ଯୌତୁକ ଜୁଇରେ ବଧୂ

ଯୌତୁକ ଜୁଇରେ ବଧୂ

ଫୋକସ ପ୍ଲସ ୧୬/୬/୨୨(ବାଲେଶ୍ୱର): ଯୌତୁକ ପାଇଁ ବଧୂ ହତ୍ୟା। ୨୦ ଲକ୍ଷ ଯୌତୁକ ମାଗିଥିଲେ ବର ପକ୍ଷ, ୧୫ ଲକ୍ଷ ଦେଇଥିଲି, ୫ ଲକ୍ଷ ବାକି ଥିଲା, ଆଉ 5 ଲକ୍ଷ୍ୟ ପାଇଁ ମୋ ଝିଅକୁ ମାରିଦେଲେ। ଏମିତି ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହେଲେ ମୃତ ଝିଅର ବାପା। ଏହି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ସ୍ଥିତ ଛଣପୁର ଗ୍ରାମରେ। ସୂଚନାଯୋଗ୍ୟ ବାଲେଶ୍ଵର ଜିଲ୍ଲା ସିଂଲା ଥାନ ବୁଳଙ୍ଗ ଗ୍ରାମର ଗଙ୍ଗାଧର ବେହେରା ତାଙ୍କ ଝିଅ ମିନାକ୍ଷୀ ବେହେରାଙ୍କୁ ରେମୁଣା ବ୍ଲକ ସ୍ଥିତ ଛଣପୁର ଗ୍ରାମର ସୁରେନ୍ଦ୍ର ବେହେରାଙ୍କ ପୁଅ କାଶୀନାଥ ବେହେରାଙ୍କ ସହିତ ବୈଦିକ ରୀତିରେ ୨୦୨୧ ମସିହା ଜୁନ ୯ ତାରିଖରେ ବିବାହ କରାଇ ଥିଲେ। ବିବାହ ସମୟରେ ଯୌତୁକ ବାବଦରେ ୨୦ ଲକ୍ଷ ଟଙ୍କା ବରପକ୍ଷ ଦାବି କରିଥିଲେ। ମାତ୍ର କନ୍ୟା ପକ୍ଷ ୧୫ ଲକ୍ଷ ଟଙ୍କା ଦେଇଥିଲେ ବୋଲି କହିଛନ୍ତି କନ୍ୟା ବାପା ଗଙ୍ଗାଧର ବେହେରା। ଆଉ ବାକି ଥିବା ୫ ଲକ୍ଷ ଟଙ୍କା ପାଇଁ ତାଙ୍କ ଝିଅକୁ ଶାଶୁ ଘରେ ସବୁ ସମୟରେ ନିର୍ଯ୍ୟାତନା ଦେଉଥିବା କଥା ଅଭିଯୋଗ କରିଛନ୍ତି ଝିଅର ବାପା। ଆଜି ସକାଳ ୧୦ଟାରେ ଝିଅ ଫୋନ କରି ତାକୁ ମାରିଦେବା ପାଇଁ ଉଦ୍ୟମ ହେଉଛି ବୋଲି ଝିଅ କହୁଥିବା ବେଳେ ୧୧ ଟା ସମୟରେ ଝିଅ ଆତ୍ମହତ୍ୟା କରିଥିବା ଫୋନ କରି କହିଥିଲେ ଶାଶୂ ଘର ଲୋକେ। ଝିଅର ବାପା ଝିଅର ଶାଶୂ ଘରେ ପହଂଚିବା ପରେ ତାଙ୍କ ଝିଅ ବେକରେ ଗାମୁଛା ଲାଗିଛି ଓ ସେ ବେଡ଼ରେ ସୋଇଥିବାର ଦେଖିଥିବା କଥା କହିଛନ୍ତି ଝିଅର ବାପା ଗଙ୍ଗାଧର ବେହେରା। ତେବେ ଘଟଣା ସ୍ଥଳରେ ଶିଳ୍ପାଞ୍ଚଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଶାଶୂ ଘର ଲୋକେ ଫେରିବା ଅଛନ୍ତି ବୋଲି ଜଣାପଡିଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ତଦନ୍ତ ପରେ ଜଣା ପଡିବ।

ବାଲେଶ୍ୱର ରୁ ଗୁରୁ ପ୍ରସାଦ ବାରିକ୍ ଫୋକସ ପ୍ଲସ |

Related post

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ l

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ…

କୋରାପୁଟ୧୭/୦୩/୨୦୨୪; ଏହି ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲା ପ୍ରଶାସନର ପୂର୍ବ ପ୍ରସ୍ତୁତିକୁ ନେଇ ସାମ୍ବାଦିକ ସମ୍ବିଳନୀ l ଓଡ଼ିଶାରେ ଲୋକସଭା ନିର୍ବାଚନ ସମେତ ଓଡିଶା ବିଧାନସଭା…
ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ପାଟକୁରା୧୭/୦୩/୨୦୨୪; ପଦ୍ମପୁର ପଞ୍ଚାୟତର ବିଚଣା ଗ୍ରାମର ପାନୀୟ ଜଳର ଉତ୍କଟ ସମସ୍ୟାର ସମାଧାନ ପାଇଁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଦାଇତ୍ୱ ତଥା ବେଦୁ ବାବୁଙ୍କର ଅଧୁରା ସ୍ୱପ୍ନକୁ…

ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି…

ଫୋକସ ପ୍ଲସ(breaking news୧୭/୦୩/୨୦୨୪); 1. ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି ସମାନ | ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଅବକାରୀ ଦୁର୍ନୀତି ମାମଲାରେ…

Leave a Reply

Your email address will not be published. Required fields are marked *