ଆମ୍ବ ତୋଳା କୁ ନେଇ ମରଣାତ୍ମକ ଆକ୍ରମଣ

ଆମ୍ବ ତୋଳା କୁ ନେଇ ମରଣାତ୍ମକ ଆକ୍ରମଣ

ଫୋକସ ପ୍ଲସ 13/6/22(ଢେଙ୍କାନାଳ): ଝିମିଟି ଖେଳ ରୁ ମହାଭାରତ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସଦର ଥାନା ଅନ୍ତର୍ଗତ ବାଙ୍କୁଆଲ ଗ୍ରାମ ରେ।ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ୪ ଘଟିକା ସମୟ ରେ ବାଙ୍କୁଆଳ ଗ୍ରାମ ର ରାଜା ବିଶ୍ଵାଳ ସେହି ଗ୍ରାମ ର ଯୁଗ ସ୍ୱାଇଁ ଙ୍କ ଆମ୍ବ ଗଛ ରୁ ଗୋଟିଏ ଆମ୍ବ ପାରି ଥିଲେ।ଗଛ ରୁ ଆମ୍ବ ପାରିବା ଦେଖି ଯୁଗ ସ୍ୱାଇଁ ରାଗି ଯାଇଥିଲି।ପରେ ଯୁଗ ସ୍ୱାଇଁ ରାଜା ବିଶ୍ଵାଳ ଙ୍କୁ ଗାଳି ଗୁଲଜ କରିବାକୁ ଲାଗିଲେ।ଘଟଣା ଦେଖି ଉଭୟ ପରିବାର ଙ୍କ ଭିତରେ ଯୁକ୍ତି ତର୍କ ବଢିଥିଲା।ହଠାତ୍ ଏଥିରେ କ୍ଷୁବ୍ଧ ହୋଇ ଯୁଗ ସ୍ୱାଇଁ ଙ୍କ ପରିବାର ଠେଙ୍ଗାବାଡି ଧରି ରାଜା ବିଶ୍ଵାଳ ଙ୍କ ପରିବାର ଉପରେ ଆକ୍ରମଣ କରି ଥିଲେ। ଯେଉଁଥି ଥିରେ ରାଜା ବିଶ୍ଵାଳ ଙ୍କ ସମେତ ଜଣେ ଶିଶୁ କୁ ମିଶାଇ ୪ ଜଣ ଗୁରୁତର ହୋଇ ପଡ଼ିଥିଲେ।ପରେ ଗ୍ରାମବାସୀ ଙ୍କ ସହାୟତା ରେ ସମସ୍ତ ଆହତ ୪ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଛି। ଏ ସମ୍ପର୍କରେ ଏକ ମାମଲା ସଦର ଥାନାରେ ଦାୟର କରାଯାଇଛି | ଘଟଣାର ତଦନ୍ତ ଚାଲିଥିବା ସଦର ଥାନା ପକ୍ଷରୁ କୁହାଯାଇଛି |

ଢେଙ୍କାନାଳରୁ ଲକ୍ଷ୍ମୀକାନ୍ତ ସାହୁଙ୍କ ରିପୋର୍ଟ

Related post

ବନ ବିଭାଗ ର ନିଷ୍କ୍ରିୟତା, ବୃଦ୍ଧି ପାଉଛି ବେଆଇନ କରତକଳ

ବନ ବିଭାଗ ର ନିଷ୍କ୍ରିୟତା, ବୃଦ୍ଧି ପାଉଛି ବେଆଇନ କରତକଳ

ଫୋକସ ପ୍ଲସ (ନିମାପଡ଼ା) ୦୭/୦୭/୨୦୨୨: ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ, ଅସ୍ତରଙ୍ଗ ଓ ଗୋପ ବନାଞ୍ଚଳ ରେଞ୍ଜର ଙ୍କ ନିଷ୍କ୍ରିୟତା କାରଣ ରୁ ନିମାପଡା, ଗୋପ, ତୁଳସୀପୁର, ଆମ୍ପୋର,ବେଲପଡା,…
ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଫୋକସ ପ୍ଲସ (ଲମତାପୁଟ) ୦୭/୦୭/୨୦୨୨: ଆଦିବାସୀ ଅଦ୍ୟୁଷିତ କୋରାପୁଟ ଜିଲ୍ଲା ଉପାନ୍ତ ଲମତାପୁଟ ବ୍ଲକ୍ ବାଲେଲ ପଞ୍ଚାୟତ ପିପଲପୁଟ ଗ୍ରାମର ଗୋରିବ ଆଦିବାସୀ ପରିବାରର ଯୁବକ ନକୁଳ ବଡନାୟକ…
ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ଫୋକସ ପ୍ଲସ (ଜଳେଶ୍ୱର) ୦୭/୦୭/୨୦୨୨: ହସପିଟାଲ ବେଡ୍ ରେ ପଡି ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ସ୍ବାମୀ , ଏପଟେ ସ୍ବାମୀ ଙ୍କ ଜୀବନ ବଞ୍ଚାଇବା ପାଂଇ…

Leave a Reply

Your email address will not be published.