ରଜ ଉତ୍ସବ ଉଦଘାଟନ କଲେ ଉପବାଚସ୍ପତି

ରଜ ଉତ୍ସବ ଉଦଘାଟନ କଲେ ଉପବାଚସ୍ପତି

ଫୋକସ ପ୍ଲସ ୧୫/୬/୨୨(ଅନୁଗୋଳ): ବଳରାମପ୍ରସାଦ ଅପରାଜିତା ଓମେନ୍ସ ୱେଲଫେୟାର କ୍ଲବ ର ରଜ ଉତ୍ସବ କୁ ଉଦଘାଟନ କଲେ ଓଡ଼ିଶାର ଉପବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂ, ଅନୁଗୋଳ ଜିଲ୍ଲା ବଂଅରପାଳ ବ୍ଳକ ଅନ୍ତର୍ଗତ ବଳରାମପ୍ରସାଦ ପଂଚାୟତ ର ଅପରାଜିତା ଓମେନ୍ସ କ୍ଲବ ତରଫରୁ ରଜ ଉତ୍ସବ ପାଳନ କରାଯାଇଛି ।ଏହି ଉତ୍ସବ କୁ ଓଡ଼ିଶାର ଉପବାଚସ୍ପତି ,ଅନୁଗୋଳ ବିଧାୟକ ଶ୍ରୀଯୁକ୍ତ ରଜନୀକାନ୍ତ ସିଂ ଫିତା କାଟି ଉଦଘାଟନ କରିଥିଲେ ମଞ୍ଚାସୀନ ଅତିଥି ଭାବେ କ୍ଲବ ର ଉପଦେଷ୍ଟା ଡକ୍ଟର ବିଜୟଲକ୍ଷ୍ମୀ ତାରେଣିଆ ଓ ସଭାପତି ସମାଜସେବୀ ଶ୍ରୀମତୀ ପଦ୍ମାଖି ସିଂ ଯୋଗଦେଇଥିଲେ ।।ପ୍ରଥମେ ଉପବାଚସ୍ପତି କ୍ଳବ ର ପତାକା ଉତ୍ତୋଳନ କରିଥିଲେ ଓ ଶ୍ରୀଫଳ ଭାଙ୍ଗି ଫିତା କାଟି ,ଛୋଟ ପିଲା ମାନଙ୍କୁ ଦୋଳି ଖେଳାଇଥିଲେ ।ସଭାପତି ଶ୍ରୀମତୀ ପଦ୍ମାଖି ସିଂ ତାଙ୍କୁ ରଜ ଅବସରରେ ମିଠା ପାନ ଉପହାର ଦେଇଥଲେ ।ଆୟୋଜକ କ୍ଳବ ତରଫରୁ ପ୍ରଥମ ଦିବସରେ ପିଠା ,ଚାଟ ଓ ପାଣିପୁରୀ ଷ୍ଟଲ ଲଗା ଯାଇଥିବା ବେଳେ ବରିଷ୍ଠ ନାଗରିକ ମାନଙ୍କ ଦ୍ୱାରା ମିଠା ପାନ ର ଷ୍ଟଲ ଲଗାଯାଇଥିଲା ।ବିବିନ୍ନ ପ୍ରକାର ଖେଳ ପ୍ରତିଯୋଗିତାରେ ପଚାୟତ ବାସୀ ଅଂଶଗ୍ରହଣ କରିଥିବାବେଳେ ସରପଞ୍ଚ ଶ୍ରୀମତୀ ଜୟନ୍ତୀ ସାହୁ ହୁଳହୁଳି ଦେଇ ମହିଳା ମାନଙ୍କୁ ଉତ୍ସାହିତ କରିଥିଲେ ।ବ୍ଲୁବ ର ସଦସ୍ୟା ଶ୍ରୀମତୀ ଏଲିନା ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ କ୍ଳବ ସମ୍ପାଦିକା ଶ୍ରୀମତୀ ସୁଚିସ୍ମିତା ସିଂ ଓ ସମସ୍ତ ସଦସ୍ୟା ମାନେ ଉପସ୍ଥିତ ରହି ଉତ୍ସବକୁ ଆଗେଇ ନେଇଥିଲେ ।ଆସନ୍ତା କାଲି ମଧ୍ୟ ଏହି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଶ୍ରୀମତୀ ପଦ୍ମାଖି ସିଂ ସୂଚନା ଦେଇଥିଲେ ।

Related post

ଜାତୀୟ ସେବା ଯୋଜନା ସ୍ବତନ୍ତ୍ର ଶିବିର ଉଦଯାପିତ

ଜାତୀୟ ସେବା ଯୋଜନା ସ୍ବତନ୍ତ୍ର ଶିବିର ଉଦଯାପିତ

ଫୋକସ ପ୍ଲସ (ଢେଙ୍କାନାଳ) ୦୭/୦୭/୨୦୨୨: କାମାକ୍ଷାନଗର ଉପଖଣ୍ଡ ଅଧିନସ୍ତ କଙ୍କଡ଼ାହାଡ଼ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ପୋଷ୍ୟ ଗ୍ରାମ ଆଖୁପାଳ ଠାରେ ଚାଲିଥିବା ଜାତୀୟ ସେବା ଯୋଜନା ସ୍ବତନ୍ତ୍ର ଶିବିର ଗୁରୁବାର…
ଅଭାବୀ ପରିବାରରେ ମେଧାବୀ ଛାତ୍ର

ଅଭାବୀ ପରିବାରରେ ମେଧାବୀ ଛାତ୍ର

ଫୋକସ ପ୍ଲସ (ଭୁବନ) ୦୭/୦୭/୨୦୨୨: ଜିଲ୍ଲା ପାଇଁ ଗୌରବ ଅର୍ଜନ କରିଛନ୍ତି ଏକ ଅଭାବି ପରିବାରର ଛାତ୍ର ଓମ ପ୍ରକାଶ ସାହୁ । ବହୁତ ଅଭାବ ଅନଟନ ରେ…
ଭଦ୍ରକ ମହାବିଦ୍ୟାଳୟ ରେ ୭୫ତମ ପ୍ରତିଷ୍ଠା ଦିବସ

ଭଦ୍ରକ ମହାବିଦ୍ୟାଳୟ ରେ ୭୫ତମ ପ୍ରତିଷ୍ଠା ଦିବସ

ଫୋକସ ପ୍ଲସ (ଭଦ୍ରକ) ୦୭/୦୭/୨୦୨୨: ଭଦ୍ରକ କଲେଜରେ ୭୫ତମ ପ୍ରତିଷ୍ଠା ଦିବସ ପାଳିତ ଭଦ୍ରକ ଜିଲ୍ଲା ତଥା ଓଡ଼ିଶାର ଦ୍ଵିତୀୟ ସର୍ବବୃହତମ ମହାବିଦ୍ୟାଳୟ ଭଦ୍ରକ କଲେଜ ଆଜି ପାଳନ…

Leave a Reply

Your email address will not be published.