ସ୍ୱାମୀ ଓ ଛୁଆଙ୍କୁ ପର କରି ପ୍ରେମିକ ସହ ମହିଳା ଛୁ

ସ୍ୱାମୀ ଓ ଛୁଆଙ୍କୁ ପର କରି ପ୍ରେମିକ ସହ ମହିଳା ଛୁ

ଫୋକସ ପ୍ଲସ ୧୫/୬/୨୨(ଜୟପୁର): ପ୍ରେମ ଆଗରେ ତୃଛ ହେଲା ସମ୍ପର୍କ। ପ୍ରେମିକ ପାଇଁ ନିଜ ସ୍ୱାମୀ ଏବଂପୁଅ ଝିଅକୁ ..ଛାଡି ପ୍ରେମିକ ସହ ଛୁ ମାରିଲେ ସ୍ତ୍ରୀ… ସେପଟେ ନ୍ୟାୟ ପାଇଁ ଥାନା ର ଦ୍ୱାରାସ୍ତ ହେଲେ ସ୍ୱାମୀ।ଏଭଳି ଘଟଣା ସମ୍ନାକୁ ଆସିଛି ଜୟପୁର ସଦର ଥାନା ଅନ୍ତର୍ଗତ ବୈରାଗିମଠ ଗ୍ରାମରୁ। ଗ୍ରାମର ଖଗପତି ନାୟକ  ସ୍ତ୍ରୀ ଓ ୩ଟି ସନ୍ତାନ ସହ ରହୁଥିଲେ । କିନ୍ତୁ ତାଙ୍କ ସ୍ତ୍ରୀ ସେହି ଗ୍ରାମର ଜଣେ ବିବାହିତ ବ୍ୟକ୍ତି ଙ୍କ ପ୍ରେମ ଜାଲ ରେ ପଡି ଯାଇଥିଲେ।ବିବାହିତ ପ୍ରେମିକ ଙ୍କ ଦ୍ୱିତିୟ ସ୍ତ୍ରୀ ହେବା ପାଇଁ ନିଜ ସ୍ୱାମୀ ଓ ପୁଅଝିଅ କୁ ଛାଡି ଚାଲିଗଲେ।  ସୁଚନା ଅନୁଯାୟୀ ପରିବାରକୁ ଚଳାଇବା ପାଇଁ ସ୍ୱାମୀ ଖଗପତି ଦାଦନ ଶ୍ରମିକ ଭାବେ କାଯ୍ୟ କରିବାକୁ ହାଇଦ୍ରାବଦ ଯାଇଥିଲେ ।  ୩ଟି ସନ୍ତାନ ଓ ସ୍ତ୍ରୀ ଯମୁନା ନାୟକ ବୈରାଗି ମଠରେ ରହୁଥିଲେ।ସ୍ୱାମୀ ଙ୍କ ଅନୁପସ୍ଥିତି ର ସୁଯୋଗ ନେଇ ସେହି ଗ୍ରାମର ଜଣେ ବିବାହିତ ବ୍ୟକ୍ତି ଯମୁନାଙ୍କୁ ଦ୍ୱିତୀୟ ସ୍ତ୍ରୀ କରି ନେଇଯାଇଥିଲେ। ସୁଚନା ପାଇ ସ୍ୱାମୀ ଖାଗପତି ହାଇଦ୍ରାବାଦରୁ ନିଜ ଘରକୁ ଫେରିଥିଲେ। ଏନେଇ ଜୟପୁର ସଦର ଥାନା ରେ ଲିଖିତ ଅଭିଯୋଗ କରିବା ସଂଗେ ଜିଲା ଆଇନ ସେବା ପ୍ରଧିକରଣ ,ବ୍ଲକ ରିଟନର ହରିଶ ମୁଦୁଲିଙ୍କ ନିକଟ ରେ ଫେରାଦ ହୋଇଛନ୍ତି। ଅନ୍ୟପଟେ ଅଭିଯୋଗ ର ତିନିଦିନ ପରେ ବି ପୋଲିସ ଚୁପ ଥିବା ନେଇ ଆଜି ଖଗପତି ୩ଟି ସନ୍ତାନ ଏବଂ ଗ୍ରାମବାସୀ ଙ୍କ ସହ ଜୟପୁର ସଦର ଥାନାର ଦ୍ୱାରସ୍ଥ ହୋଇ ସଦର ଥାନା ଅଧିକାରି ଇଶ୍ୱର ତାଣ୍ଡି  ସହ ଆଲୋଚନା କରିଥିଲେ ।

Related post

ବନ ବିଭାଗ ର ନିଷ୍କ୍ରିୟତା, ବୃଦ୍ଧି ପାଉଛି ବେଆଇନ କରତକଳ

ବନ ବିଭାଗ ର ନିଷ୍କ୍ରିୟତା, ବୃଦ୍ଧି ପାଉଛି ବେଆଇନ କରତକଳ

ଫୋକସ ପ୍ଲସ (ନିମାପଡ଼ା) ୦୭/୦୭/୨୦୨୨: ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ, ଅସ୍ତରଙ୍ଗ ଓ ଗୋପ ବନାଞ୍ଚଳ ରେଞ୍ଜର ଙ୍କ ନିଷ୍କ୍ରିୟତା କାରଣ ରୁ ନିମାପଡା, ଗୋପ, ତୁଳସୀପୁର, ଆମ୍ପୋର,ବେଲପଡା,…
ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଫୋକସ ପ୍ଲସ (ଲମତାପୁଟ) ୦୭/୦୭/୨୦୨୨: ଆଦିବାସୀ ଅଦ୍ୟୁଷିତ କୋରାପୁଟ ଜିଲ୍ଲା ଉପାନ୍ତ ଲମତାପୁଟ ବ୍ଲକ୍ ବାଲେଲ ପଞ୍ଚାୟତ ପିପଲପୁଟ ଗ୍ରାମର ଗୋରିବ ଆଦିବାସୀ ପରିବାରର ଯୁବକ ନକୁଳ ବଡନାୟକ…
ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ଫୋକସ ପ୍ଲସ (ଜଳେଶ୍ୱର) ୦୭/୦୭/୨୦୨୨: ହସପିଟାଲ ବେଡ୍ ରେ ପଡି ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ସ୍ବାମୀ , ଏପଟେ ସ୍ବାମୀ ଙ୍କ ଜୀବନ ବଞ୍ଚାଇବା ପାଂଇ…

Leave a Reply

Your email address will not be published.