ଅଷ୍ଟମ କଳର ବେଲଟ ପ୍ରୋମସନ ଟେଷ୍ଟ ଅନୁଷ୍ଠିତ

ଅଷ୍ଟମ କଳର ବେଲଟ ପ୍ରୋମସନ ଟେଷ୍ଟ ଅନୁଷ୍ଠିତ

ଫୋକସ ପ୍ଲସ ୧୩/୬/୨୨ (ବ୍ରହ୍ମପୁର): ବ୍ରହ୍ମପୁର ତାଇକଣ୍ଡୋ ଟ୍ରେନି ସ୍କୁଲ ଓ ଟୁଡେ ଏକାଡେମୀ ର ମିଳିତ ମିଳିତ ଆନୁକୁଲ୍ୟରେ ଆଜି ବିନାୟକ ସେଲିବ୍ରସନ୍ ଠାରେ ଅନୁଷ୍ଠିତ ହୋଯାଇଅଛି।ଏଥିରେ ପ୍ରାୟ ୬୦/୭୦ ଜଣ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ତାଇକାଣ୍ଡୋ ସେକ୍ରେଟାରୀ ମନୋଜ ପ୍ରଧାନ ପରୀକ୍ଷା ପରିଚାଳନା କରିଥିବା ବେଳେ ତାଙ୍କ ସହ ଗଞ୍ଜାମ ତାଇକଣ୍ଡ କୋଚ୍ ଇ ଲଳିତ କୁମାର ଓ ଦିଗପହଣ୍ଡି ତାଇକାଣ୍ଡ ଏକାଡେମୀ ର ବାସୁ ନାୟକ ଙ୍କ ସହ ଜମସ ର ଅମ୍ବିକା ପ୍ରସାଦ ଦାସ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ପ୍ରଥମ ଥର ପାଇଁ ବ୍ଲାକ Belt ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି।ଏହି ପରୀକ୍ଷା ଦ୍ଵାରା ପିଲାମାନଙ୍କର ଦକ୍ଷତା ଓ ଭବିଷ୍ୟତ ରେ ହେବାକୁ ଷ୍ଟେଟ ଚମ୍ପିୟାନ ସିପ ପାଇଁ ପିଲା ମାନଙ୍କୁ ଚୟନ କରାଯାଏ।ଏହି ସବୁ ପରୀକ୍ଷା ପରିଚାଳନା ବ୍ରହ୍ମପୁର ତାଇକଣ୍ଡ ଏକାଡେମୀ ର ପ୍ରଶିକ୍ଷକ ଜନୋଜ କୁମାର ମହାରଣା ସୁପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମ କୁ ସମସ୍ତ ଅଭିଭାବକ ମାନେ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କୁ ବ୍ଲାକ ବେଲଟ୍ ସେଟିଫିକେଟ ଓ ଜିଲ୍ଲା ସ୍ତରୀୟ ହୋଇଥିବା ପ୍ରତିଯୋଗୀତାରେ ବ୍ରହ୍ମପୁର ତାଇକଣ୍ଡ ର ଟ୍ରେନିଂ ସ୍କୁଲ ବିଜୟୀ ହୋଇ ଥିବା ପିଲାମାନଙ୍କୁ ପଦକ ପ୍ରଦାନ କରାଯାଇଥିଲା।

କାଳୀ ପ୍ରସାଦ ରଥ ଙ୍କ ରିପୋର୍ଟ ଫୋକସ୍ ପ୍ଲସ |

Related post

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଫୋକସ ପ୍ଲସ (ଲମତାପୁଟ) ୦୭/୦୭/୨୦୨୨: ଆଦିବାସୀ ଅଦ୍ୟୁଷିତ କୋରାପୁଟ ଜିଲ୍ଲା ଉପାନ୍ତ ଲମତାପୁଟ ବ୍ଲକ୍ ବାଲେଲ ପଞ୍ଚାୟତ ପିପଲପୁଟ ଗ୍ରାମର ଗୋରିବ ଆଦିବାସୀ ପରିବାରର ଯୁବକ ନକୁଳ ବଡନାୟକ…
ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ଫୋକସ ପ୍ଲସ (ଜଳେଶ୍ୱର) ୦୭/୦୭/୨୦୨୨: ହସପିଟାଲ ବେଡ୍ ରେ ପଡି ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ସ୍ବାମୀ , ଏପଟେ ସ୍ବାମୀ ଙ୍କ ଜୀବନ ବଞ୍ଚାଇବା ପାଂଇ…
ସମିତିର ସଭାପତି ଭାବେ ନିର୍ବାଚିତ ଗଗନ ବିହାରୀ ବାରିକ

ସମିତିର ସଭାପତି ଭାବେ ନିର୍ବାଚିତ ଗଗନ ବିହାରୀ ବାରିକ

ଫୋକସ ପ୍ଲସ (ଆଠମଲ୍ଲିକ) ୦୭/୦୭/୨୦୨୨: ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ଷୋଳପଦା ଅଂଚଳ ଆମ୍ବାସରମୁଣ୍ଡା ସେବା ସମବାୟ ସମିତିର ପ୍ରଥମ ପର୍ଯ୍ୟାୟ ଭୋଟ ମତଦାନ ଦିବସରେ ରେ ଗଗନ ବିହାରୀ…

Leave a Reply

Your email address will not be published.