ଆତ୍ମହତ୍ୟା ଉଦ୍ୟମ, ପ୍ରେମୀଯୁଗଳ ଉଦ୍ଧାର

ଆତ୍ମହତ୍ୟା ଉଦ୍ୟମ, ପ୍ରେମୀଯୁଗଳ ଉଦ୍ଧାର

ଫୋକସ ପ୍ଲସ 13/6/22(ଅନୁଗୁଳ):ଅନୁଗୁଳ ଜିଲ୍ଲା ଜରପଡା ଥାନା ଅଞ୍ଚଳର ପ୍ରେମୀ ଯୁଗଳ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଗ୍ରାମବାସୀ  ଉଦ୍ଧାର କରିଥିବା ଜଣାପଡିଛି  । ସୂଚନା ଯେ , ଜରପଡା ଥାନା ଅଞ୍ଚଳର ଜୈନେକ ବିବାହିତା ମହିଳାଙ୍କ ସ୍ବାମୀ ଓଡିଶା ବାହାରେ ଚାକିରୀ କରନ୍ତି । ଘରେ ଦୁଇଟି ଛୋଟ ଝିଅ ସହ ମହିଳା ଏକାକି ଘରେ ରହୁଥିଲେ । ଏହି ମହିଳା ଜଣକ ପାଖ ସାହିର ଜଣେ ଯୁବକଙ୍କ ପ୍ରେମରେ ଉବୁଟୁବୁ ହୋଇଥିଲେ  । ଝିଅ , ସ୍ବାମୀ ପରିବାର କଥା ଭୁଲି ଯୁବକ ଜଣକର ସାନିଧ୍ୟ ପାଇବା ପାଇଁ ମହିଳା ଜଣକ ନିଜ ଲକ୍ଷ୍ମଣରେଖା ଡେଇଁ ଅବାଧ ମିଳାମିଶା କରିଥିଲେ । ଏ ନେଇ ଉଭୟଙ୍କ ପରିବାର ପକ୍ଷରୁ ବାରଣ କରିଥିଲେ । ଏଥିପାଇଁ ପ୍ରେମୀଯୁଗଳ ସକାଳେ ଘରୁ କେଉଁ ଆଡେ ପଳାଇଯାଇଥିଲେ । ଗ୍ରାମ ନିକଟସ୍ଥ ରେଳଧାରଣା ନିକଟରେ ଥିବା କାଜୁ ବଗିଚାରେ ପ୍ରେମି ଯୁଗଳ ଗୁରୁତର ଅବସ୍ଥାରେ ପଡଥିବା ଦେଖିବା ସହିତ ସେମାନେ ଆତ୍ମହତ୍ୟା କରିବା ପାଇଁ  ବିଷ ପିଇଥିବା ପ୍ରକାଶ କରିଥିଲେ। ଏ ନେଇ ଗ୍ରାମବାସୀ ପ୍ରେମୀଯୁଗଳଙ୍କ ପରିବାର ବର୍ଗଙ୍କୁ ଖବର ଦେଇଥିଲେ । ପରେ ଦୁହିଁଙ୍କୁ ଅନୁଗୁଳ ଡାକ୍ତରଖାନା ନିଆ ଯାଇଥିଲା । ସେଠାରେ ପ୍ରେମିକର ଅବସ୍ଥା ଗୁରତର ଥିବାରୁ ଡାକ୍ତର ତାଙ୍କୁ ଚିକିତ୍ସା ପାଇଁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିବା ବେଳେ ପ୍ରେମିକା ଜଣଙ୍କ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଏ ନେଇ ଖବର ଲେଖା ହେବା ସୁଦ୍ଧା ଜରପଡା ଥାନାରେ କୈାଣସି ମାମଲା ରୁଜୁ ହୋଇନଥିବା ଜଣାପଡିଛି ।

ଅନୁଗୁଳରୁ ସତ୍ୟଶମ୍ଭୁ ନାଏକଙ୍କ ରିପୋର୍ଟ ଫୋକସ୍ ପ୍ଲସ |

Related post

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଫୋକସ ପ୍ଲସ (ଲମତାପୁଟ) ୦୭/୦୭/୨୦୨୨: ଆଦିବାସୀ ଅଦ୍ୟୁଷିତ କୋରାପୁଟ ଜିଲ୍ଲା ଉପାନ୍ତ ଲମତାପୁଟ ବ୍ଲକ୍ ବାଲେଲ ପଞ୍ଚାୟତ ପିପଲପୁଟ ଗ୍ରାମର ଗୋରିବ ଆଦିବାସୀ ପରିବାରର ଯୁବକ ନକୁଳ ବଡନାୟକ…
ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ଫୋକସ ପ୍ଲସ (ଜଳେଶ୍ୱର) ୦୭/୦୭/୨୦୨୨: ହସପିଟାଲ ବେଡ୍ ରେ ପଡି ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ସ୍ବାମୀ , ଏପଟେ ସ୍ବାମୀ ଙ୍କ ଜୀବନ ବଞ୍ଚାଇବା ପାଂଇ…
ସମିତିର ସଭାପତି ଭାବେ ନିର୍ବାଚିତ ଗଗନ ବିହାରୀ ବାରିକ

ସମିତିର ସଭାପତି ଭାବେ ନିର୍ବାଚିତ ଗଗନ ବିହାରୀ ବାରିକ

ଫୋକସ ପ୍ଲସ (ଆଠମଲ୍ଲିକ) ୦୭/୦୭/୨୦୨୨: ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ଷୋଳପଦା ଅଂଚଳ ଆମ୍ବାସରମୁଣ୍ଡା ସେବା ସମବାୟ ସମିତିର ପ୍ରଥମ ପର୍ଯ୍ୟାୟ ଭୋଟ ମତଦାନ ଦିବସରେ ରେ ଗଗନ ବିହାରୀ…

Leave a Reply

Your email address will not be published.