ଯମ ରୁପୀ କାଳବୈଶାଖୀ

ଯମ ରୁପୀ କାଳବୈଶାଖୀ

ଫୋକସ ପ୍ଲସ ୧୬/୬/୨୨(ଆଠମଲ୍ଲିକ): କାଳବୈଶାଖୀର କରାଳ ରୂପ, ନେଇଯାଇଛି ଅନେକଙ୍କ ଜୀବନ | ଆଠମଲ୍ଲିକ ବ୍ଲକ ସାନହୁଲା ପଞ୍ଚାୟତ ଅନ୍ତର୍ଗତ ସିମିଳିଆ ଗ୍ରାମର ବିରଞ୍ଚି ସାହୁ ଙ୍କ ଏକମାତ୍ର ପୁଅ ବିକାଶ ସାହୁ.. ବୟସ ମାତ୍ର ୧୦ବର୍ଷ |ଦୁର୍ଭାଗ୍ୟଜନକ ଭାବେ ନିରୀହ ବାଳକର ଅକାଳରେ ଚାଲିଗଲା ଜୀବନ| ଆଉ ସବୁଦିନ ପାଇଁ ଶୂନ୍ୟ ହୋଇଗଲା ଗୋଟେ ମା ର କୋଳ | ଏପଟେ ଵାପା ନିଜର ଏକମାତ୍ର ପୁଅକୁ ହରାଇ ସମ୍ପୁର୍ଣ୍ଣ ଭାଙ୍ଗି ପଡିଛନ୍ତି |କାଳ ସାଜି ଆସିଥିବା କାଳବୈଶାଖୀ ର କବଳରୁ ବର୍ତି ପାରିଲାନି ନିରୀହ ବାଳକ ମା ଓ ବାପାଙ୍କ ଠାରୁ ସବୁଦିନ ପାଇଁ ଛଡାଇ ନେଲା ତାଙ୍କ ପୁଅକୁ |ଅନ୍ୟପଟେ ନେହେରୁ ସାହୁ ନାମକ ଏକ ବାଳକ ମଧ୍ୟ ଗୁରୁତର ହୋଇଛନ୍ତି । ତେବେ ମୃତ ବିକାଶଙ୍କୁ ପୋଷ୍ଟମର୍ଟମ ପାଇଁ ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇଥିବା ବେଳେ ନେହେରୁ ସାହୁଙ୍କୁ ଚିକିତ୍ସା ନିମନ୍ତେ ଆଠମଲ୍ଲିକ ଚିକିତ୍ସାଳୟକୁ ପଠାଇଥିବା ଜଣାଯାଇଛି ।

ଆଠମଲ୍ଲିକ ରୁ କରୁଣାକର ନାୟକଙ୍କ ରିପୋର୍ଟ ଫୋକସ ପ୍ଲସ ।

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *