ଚାଲିଗଲା ନିରୀହ ପଶୁଙ୍କ ଜୀବନ

ଚାଲିଗଲା ନିରୀହ ପଶୁଙ୍କ ଜୀବନ

ଫୋକସ ପ୍ଲସ ୧୬/୬/୨୨(ଦିଗପହଣ୍ଡି): ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତରବା ପଞ୍ଚାୟତ ଅନ୍ତର୍ଗତ ହାଚିପଙ୍କା ଗ୍ରାମ ନିକଟରେ କିଛି ବଳଦ ଓ ଗାଇ ଘାସ ଚରୁଥିବା ବେଳେ ଅପରାହ୍ନ ୪ଟା ବେଳେ ହଠାତ ବର୍ଷା ଓ ପବନ ଆସିବାରୁ ବଳଦ ଓ ଗାଇ ଏକ ପଣସ ଗଛ ମୂଳକୁ ଚାଲିଆସିଥିଲେ। ଏହି ସମୟରେ ଘଡଘଡି ସହ ବଜ୍ରଘାତ ହେବାରୁ ଘଟଣାସ୍ଥଳରେ ଗ୍ରାମର ସୁନେମି ମଳିକ,ରିକାର୍ଦ ମଳିକ, ବର୍ଣ୍ଣବାସ ମଳିକ, ସାମନ୍ତ ମାଝୀଙ୍କ ଗୋଟିଏ ଲେଖାଏଁ ବଳଦର ମୃତ୍ୟୁ ଘଟିଥିବା ବେଳେ ପ୍ରତାପ ମଳିକଙ୍କର ଗୋଟିଏ ଗାଇର ମୃତ୍ୟୁ ଘଟିଥିବା ଜଣାପଡିଛି। ସେହିପରି ଶିକୁଳିପଦର ପଞ୍ଚାୟତ ଅଧିନ ଧନୁପଦା ଗ୍ରାମ ନିକଟରେ ଦେବ ବେହେରାଙ୍କ ୨ଟି ବଳଦ ଘାସ ଚରୁଥିବା ବେଳେ ନିକଟରେ ଥିବା ବିଦ୍ୟୁତ ଟ୍ରାନ୍ସଫରର୍ମର ସଂସ୍ପର୍ଶରେ ଆସିବାରୁ ଗୋଟିଏ ବଳଦର ମୃତ୍ୟୁ ଘଟିଥିବା ବେଳେ ଆଉ ଗୋଟିଏ ବଳଦ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଖବର ପାଇ ମୋହନା ପ୍ରାଣୀ ଚିକିତ୍ସକ ଡ. ବିରେନ୍ଦ୍ର ପଣ୍ଡା ଓ କର୍ମଚାରୀ ଉଭୟ ସ୍ଥାନରେ ପହଞ୍ଚି ଶବ ବ୍ୟବଚ୍ଛେଦ କରିଛନ୍ତି।

ଦିଗପହଣ୍ଡି ରୁ ହରୀ ରେଡ୍ଡୀ ଫୋକସ ପ୍ଲସ

Related post

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ l

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ…

କୋରାପୁଟ୧୭/୦୩/୨୦୨୪; ଏହି ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲା ପ୍ରଶାସନର ପୂର୍ବ ପ୍ରସ୍ତୁତିକୁ ନେଇ ସାମ୍ବାଦିକ ସମ୍ବିଳନୀ l ଓଡ଼ିଶାରେ ଲୋକସଭା ନିର୍ବାଚନ ସମେତ ଓଡିଶା ବିଧାନସଭା…
ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ପାଟକୁରା୧୭/୦୩/୨୦୨୪; ପଦ୍ମପୁର ପଞ୍ଚାୟତର ବିଚଣା ଗ୍ରାମର ପାନୀୟ ଜଳର ଉତ୍କଟ ସମସ୍ୟାର ସମାଧାନ ପାଇଁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଦାଇତ୍ୱ ତଥା ବେଦୁ ବାବୁଙ୍କର ଅଧୁରା ସ୍ୱପ୍ନକୁ…

ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି…

ଫୋକସ ପ୍ଲସ(breaking news୧୭/୦୩/୨୦୨୪); 1. ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି ସମାନ | ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଅବକାରୀ ଦୁର୍ନୀତି ମାମଲାରେ…

Leave a Reply

Your email address will not be published. Required fields are marked *