
ଭଡ଼ାଟିଆଙ୍କ ତଥ୍ୟ ଦେବାକୁ ବାଧ୍ୟ ଘରମାଲିକ
- Breaking newsଆଞ୍ଚଳିକରାଜ୍ୟ
- June 15, 2022
- No Comment
- 8
ଫୋକସ ପ୍ଲସ ୧୫/୬/୨୨(ମୟୁରଭଞ୍ଜ): ଅପରାଧ ରୋକିବାକୁ ବୈଶିଙ୍ଗା ପୋଲିସର ଏକ ଅଭିନଵ ପ୍ରୟାସ |ବୈଶିଙ୍ଗା ଥାନା ଅଧୀନ ଅଞ୍ଚଳରେ ଘର ଭଡା ଦେଇଥିବା ଘର ମାଲିକଙ୍କୁ ଭଡାଟିଆଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ପୁଲିସ ପାଖରେ ଏକ ନିର୍ଦିଷ୍ଟ ଫର୍ମ ରେ ଦଶଦିନ ମଧ୍ୟରେ ଦାଖଲ କରିବାକୁ ପଡିବ lସୂଚନା ମୁତାବକ ବହୁ ପୂର୍ବରୁ କମିଶନରେଟ ପୁଲିସ ଉକ୍ତ ବ୍ୟବସ୍ଥା କଟକ ଓ ଭୁବନେଶ୍ୱର ମହାନଗରୀରେ ଲାଗୁ କରିଥିବାବେଳେ ବୈଶିଙ୍ଗା ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ପ୍ରଥମ କରି ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଅଞ୍ଚଳକୁ ଅପରାଧମୁକ୍ତ କରିବା ପାଇଁ ପୁଲିସ ଏହି ବ୍ୟବସ୍ଥାର ପ୍ରଚଳନ କରିଛନ୍ତି l ଘର ମାଲିକ ଉକ୍ତ ଫର୍ମ ୱେବସାଇଟ ରୁ ଡାଉନଲୋଡ କରି ନିଜର ତଥା ଭଡାଟିଆ ମାନଙ୍କର ଆଧାର କାର୍ଡ ଓ ଅନ୍ୟାନ୍ୟ ଆବଶ୍ୟକୀୟ ତଥ୍ୟ ବୈଶିଙ୍ଗା ଥାନାରେ ଦାଖଲ କରିବାକୁ ଆଜି ଡାକଵାଜି ଯନ୍ତ୍ର ସହାୟତାରେ ଗାଁ ଗାଁ ବୁଲି କୁହା ଯାଇଛି l ନିୟମ ଉଲଂଘନ କଲେ ଘର ମାଲିକ ମାନେ ଆଇନ ଅନୁସାରେ ଦଣ୍ଡିତ ହେବେ l ଘର ମାଲିକ ମାନଙ୍କୁ ଜୁନ 14 ତାରିଖରୁ ଜୁନ ଏକୋଇଶି ତାରିଖ ମଧ୍ୟରେ ଏହି ତଥ୍ୟ ଦାଖଲ କରିବାକୁ କୁହାଯାଇଛି ।