ପିଲାକୁ ମାରିଦେଲେ ବାପା ମା

ପିଲାକୁ ମାରିଦେଲେ ବାପା ମା

ଫୋକସ ପ୍ଲସ ୧୬/୬/୨୨(ପାରାଦୀପ): ପିଶାଚୀ ସାଜିଲା ସାବତ ମା, ସାଥ ଦେଲେ ଜନ୍ମ କଲା ବାପା | ୧୫ ବର୍ଷର ନାବାଳକ ପୁଅକୁ ପିଟି ପିଟି ହତ୍ୟା କଳରିବା ପରେ ଆତ୍ମହତ୍ୟା ର ରୂପ ଦେଇଥିବା ଅଭିଯୋଗ ଅଭିଯୋଗ ଆଣିଛନ୍ତି ନାବାଳକ ର ମାମୁ ଘର ଲୋକେ |ଏମିତି ଏକ ଅଭାବନୀୟ ଘଟଣା ଘଟିଛି ପାରାଦୀପ ଅଭୟଚନ୍ଦପୁର ଅନ୍ତର୍ଗତ ତ୍ରିଲୋଚନପୁତ୍ର ଗ୍ରାମରେ | ଅଭିଯୁକ୍ତ ହେଲେ ସେହି ଗ୍ରାମର ମକର ବେହେରା (ବାପା), ଓ କୁନି ବେହେରା (ସାବତ ମା) |ମାମୁ ଘର ଲୋକଙ୍କ କହିବା ମୁତାବକ ୧୨ ବର୍ଷ ତଳେ ଆମ ଝିଅ ମମତା (ମୃତ ରାହୁଲଙ୍କ ମା ) ର ହତ୍ୟା ଅଭିଯୋଗରେ ଜେଲ ଯାଇଥିଲେ ମକର ବେହେରା | ଜେଲରୁ ଫେରିବା ପରେ ଦ୍ୱିତୀୟ ବିବାହ କରିଥିଲେ | ପ୍ରଥମ ପତ୍ନୀକ ଦୁଇ ପୁଅ ମଧ୍ୟରୁ ବଡ ପୁଅ ମାମୁଙ୍କ ଘରେ ରହୁଥିବା ବେଳେ ସାନ ପୁଅ ରାହୁଲ ସାବତ ମା ବାପା ଙ୍କ ପାଖରେ ରହୁଥିଲେ | ମାତ୍ର ଅନେକ ସମୟରେ ରାହୁଲଙ୍କୁ ବାପା ମା ଦୁହେଁ ନିର୍ଯାତନା ଦେଉଥିବା ସହ ଭଲରେ ଗଣ୍ଡେ ଖାଇବାକୁ ମଧ୍ୟ ଦେଉନଥିଲେ ବୋଲି ଅଭିଯୋଗ ଆଣିଛନ୍ତି ମାମୁଘର ପରିବାର ଲୋକେ | ଗତକାଲି ରାହୁଲ ସାବତ ମା ଓ ବାପାଙ୍କ ଆକ୍ରୋଶ ର ଶିକାର ହୋଇଥିଲେ କୌଣସି କାରଣରୁ ଉତକ୍ଷିପ୍ତ ହୋଇ ଅତି ନୃଶଂସ ଭାବେ ରାହୁଲ କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି | ତେବେ ପୂର୍ବରୁ ରାହୁଲଙ୍କ ବାପା ଆତ୍ମହତ୍ୟା କରିଥିବା ଲିଖିତ ରିପୋର୍ଟ ଥାନାରେ ଦେଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି | ଘଟଣା ସ୍ଥଳରେ ପହଞ୍ଚି ପୋଲିସ ଶବକୁ ବ୍ୟବଛେଦ ପାଇଁ ପଠାଇଛି | ମାମୁଁଘର ଲୋକଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ଘଟଣାର ତଦନ୍ତ କରିବା ବୋଲି ଥାନା ପକ୍ଷରୁ ସୂଚନା ମିଳିଛି |

ପାରାଦୀପରୁ ମନୋଜ ସାହୁ ଙ୍କ ରିପୋର୍ଟ ଫୋକସ ପ୍ଲସ |

Related post

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଫୋକସ ପ୍ଲସ (ଲମତାପୁଟ) ୦୭/୦୭/୨୦୨୨: ଆଦିବାସୀ ଅଦ୍ୟୁଷିତ କୋରାପୁଟ ଜିଲ୍ଲା ଉପାନ୍ତ ଲମତାପୁଟ ବ୍ଲକ୍ ବାଲେଲ ପଞ୍ଚାୟତ ପିପଲପୁଟ ଗ୍ରାମର ଗୋରିବ ଆଦିବାସୀ ପରିବାରର ଯୁବକ ନକୁଳ ବଡନାୟକ…
ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ଫୋକସ ପ୍ଲସ (ଜଳେଶ୍ୱର) ୦୭/୦୭/୨୦୨୨: ହସପିଟାଲ ବେଡ୍ ରେ ପଡି ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ସ୍ବାମୀ , ଏପଟେ ସ୍ବାମୀ ଙ୍କ ଜୀବନ ବଞ୍ଚାଇବା ପାଂଇ…
ସମିତିର ସଭାପତି ଭାବେ ନିର୍ବାଚିତ ଗଗନ ବିହାରୀ ବାରିକ

ସମିତିର ସଭାପତି ଭାବେ ନିର୍ବାଚିତ ଗଗନ ବିହାରୀ ବାରିକ

ଫୋକସ ପ୍ଲସ (ଆଠମଲ୍ଲିକ) ୦୭/୦୭/୨୦୨୨: ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ଷୋଳପଦା ଅଂଚଳ ଆମ୍ବାସରମୁଣ୍ଡା ସେବା ସମବାୟ ସମିତିର ପ୍ରଥମ ପର୍ଯ୍ୟାୟ ଭୋଟ ମତଦାନ ଦିବସରେ ରେ ଗଗନ ବିହାରୀ…

Leave a Reply

Your email address will not be published.