ପାଞ୍ଚବନ୍ଧୁ ସମାଜର ବାର୍ଷିକ ସାଧାରଣ ବୈଠକ

ପାଞ୍ଚବନ୍ଧୁ ସମାଜର ବାର୍ଷିକ ସାଧାରଣ ବୈଠକ

ଫୋକସ ପ୍ଲସ ୧୫/୬/୨୨(ବାଲିଗୁଡା): ମାଁ ପାଟ୍ଟଖଣ୍ଡା ପାଞ୍ଚ ବନ୍ଧୁ ସମାଜ ସାରଙ୍ଗଡ଼ ଷୋହଳ ମୁଠା ଅଞ୍ଚଳ ର ବାର୍ଷିକ ସାଧାରଣ ବୈଠକ ପୁରୁଣା ସାହି ମା ମଙ୍ଗଳା କଲ୍ୟାଣୀ ମଣ୍ଡପ ରେ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ବୈଠକ ରେ ପାତ୍ର ସମାଜ, ପୂଜାରୀ ସମାଜ, ବିଷୋୟୀ ସମାଜ,ଦଳପତି ସମାଜ ଓ କୋଠଦଲେଇ ସମାଜ ର କ୍ଷତ୍ରିୟ ଓ ଖଣ୍ଡାୟତ ଭାଇ ମାନେ ଯୋଗ ଦେଇଥିଲେ।ସଭାପତି ଶ୍ରୀ ଡମ୍ବୁରୁଧର ପାତ୍ର ପ୍ରଦୀପ ପ୍ରଜ୍ବଳନ ସହ ବୈଠକ କୁ ଅନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ l ସମ୍ପାଦକ ଶ୍ରୀ ଅମୂଲ୍ୟ ବିଷୋୟୀ ବିବରଣୀ ପାଠ କରିଥିଲେ ।ବୈଠକ ରେ ମହାସମ୍ମିଳନି ଆୟୋଜନ ପୂର୍ବକ ଯୁବଶକ୍ତି କୁ ସଂସ୍କାର ଶିକ୍ଷା,ନାରୀ ଶିକ୍ଷା,ପାରିବାରିକ ସର୍ଭେ ସମ୍ବନ୍ଧ ରେ ଆଲୋଚନା ହୋଇଥିଲା।ଉପଦେଷ୍ଟା ଶ୍ଵେତବାନ ପୂଜାରୀ,ମହାଦେବ ପୂଜାରୀ,ନରସିଂହ ବିଷୋୟୀ,ମତାମତ ଦେବା ସହ ଉପସଭାପତି ବସନ୍ତ ପୂଜାରୀ,ସହଦେବ ପାତ୍ର,ରାକେଶ କୋଠଦଳାଇ,ତ୍ରିନାଥ ଠାକୁର ବିଷୋୟୀ,କେଶବ କୋଠଦଲେଇ,ଗୌରାଙ୍ଗ ବିଷୋୟୀ,ଉମାକାନ୍ତ ବିଷୋୟୀ ,ପୀତବାସ ବିଶୋୟୀ,ମୁଗ୍ରି ଦଳପତି, ଦଳପତି ସହ ଅନ୍ୟାନ୍ୟ କର୍ମକର୍ତ୍ତା ଯୋଗ ଦେଇଥିଲେ ।ଆଗାମୀ ବୈଠକ ଆସନ୍ତା ଜୁନ 26 ରେ ଅନୁଷ୍ଠିତ ହୋଇ ସେଦିନ ମହସମ୍ମିଳନି ର ତାରିଖ ଧାର୍ଯ୍ୟ କରାଯିଵାପାଇଁ ସ୍ଥିର କରାଗଲା ବାଲିଗୁଡା ରୁ ଜୋତି ପ୍ରକାଶ ସାମନ୍ତରାୟ ଙ୍କ ରିପୋର୍ଟ ଫୋକସ ପ୍ଲସ |

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *