ପୋଲିସ ସହାୟକ କେନ୍ଦ୍ର ଉଦଘାଟନ

ପୋଲିସ ସହାୟକ କେନ୍ଦ୍ର ଉଦଘାଟନ

ଫୋକସ ପ୍ଲସ 15/6/22(ପୋଲସରା): ପୋଲସରା ଗଂଜାମ ଜିଲ୍ଲା ପୋଲସରା ଥାନା କସିପଡା ଗ୍ରାମଠାରେ ଏକ ନୂତନ ପୋଲିସ ସହାୟକ କେନ୍ଦ୍ର ଗୃହ ପତିଷ୍ଠା ହୋଇଯାଇଛି । ଏଥିରେ ମାନ୍ୟବର ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଉଦଘାଟନ ଭାବେ ଯୋଗଦେଇ ବିଧିବଦ୍ଧ ଭାବେ କେନ୍ଦ୍ର ଗୃହର ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସତ୍ୟବ୍ରତ ଭୋଇ , ଦକ୍ଷିଣାଚଳ ଆରକ୍ଷୀ ମହାନିରିକ୍ଷକ ବ୍ରହ୍ମପୁର ଯୋଗଦେଇ ସହଯୋଗ କରିଥିଲେ । ସମ୍ମାନିତ ଅତିଥି ଭାବେ ବ୍ରିଜେଶ କୁମାର ରାଏ , ସୁଯ୍ୟମଣି ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ଏହା ପୂର୍ବରୁ ମାନ୍ୟବର ମନ୍ତ୍ରୀ ମା ସିଂହାସନୀଙ୍କ ପିଠରେ ଏକ କାଯ୍ୟଳୟ ଗୃହକୁ ପଚାଶ ହଜାର ଲିଟର ର କ୍ଷମତା ଧାରଣ ବିଶିଷ୍ଟ ପିଇବା ପାଣି ର ଉତଳ ଜଳଭଣ୍ଡାର ଉଦଘାଟନ କରିଥିଲେ । ଅତିଥି ମାନଙ୍କୁ ମନ୍ଦିର ପରିଚାଳନା କମିଟି ଓ ପଣ୍ଡିରିପଡା, କଷିପଡା ଗ୍ରାମବାସୀଙ୍କ ଦ୍ବାରା ପରମ୍ପରା ଅନୁସାରେ ସ୍ଵାଗତ ଏବଂ ସମ୍ବଦ୍ଧନା କରାଯାଇଥିଲା । କାଯ୍ୟକ୍ରମରେ ଉକ୍ତ ପଣ୍ଡିରୀପଡ଼ା ପଞ୍ଚାୟତ ବସୀ ସମେତ ସରପଞ୍ଚ ସମିତିସଭ୍ୟ ପୋଲସରା ବ୍ଲକ ଅଧ୍ୟକ୍ଷା କଳ୍ପନା ପ୍ରଧାନ, ଉପାଧ୍ୟକ୍ଷ କାହ୍ନୁଚରଣ ପରିଡ଼ା , ପୋଲସରା ଅନଏସି ନଗରପଳ ସଂଯୁକ୍ତ ବେହେରା ଓ ଉପନଗରପଳ ସନ୍ତୋଷ କୁମାର ସେଠୀ , ପୂର୍ବତନ ନଗର ପାଳ ପ୍ରଫୁଲ୍ଲ ପ୍ରଧାନ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

Related post

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଫୋକସ ପ୍ଲସ (ଲମତାପୁଟ) ୦୭/୦୭/୨୦୨୨: ଆଦିବାସୀ ଅଦ୍ୟୁଷିତ କୋରାପୁଟ ଜିଲ୍ଲା ଉପାନ୍ତ ଲମତାପୁଟ ବ୍ଲକ୍ ବାଲେଲ ପଞ୍ଚାୟତ ପିପଲପୁଟ ଗ୍ରାମର ଗୋରିବ ଆଦିବାସୀ ପରିବାରର ଯୁବକ ନକୁଳ ବଡନାୟକ…
ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ଫୋକସ ପ୍ଲସ (ଜଳେଶ୍ୱର) ୦୭/୦୭/୨୦୨୨: ହସପିଟାଲ ବେଡ୍ ରେ ପଡି ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ସ୍ବାମୀ , ଏପଟେ ସ୍ବାମୀ ଙ୍କ ଜୀବନ ବଞ୍ଚାଇବା ପାଂଇ…
ସମିତିର ସଭାପତି ଭାବେ ନିର୍ବାଚିତ ଗଗନ ବିହାରୀ ବାରିକ

ସମିତିର ସଭାପତି ଭାବେ ନିର୍ବାଚିତ ଗଗନ ବିହାରୀ ବାରିକ

ଫୋକସ ପ୍ଲସ (ଆଠମଲ୍ଲିକ) ୦୭/୦୭/୨୦୨୨: ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ଷୋଳପଦା ଅଂଚଳ ଆମ୍ବାସରମୁଣ୍ଡା ସେବା ସମବାୟ ସମିତିର ପ୍ରଥମ ପର୍ଯ୍ୟାୟ ଭୋଟ ମତଦାନ ଦିବସରେ ରେ ଗଗନ ବିହାରୀ…

Leave a Reply

Your email address will not be published.