ଲର୍ନ ମି ଏକାଡେମୀ ର ଦବଙ୍ଗ ଗିରି କୁ ନେଇ ଅଭିଯୋଗ

ଲର୍ନ ମି ଏକାଡେମୀ ର ଦବଙ୍ଗ ଗିରି କୁ ନେଇ ଅଭିଯୋଗ

ଫୋକସ ପ୍ଲସ 13/6/22(ଯାଜପୁର): ବ୍ୟାସନଗର କହ୍ନେଇପୁର ଅଞ୍ଚଳ ରେ ଥିବା ଲର୍ନ ମି ଏକାଡେମୀ ନାରେ ଆସିଛି ସାଙ୍ଘାତିକ ଅଭିଯୋଗ l ଅଭିଯୋଗ ଆଣିଲେ କୋରେଇ ଧନପୁର ଅଞ୍ଚଳ ର ମନୋରଞ୍ଜନ ନାୟକ l ଅଭିଯୋଗ ଅନୁଯାଇ ମନୋରଞ୍ଜନ ଙ୍କ ପୁଅ ସୁବ୍ରତ ନାୟକ ସମର କୋର୍ସ ଲାଗି ଲର୍ନ ମି ଏକାଡେମୀ ରେ ପ୍ରେବେଶ କରିଥିଲେ l ସେଥିପାଇଁ ସେ ଦଶହଜାର ରୁ ପାଞ୍ଚ ହଜାର ଟଙ୍କା ଦେଇଥିଲେ l କିନ୍ତୁ ସେଠାରେ ଅବ୍ୟବସ୍ଥା ଯୋଗୁଁ ତାଙ୍କର ଦେହ ଖରାପ ହୋଇଥିଲା l ସେଥିପାଇଁ ବାପା ମନୋରଞ୍ଜନ ସୁବ୍ରତ କୁ ଡାକ୍ତରଖାନା ନେଇଯିବାପାଇଁ ଆସିଥିଲେ l କିନ୍ତୁ ବକେୟା ଟଙ୍କା ନ ଦେଲେ ପୁଅ କୁ ଛାଡ଼ିବୁନାହିଁ ବୋଲି ଲର୍ନ ମି ଏକାଡେମୀ ର ମୁଖ୍ୟ ସୁବ୍ରତ ସାହୁ କହିଥିଲେ l ଏମିତି କି ସାମ୍ବାଦିକ ଙ୍କୁ ନାଲି ଆଖି ଦେଖାଇବାକୁ ପଛାଇ ନଥିଲେ ଲର୍ନ ମି ର କର୍ମଚାରୀ l ଶିଳ୍ପାଞ୍ଚଳ ର ମୋଟା ଟଙ୍କା ଲୋଭ ରେ ଛତୁ ଫୁଟିଲା ପରି ଗଢ଼ି ଉଠିଥିବା ଘରୋଇ ଶିକ୍ଷା ଅନୁଷ୍ଠାନ ଗୁଡିକ ଉପରେ ପ୍ରଶାସନ କଡା ନଜର ଦେବାର ଆବଶ୍ୟକତା ରହିଛି l ଖାଦ୍ୟ, ପାନୀୟ ଜଳ, ପରିବେଶ ଏବଂ ଶିକ୍ଷା ଅନୁଷ୍ଠାନ ଗୁଡିକ ର କାର୍ଯ୍ୟ ଶୈଳୀ ଉପରେ କ୍ରମlନୁସାରେ ବିଭାଗୀୟ ଅଧିକାରୀ ମନେ ଯାଞ୍ଚ କରୁ ନଥିବାରୁ ଏମାନେ ମନମାନି କରୁଥିବା ଅଭିଯୋଗ ହେଉଛି l

ଯାଜପୁର ପଦ୍ମଲୋଚନ ନାୟକଙ୍କ ରିପୋର୍ଟ ଫୋକସ ପ୍ଲସ |

Related post

ବନ ବିଭାଗ ର ନିଷ୍କ୍ରିୟତା, ବୃଦ୍ଧି ପାଉଛି ବେଆଇନ କରତକଳ

ବନ ବିଭାଗ ର ନିଷ୍କ୍ରିୟତା, ବୃଦ୍ଧି ପାଉଛି ବେଆଇନ କରତକଳ

ଫୋକସ ପ୍ଲସ (ନିମାପଡ଼ା) ୦୭/୦୭/୨୦୨୨: ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ, ଅସ୍ତରଙ୍ଗ ଓ ଗୋପ ବନାଞ୍ଚଳ ରେଞ୍ଜର ଙ୍କ ନିଷ୍କ୍ରିୟତା କାରଣ ରୁ ନିମାପଡା, ଗୋପ, ତୁଳସୀପୁର, ଆମ୍ପୋର,ବେଲପଡା,…
ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଫୋକସ ପ୍ଲସ (ଲମତାପୁଟ) ୦୭/୦୭/୨୦୨୨: ଆଦିବାସୀ ଅଦ୍ୟୁଷିତ କୋରାପୁଟ ଜିଲ୍ଲା ଉପାନ୍ତ ଲମତାପୁଟ ବ୍ଲକ୍ ବାଲେଲ ପଞ୍ଚାୟତ ପିପଲପୁଟ ଗ୍ରାମର ଗୋରିବ ଆଦିବାସୀ ପରିବାରର ଯୁବକ ନକୁଳ ବଡନାୟକ…
ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ଫୋକସ ପ୍ଲସ (ଜଳେଶ୍ୱର) ୦୭/୦୭/୨୦୨୨: ହସପିଟାଲ ବେଡ୍ ରେ ପଡି ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ସ୍ବାମୀ , ଏପଟେ ସ୍ବାମୀ ଙ୍କ ଜୀବନ ବଞ୍ଚାଇବା ପାଂଇ…

Leave a Reply

Your email address will not be published.