
କିଶୋରନଗର ରଜ ମହୋତ୍ସବ
- ମନୋରଞ୍ଜନରାଜ୍ୟସଂସ୍କୃତି
- June 16, 2022
- No Comment
- 18
ଫୋକସ ପ୍ଲସ ୧୬/୬/୨୨(ସାଲେପୁର): ଆଞ୍ଚଳିକ କଳାବିକାଶ ପରିଷଦ ପକ୍ଷରୁ ରଜମହୋତ୍ସବ୨୦୨୨ କିଶୋରନଗର ହାଟପଡିଆରେ ଅନୁଷ୍ଠିତ ହେଉଅଛି।ଏହି ମହୋତ୍ସବ ୧୩ ତାରିଖରୁ ଆରମ୍ଭ ହୋଇ ୧୬ ତାରିଖ ରେ ଉଦଯାପିତ ହେବବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି।ପ୍ରତେହ ସକାଳୁ ସଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲୁରହିବା ସହିତ ବିଶିଷ୍ଟ ଅତିଥିମାନେ ଯୋଗଦେଇ ରଜମହୋତ୍ସବ ଉପରେ ସେମାନଙ୍କର ବକ୍ତବ୍ୟ ପ୍ରଦାନକରିଥାନ୍ତି।ଏହି କାର୍ଯ୍ୟକ୍ରମକୁ ସମାଜସେବୀ ଇଂଜିନିୟର ପ୍ରକେଶ ଚନ୍ଦ୍ର ସେଠୀ ପରିଚାଳନା କରୁଥିବାବେଳେ ଏଥିରେ ସରସ୍ୱତୀ କଳାବିକାଶ ପରିଷଦ ର ସମ୍ପାଦକ ଅଶୋକ ପଟ୍ଟନାୟକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳ କରିଥିଲେ।ବିଭିନ୍ନ କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ବହୁବିସିଷ୍ଟ ବ୍ୟକ୍ତିଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।
କଟକ ସାଲେପୁର ରୁ ସ୍ୱଦେଶ ରଞ୍ଜନ ଫୋକସ ପ୍ଲସ।