ନର୍ଲା ରେ ମାଳ ମାଳ ବେଆଇନ ଇଟାଭାଟି

ନର୍ଲା ରେ ମାଳ ମାଳ ବେଆଇନ ଇଟାଭାଟି

ଫୋକସ ପ୍ଲସ ୧୬/୬/୨୨(ନର୍ଲା): ନର୍ଲା ବ୍ଲକ ର ବିଭିନ୍ନ ପଞ୍ଚ୍ୟାୟତ ମାନଙ୍କରେ ଦିନକୁ ଦିନ ବେଆଇନ ଇଟା ଭାଟି ମାନେ ଗଢ଼ି ଉଠୁଛି l ସତରେ କଣ ସମସ୍ତ ଇଟା ଭାଟି ମାନଙ୍କ ଠାରୁ ରାଜ୍ୟ ରାଜକୋସ କୁ ସଠିକ୍ ଢଙ୍ଗରେ ଟିକସ ଯାଉଛି କି? ପ୍ରଶାସନ ଏ ଦିଗରେ ଦୃଷ୍ଟି ଦଉନି କାହିକି? ମୁଖ୍ୟତଃ ସନ୍ଦୂଲ୍ ନଈ ର ଚତୁର ପାର୍ଶ୍ଵରେ ସହ ସହ ବେଆଇନ ଇଟା ଭାଟି ଦେଖିବାକୁ ମିଳୁଛି l ନଈ ରୁ ମାଟି ଖୋଲି ଇଟା ପ୍ରସ୍ତୁତ କରିବାରେ ବ୍ୟବହାର କରାଯାଉଛି l ଏପଟେ ଜଙ୍ଗଲ କାଟି ମାଟି ଇଟା ଭାଟି ଜାଳେଣି ପାଇଁ ବ୍ୟବହାର କରାଯାଉଛି l ଜଙ୍ଗଲ ବିଭାଗ ଭି ଏଦିଗରେ ଦୃଷ୍ଟି ଦେଉ ନାହାନ୍ତି l ପ୍ରଦୁଶଣ କଥାତ ନ କହିବା ଭଲ l ବିଷାକ୍ତ ବାୟୁ ପାଇଁ ଲୋକଙ୍କ ସ୍ବାସ୍ଥ୍ୟ ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି l ଗତ ୮ତାରିଖରେ ଯୁର୍ଖାଭଟା ଗ୍ରାମ ସ୍ଥିତ ସୁଡେନ୍ ପଦର୍ କାଜୁ ବଗିଚା ପାଖରୁ ୩୦,୦୦୦ ମାଟି ଇଟା ଚୋରି ହେଇଥିବା ଏକ ଅଭିଯୋଗ ନର୍ଲା ଥାନା ରେ ରୁଜୁ ହେଇଛି l ତେବେ ଏହି ମାଟି ଇଟା ଭାଟି ପାଇଁ କଣ ନର୍ଲା ତହସିଲଦାରଙ୍କ ଠାରୁ ସ୍ଵୀକୃତି ନିଆଁ ଯାଇଥିଲା କି? ପ୍ରଦୂଷଣ ବିଭାଗ ପକ୍ଷରୁ କୌଣସି ଅନୁମତି ନିଆଁ ଯାଇଛି କି? ଆଉ ଜଙ୍ଗଲ ବିଭାଗ ମଧ୍ୟ ଜାଳେଣି ପାଇଁ ଜଙ୍ଗଲ କାଟି କାଠ, ଇଟାଭାଟି ରେ ଜାଳିବା ପାଇଁ ସ୍ବୀକୃତି ଦେଇଥିଲା କି? ଏଭଳି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଛି l ନର୍ଲା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ ଙ୍କୁ ବେଆଇନ ଇଟାଭାଟି ସମ୍ବନ୍ଧରେ ପଚାରିବାରୁ ସେ କହିଛନ୍ତି ଏଭଳି କୌଣସି ଇଟାଭାଟି ପାଇଁ କୌଣସି ବ୍ୟକ୍ତିକୁ ଅନୁମତି ଦିଆ ଯାଇ ନାହିଁ l ଯଦି କିଏ ଏଭଳି ମାଟି ଇଟା ଭାଟି କରିଛନ୍ତି ତାହେଲେ ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି l ତେବେ ସରକାରୀ ରାଜସ୍ୱକୁ ଲୁଟ କରି ବେଆଇନ ଇଟା ଭାଟି ନିର୍ମାଣ କରି ଲକ୍ଷ ଲକ୍ଷ ଟଙ୍କା ଆୟକରୁଥିବା ବେଳେ କିଛି ଖଳ ପ୍ରକୃତି ଲୋକଙ୍କ କଥାରେ ପଡି ଉକ୍ତ ବ୍ୟକ୍ତି ଜଣକ କିଛି ଟଙ୍କା ପ୍ରଲୋଭନ ରେ ଜଣେ ସ୍ୱଚ୍ଛ ଛବି,ନିର୍ମଳ ଭାବମୂର୍ତ୍ତି ଜନପ୍ରତିନିଧି ସରପଞ୍ଚଙ୍କ ବିରୁଦ୍ଧରେ ଇଟା ଚୋରି ଭଳି ମିଛ ଅଭିଯୋଗ ଥାନାରେ କଲେ କଣ ପାଇଁ ଏ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର୍ ଜରୁଛି ? ଉକ୍ତ ଘଟଣା କୁ ନେଇ ନର୍ଲା ମାହୋଲ ମଧ୍ୟ ବେଶ୍ ସରଗରମ ରହିଥିବା ବେଳେ ନର୍ଲା ପୋଲିସ ଡିଏ ସ ପି ସମ୍ବିତ ମାଝୀ ତଦନ୍ତ ଆହୁରି ତୀବ୍ରତର କରିଦେଇଛନ୍ତି l ତେବେ କିଛି ରାଜନୈତିକ ଖଳ ପ୍ରକୃତିର ବ୍ୟକ୍ତି ବାଗପୂର୍ ସରପଞ୍ଚ ଗୋପାଳ ହାତୀଙ୍କୁ ବଦନାମ କରିବା ପାଇଁ ଅପଚେଷ୍ଟା କରୁଥିବା ଆଲୋଚନା ହେଉଛି l ତେବେ ସତ୍ୟତା କଣ ତଦନ୍ତ ପରେ ହିଁ ସାମ୍ନା କୁ ଆସିବ l

ନର୍ଲା ରୁ ରଞ୍ଜନ ମହାନ୍ତି ଙ୍କ ରିପୋର୍ଟ ଫୋକସ ପ୍ଲସ

Related post

ବନ ବିଭାଗ ର ନିଷ୍କ୍ରିୟତା, ବୃଦ୍ଧି ପାଉଛି ବେଆଇନ କରତକଳ

ବନ ବିଭାଗ ର ନିଷ୍କ୍ରିୟତା, ବୃଦ୍ଧି ପାଉଛି ବେଆଇନ କରତକଳ

ଫୋକସ ପ୍ଲସ (ନିମାପଡ଼ା) ୦୭/୦୭/୨୦୨୨: ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ, ଅସ୍ତରଙ୍ଗ ଓ ଗୋପ ବନାଞ୍ଚଳ ରେଞ୍ଜର ଙ୍କ ନିଷ୍କ୍ରିୟତା କାରଣ ରୁ ନିମାପଡା, ଗୋପ, ତୁଳସୀପୁର, ଆମ୍ପୋର,ବେଲପଡା,…
ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଫୋକସ ପ୍ଲସ (ଲମତାପୁଟ) ୦୭/୦୭/୨୦୨୨: ଆଦିବାସୀ ଅଦ୍ୟୁଷିତ କୋରାପୁଟ ଜିଲ୍ଲା ଉପାନ୍ତ ଲମତାପୁଟ ବ୍ଲକ୍ ବାଲେଲ ପଞ୍ଚାୟତ ପିପଲପୁଟ ଗ୍ରାମର ଗୋରିବ ଆଦିବାସୀ ପରିବାରର ଯୁବକ ନକୁଳ ବଡନାୟକ…
ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ଫୋକସ ପ୍ଲସ (ଜଳେଶ୍ୱର) ୦୭/୦୭/୨୦୨୨: ହସପିଟାଲ ବେଡ୍ ରେ ପଡି ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ସ୍ବାମୀ , ଏପଟେ ସ୍ବାମୀ ଙ୍କ ଜୀବନ ବଞ୍ଚାଇବା ପାଂଇ…

Leave a Reply

Your email address will not be published.