ମୌସୁମୀ ପ୍ରବେଶ ପାଇଁ ପାଗ ଅନୁକୂଳ

ମୌସୁମୀ ପ୍ରବେଶ ପାଇଁ ପାଗ ଅନୁକୂଳ

ଫୋକସ ପ୍ଲସ ୧୫/୬/୨୨(ବ୍ୟୁରୋ ): ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ l ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ପ୍ରବେଶ କରିବା ପାଇଁ ପାଗ ଅନୁକୂଳ ହେଉଛି l ଏନେଇ ଭୁବନେଶ୍ଵର ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି l ତେବେ ଗତକାଲି ପହିଲି ରଜ ଥିବା ବେଳେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହୋଇଥିଲା l ଅଧିକ ଆର୍ଦ୍ରତା ଯୋଗୁ ଗୁଳୁଗୁଳି ଅଣାୟତ୍ତ ହୋଇଥିଲା । ସେହିପରି ଅପରାହ୍ନ ସମୟରେ ରାଜ୍ୟର ବହୁ ସ୍ଥାନରେ ପାଗ ବଦଳିଥିଲା ଓ ବର୍ଷା ଆସିଥିଲା l ଅନୁଗୁଳରେ ପବନ ଓ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା l ସେହିପରି ବାଲେଶ୍ୱରରେ ସବୁଠୁ ଅଧିକ ବର୍ଷିଥିଲା ବର୍ଷା l ଜିଲ୍ଲାରେ ୫୪ ମିଲିମିଟର ବର୍ଷା ରେକର୍ଡ ହୋଇଛି l ଅନୁଗୁଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ପାରଳାଖେମୁଣ୍ଡି, ଓ ଜଗତସିଂହପୁର, ନୟାଗଡ଼ ଓ ନୂଆପଡ଼ା ଓ କନ୍ଧମାଳରେ ପ୍ରାକ୍‌ ମୌସୁମୀ ବର୍ଷା ହୋଇଥିବା ସୂଚନା ଦିଆଯାଇଛି l ସେହିପରି କେନ୍ଦୁଝରରେ, ଦାରିଙ୍ଗିବାଡ଼ିରେ, ପାରଳାଖେମୁଣ୍ଡି,ଯାଜପୁର, ନୟାଗଡ଼, ଭଦ୍ରକ, ଚାନ୍ଦବାଲି, ନୂଆପଡ଼ା, ପାରାଦୀପ ଓ କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ବର୍ଷା ହୋଇଛି । ତେବେ ଆସନ୍ତା ୫ଦିନ ଯାଏଁ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଉଛି । ବର୍ଷା ସହ ଘଡଘଡି ଓ ଜୋର୍‌ରେ ପବନ ବି ବହିବ ବୋଲି ଆଇଏମ୍‌ଡି ମଧ୍ୟ ସୂଚନା ଦେଇଛି l ସେପଟେ ଆସନ୍ତା ୨ରୁ ୩ ଦିନ ଭିତରେ ମୌସୁମୀ ଆସି ପହଞ୍ଚିଲେ ବି ବିଶେଷ ବର୍ଷା ନାହିଁ ବୋଲି କୁହାଯାଇଛି l ବୁଧବାରଠାରୁ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଗଜପତି ଓ ଗଞ୍ଜାମରେ ବର୍ଷା ହେବାର ସମ୍ଭାବନା ରହିଛି l

ବ୍ୟୁରୋ ରିପୋର୍ଟ ଫୋକସ ପ୍ଲସ |

Related post

ଭତ୍ତା ଟଙ୍କାରୁ ବଞ୍ଚିତ ଅସହାୟ ବୃଦ୍ଧା

ଭତ୍ତା ଟଙ୍କାରୁ ବଞ୍ଚିତ ଅସହାୟ ବୃଦ୍ଧା

ଫୋକସ ପ୍ଲସ (ଦଶମନ୍ତପୁର) ୦୫/୦୭/୨୦୨୨: ଜଣେ ଅସହାୟ ବୃଦ୍ଧାଙ୍କ ଆଧାର କାର୍ଡ ନଥିବା ରୁ ଏକ ବର୍ଷ ହେଲା ପଞ୍ଚାୟତ ପକ୍ଷରୁ ଭତ୍ତା ଟଙ୍କା ଦିଆ ଯାଉନ ଥିବା…
ଜମି ବିବାଦକୁ ନେଇ ରକ୍ତାକ୍ତ ସଂଘର୍ଷ

ଜମି ବିବାଦକୁ ନେଇ ରକ୍ତାକ୍ତ ସଂଘର୍ଷ

ଫୋକସ ପ୍ଲସ (ଗଜପତି) ୦୫/୦୭/୨୦୨୨: ଗଜପତି ଜିଲ୍ଲା ମୋହନା ବ୍ଲକରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସରକାରୀ ଜମିକୁ ନେଇ ବାଦ ବିବାଦ ଓ ରକ୍ତାକ୍ତ ସଂଘର୍ଷ।…
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୯.୩୬ କୋଟି ଟଙ୍କା ମଞ୍ଜୁର

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୯.୩୬ କୋଟି ଟଙ୍କା ମଞ୍ଜୁର

ଫୋକସ ପ୍ଲସ (ଭୁବନେଶ୍ୱର) ୦୫/୦୭/୨୦୨୨: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ୫୫ ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ପାଇଁ ଦ୍ଵିତୀୟ…

Leave a Reply

Your email address will not be published.