ ବିଦ୍ୟାଳୟ ଗୁଡ଼ିକୁ ରୂପାନ୍ତିକରଣ କରି ଏକ ସୁନ୍ଦର ଭିତ୍ତିଭୂମି ପ୍ରସ୍ତୁତ କରିବା ପାଇଁ ଯୋର ସୋର ପ୍ରୟାସ ଜାରି ରଖିଛନ୍ତି |ଯାହା ଶୁଭ ସଙ୍କେତ, ଯାହା ହେବା ମଧ୍ୟ ଉଚିତ,କିନ୍ତୁ ପକୃତ କଥା ହେଲା କିଛି ହୀନ ରାଜନୀତି ମାନସିକତା ବ୍ୟକ୍ତି ବିଶେଷ ଙ୍କ ପାଇଁ ଆଜିର ଶିକ୍ଷା ଅନୁଷ୍ଠାନ କଳୁଷିତ ଅବସ୍ଥା ଦେଇ ଗତି କରୁଛି | ବିଶେଷ କରି ଉଚ୍ଚ ପ୍ର୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ଅବସ୍ଥା ଅତ୍ୟନ୍ତ ଶୋଚନୀୟ, କେଉଁଠି ପାଇଖାନା ବ୍ୟବସ୍ଥା ନାହିଁତ , କେଉଁଠି ବିନା ବିଦ୍ୟୁତ ସଂଯୋଗ ରେ 45 ଡିଗ୍ରୀ ତାପମାତ୍ରାରେ ପିଲା ପାଠ ପଢୁଛନ୍ତି, କେଉଁଠି କାଠ ଜାଳି ରୋଷେୟା ମଧ୍ୟାହ୍ନ ଭୋଜନ ରାନ୍ଧିଲାଣି ତ ଆଉ କେଉଁଠି 50 ପିଲାଙ୍କୁ ଜଣେ ଶିକ୍ଷକ | ଏଥିରୁ ଅନୁମାନ କରନ୍ତୁ ବିଦ୍ୟାଳୟ ଗୁଡିକରେ ଶୈକ୍ଷିକ ବାତାବରଣ କେମିତି ଥିବ? ଏବଂ ସେଠାରେ ପାଠ ପଢ଼ୁଥିବା ପିଲା କି ପ୍ରକାର ମାନସିକତା ଦେଇ ଗତି କରୁଥିବେ? ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଏଥିରେ ରାଜନୀତି ସହିତ ସମ୍ପର୍କ କଣ ? ଅଛି ଆଜ୍ଞା ବହୁତ କିଛି ପ୍ରତ୍ୟକ ବିଦ୍ୟାଳୟ ଗୁଡ଼ିକରେ ଗୋଟିଏ ବିଦ୍ୟାଳୟ ପରିଚାଳନା ସମିତି ଗଠନ ହୋଇ ଥାଏ | ଏହା ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପିତା ମାତା ଙ୍କୁ ନେଇ ଗଠିତ ହୋଇଥାଏ |ଏବଂ ଏମାନଙ୍କ ମଧ୍ୟରେ ଜଣେ ପରିଚାଳନା କମିଟିର ଚେୟାରମ୍ୟାନ ହୋଇଥାନ୍ତି, ଏବଂ ପ୍ରତି ପଞ୍ଚାୟତ ର ଗୋଟିଏ ଷ୍ଟାଣ୍ଡି କମିଟି ହୋଇ ଥାଏ ଏବଂ ଏହାର ଅଧକ୍ଷ ହେଲେ ସେହି ପଞ୍ଚାୟତ ର ସରପଞ୍ଚ | ତେଣୁ ଉଭୟ ଷ୍ଟାଣ୍ଡି କମିଟି ଏବଂ ପରିଚାଳନା କମିଟିର କାମ ହେଲା ବିଦ୍ୟାଳୟ ଗୁଡ଼ିକ କେମିତି ଭଲ ଭାବେ ପରିଚାଳିତ ହେବ ତାର ତଦାରଖ କରିବା |କିନ୍ତୁ ବିଗତ କିଛି ବର୍ଷ ହେଲା ବାସ୍ତବତା ହେଉଛି ସ୍କୁଲରେ ପିଲା ପାଠ ପଢ଼ନ୍ତୁ କିମ୍ୱା ନ ପଢନ୍ତୁ , ଶିକ୍ଷକ ଥାନ୍ତୁ କିମ୍ୱା ନଥାନ୍ତୁ , ସ୍କୁଲ ବରଂ ବନ୍ଦ ହେଉଯାଉ ଏମାନଙ୍କର ମାନସିକତା ହେଲା ଜେଣତେଣ ପ୍ରକାରେ ମ୍ୟାନେଜିଙ୍ଗ କମିଟିର ଚେୟାରମ୍ୟାନ ହେବୁ, କିମ୍ୱା ଆମେ ଯଦି ସ୍ଥାନୀୟ କୁଜି ନେତା ଆମେ କେମିତି ଆମ ଲୋକଟିକୁ ଚେୟାରରେ ବସେଇବୁ | ଏହା ଦ୍ଵାରା ଆମର ବି ପତିଆରା ରକ୍ଷା ହେଲା, ଏବଂ କିଛି ଦିନ ପାଇଁ ମଦ ପାଣି ବି ମିଳିଲା | ଆପଣ ମାନେ ଭାବୁଥିବେ ଏ ରାଜନୀତିଟି କେବଳ ପଞ୍ଚାୟତ ଭିତରେ ସୀମିତ , ନା ଏଥିରେ ବି ଜିଲ୍ଲା ସ୍ତରୀୟ ନେତୃତ୍ୱ ମୁଣ୍ଡ ପୁରାନ୍ତି |ଭୋଟ ବ୍ୟାଙ୍କ ଏବଂ ସଙ୍ଗଠନ କାଳେ ଏପଟ ସେପଟ ହୋଇ ଯିବ, ନିଜ ସ୍ୱାର୍ଥ ପାଇଁ ଲୋକସେବା ଭବନ ଠାରୁ ଆରମ୍ଭ କରି ହାଣ୍ଡିଶାଳ ପର୍ଯ୍ୟନ୍ତ ରାଜନୀତିର ବିଷ ମଞ୍ଜି ସବୁଠି ବୁଣିବାକୁ ଚେଷ୍ଟା କରନ୍ତି |ଏଥିରୁ ଚିନ୍ତା କରନ୍ତୁ ରାଜନୀତି କେଉଁ ସ୍ତରକୁ ଖସି ଗଲାଣି | ନିଜ ଲୋକଙ୍କୁ ପଦବୀରେ ବସିବା ପାଇଁ ଆମେ ଯେତିକି ବିବ୍ରତ ଏବଂ ଯେତେ ଚିନ୍ତିତ ତାର ଦଶ ଭାଗ ଯଦି ବିଦ୍ୟାଳୟର ମୌଳିକ ସମସ୍ୟା କୁ ନେଇ ଚିନ୍ତା କରନ୍ତେ ତାହାଲେ ଆଜିର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଏ ପ୍ରକାର ସ୍ତରରେ ନଥାନ୍ତା | ତେଣୁ ସମୟ ଆସିଛି ମାନସିକିତା ର ପରିବର୍ତ୍ତନ ଆଣିବାର ନହେଲେ ଇତିହାସ କାହାକୁ କ୍ଷମା ଦେବନି, ନଚେତ ଭବିଷ୍ୟ ପୀଢ଼ି ପାଖରେ ଗୌଣ ହେବାର ଯଥେଷ୍ଟ ସମ୍ଭାବନା ଅଛି |