ଲେମ୍ବୁଚାଷ କରି ସ୍ୱାବଲମ୍ବୀ ସୁରେନ୍ଦ୍ର

ଲେମ୍ବୁଚାଷ କରି ସ୍ୱାବଲମ୍ବୀ ସୁରେନ୍ଦ୍ର

ଫୋକସ ପ୍ଲସ 13/6/22(ସିମୁଳିଆ): ସିମୁଳିଆ ବ୍ଲକ କହ୍ନେଇବିନ୍ଧା ପଂଚାୟତ କଇଁଷି ଗ୍ରାମ ର ସୁରେନ୍ଦ୍ର ସେନାପତି, ପିତା ଉପେନ୍ଦ୍ର ସେନାପତି।ସୁରେନ୍ଦ୍ର ବାପା ପ୍ରଥମେ ଆରମ୍ଭ କରିଥିଲେ ଲେମ୍ବୁ ଚାଷ ଏହି ଚାଷ କରି କରି ସୁରେନ୍ଦ୍ର କୁ ମଣିଷ କରିଥିଲେ।ବାପା ଙ୍କ ଦେହାନ୍ତ ହେବା ପରେ ସୁରେନ୍ଦ୍ର ବାପା କରିଥିବା ଲେମ୍ବୁ ବଗିଚା କୁ ରକ୍ଷଣବେକ୍ଷଣ କରୁଛନ୍ତି।ସୁରେନ୍ଦ୍ର ଦଶମ ପରୀକ୍ଷା ଦେଇସାରି ଏହି ଚାଷରେ ଲାଗିପଡିଲେ ପାୟ ଗୋଟେ ଏକର ଜମିରେ ଲାଗିଛି ଲେମ୍ବୁ ଓ କଦଳୀ ଗଛ ସୁରେନ୍ଦ୍ର ଦିନ ରାତି ଏହି ବଗିଚା ରେ କାମ ରେ ଲାଗିଥାନ୍ତି। ବର୍ଷକୁ ଲେମ୍ବୁ ପଚାଶ ହଜାର ଟଙ୍କା କଦଳୀ ଚାଳିଶି ହଜାର ଟଙ୍କାର ବିକ୍ରି କରିଥାନ୍ତି ଏଥିରୁ ଯାହା ଦୁଇ ପଇସା ମିଳେ ସେଥିରେ ପରିବାର ପ୍ରତିପୋଷଣ କରିଥାନ୍ତି ସୁରେନ୍ଦ୍ର କୁହନ୍ତି ଲେମ୍ବୁ କଦଳୀ ଚାଷ କରି ଦୁଇ ପୁଅଙ୍କୁ ମଣିଷ କରିବା ସହିତ ତିନିଟି ଝିଅ ଙ୍କୁ ବିଭାହ କରାଇଛନ୍ତି।ଏହି ଚାଷରେ ତାଙ୍କୁ ତାଙ୍କର ପତ୍ନୀ ସହଯୋଗ କରନ୍ତି।ଲେମ୍ବୁ କୁ ନେବା ପାଇଁ ସୁରେନ୍ଦ୍ର ଘରକୁ ବହୁ ଦୂରଦୂରାନ୍ତରୁ ବେପାରୀ ଆସିଥାନ୍ତି।ହେଲେ ସରକାର ଙ୍କ ର ଚାଷୀ ମାନଙ୍କ ପାଇଁ ଏତେ ଯୋଜନା ଥାଇ ମଧ୍ୟ ସୁରେନ୍ଦ୍ର ଙ୍କୁ ଏ ଯାଏ କୌଣସି ସରକାରୀ ସୁବିଧା ଯୋଗାଇ ଦିଆଯାଇନାହିଁ।ସୁରେନ୍ଦ୍ର କୁହନ୍ତି ଆଗକୁ ଯଦି କିଛି ସରକାର ଙ୍କ ଦ୍ଵାରା ସହଯୋଗ ମିଳିବ କିମ୍ବା କିଛି ଯନ୍ତ୍ରପାଟି ସବସିଡ ରେ ମିଳନ୍ତା ଆଗକୁ ଆହୁରି ଭଲ ଚାଷ କରିବେ ବୋଲି ଆଶା ରଖିଛନ୍ତି।

ବାଲେଶ୍ଵର ଜିଲ୍ଲା ସିମୁଳିଆ ରୁ ସୁଶାନ୍ତ ନାୟକ ଙ୍କ ରିପୋର୍ଟ ଫୋକସ ପ୍ଲସ

Related post

ବନ ବିଭାଗ ର ନିଷ୍କ୍ରିୟତା, ବୃଦ୍ଧି ପାଉଛି ବେଆଇନ କରତକଳ

ବନ ବିଭାଗ ର ନିଷ୍କ୍ରିୟତା, ବୃଦ୍ଧି ପାଉଛି ବେଆଇନ କରତକଳ

ଫୋକସ ପ୍ଲସ (ନିମାପଡ଼ା) ୦୭/୦୭/୨୦୨୨: ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ, ଅସ୍ତରଙ୍ଗ ଓ ଗୋପ ବନାଞ୍ଚଳ ରେଞ୍ଜର ଙ୍କ ନିଷ୍କ୍ରିୟତା କାରଣ ରୁ ନିମାପଡା, ଗୋପ, ତୁଳସୀପୁର, ଆମ୍ପୋର,ବେଲପଡା,…
ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଫୋକସ ପ୍ଲସ (ଲମତାପୁଟ) ୦୭/୦୭/୨୦୨୨: ଆଦିବାସୀ ଅଦ୍ୟୁଷିତ କୋରାପୁଟ ଜିଲ୍ଲା ଉପାନ୍ତ ଲମତାପୁଟ ବ୍ଲକ୍ ବାଲେଲ ପଞ୍ଚାୟତ ପିପଲପୁଟ ଗ୍ରାମର ଗୋରିବ ଆଦିବାସୀ ପରିବାରର ଯୁବକ ନକୁଳ ବଡନାୟକ…
ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ଫୋକସ ପ୍ଲସ (ଜଳେଶ୍ୱର) ୦୭/୦୭/୨୦୨୨: ହସପିଟାଲ ବେଡ୍ ରେ ପଡି ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ସ୍ବାମୀ , ଏପଟେ ସ୍ବାମୀ ଙ୍କ ଜୀବନ ବଞ୍ଚାଇବା ପାଂଇ…

Leave a Reply

Your email address will not be published.