ପାଣି ପାଇଁ ହାହାକାର

ପାଣି ପାଇଁ ହାହାକାର

ଫୋକସ ପ୍ଲସ ୧୬/୬/୨୨(ଯାଜପୁର ): ଜଳ ବିନା ଜୀବନ ଅସମ୍ଭବ,ତେଣୁ ଯେଉଁ ପରି ଚଲିତ ବର୍ଷ ଖରା ହେଉଛି ଓ ସ୍ଥାନୀୟ ଅଞ୍ଚଳ ରେ କଳକାରଖାନା ଗଡି ଉଠିଛି ଭୂତଳ ଜଳ ସ୍ଥର କମିବା ଦ୍ବାରା ଜଳକଷ୍ଟ ପଡିଯାଇଛି। ଏହି ଜଳ ଟିକିଏ ପାଇଁ ଏପରି କଷ୍ଟ କରିବା ଦେଖିବାକୁ ମିଳିଛି ଯାଜପୁରଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ଧୂଳିଗଡ଼ ପଞ୍ଚାୟତର ବେଙ୍ଗପାଟିଆ ଗ୍ରାମରେ ପ୍ରାୟ ଦୁଇ ମାସ ହେବ ପାଣି ସମସ୍ୟା ।ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ମାନ ଥିଲେ ମଧ୍ୟ ଏହି ଗ୍ରାମରେ ତାହାର ବିଚୁତି ଘଟିଛି।ଏହି ଗାଁରେ ୧୫୦ରୁ ୨୦୦ ପରିବାର ବସବାସ କରନ୍ତି।ଉକ୍ତ ଗ୍ରାମରେ ଗୋଟିଏ ବୋରୱେଲ ଜିନ୍ଦଲ ଷ୍ଟିଲ ନିର୍ମାଣ କରିଥିବା ବେଳେ ବୋରୱେଲ ଟି ଦୁଇ ମାସ ହେବ ଖରାପ ହୋଇଯାଇଛି।ଏହି ଗ୍ରାମବାସୀ ମାନେ ପାଣି ଟିକିଏ ପାଇଁ ନାହିଁ ନଥିବା କଷ୍ଟ ଭୋଗୁଥିବା ଦେଖିବାକୁ ମିଳିଛି।ସୂଚନା ମୁତାବକ ଗ୍ରାମରେ ୩ ଟି ନଳକୂପ ,ଗୋଟିଏ ସରକାରୀ କୂଅ ଥିବା ବେଳେ ନଳକୂପ ପାଣି ଠିକେସେ ବହାରୁ ନାହିଁ ଓ କୂଅ ଟିର ରକ୍ଷଣାବେକ୍ଷଣ ଅଭାବରୁ ପାଣି ପିଇବା ଅବସ୍ଥା ରେ ନାହିଁ।।ଗ୍ରାମବାସୀ ଙ୍କ ତରଫରୁ ବାରମ୍ବାର ବ୍ଳକ ପ୍ରଶାସନ ସହ ସ୍ଥାନୀୟ ପ୍ରତିନିଧି ମାନଙ୍କୁ କହିଥିଲେ ମଧ୍ୟ କିଛି ଫଳପ୍ରଦ ହୋଇନାହିଁ।ସରକାର ଙ୍କ ତରଫରୁ କୋଟି କୋଟି ଟଙ୍କା ଆସୁଥିଲେ ମଧ୍ୟ ଏହି ଅଞ୍ଚଳର ଯୋଜନା ପହଞ୍ଚି ପାରିନାହିଁ।ଗ୍ରାମର ସମସ୍ତ ବାସିନ୍ଦା ଏକତ୍ରିତ ହୋଇ ବୋରୱେଲ ହୋଇଥିବା ଘର ନିକଟରେ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି।ଗ୍ରାମବାସୀଙ୍କ ତରଫରୁ ଯଥାଶୀଘ୍ର ପାଣି ସମସ୍ୟା ପୁରଣ ନହେଲେ ଆଗାମୀ ଦିନରେ ବ୍ଳକ ଆଗରେ ପ୍ରତିବାଦ କରିବେ ବୋଲି ଚେତାବନୀ ଦେଇଛନ୍ତି।ଏନେଇ ଜଳ ଯୋଗାଣ ଅଧିକାରୀଙ୍କ ସହ ବାରମ୍ବାର ଯୋଗାଯୋଗ କରିବା ପାଇଁ ଚେ଼ଷ୍ଟା କରିଥିଲେ ମଧ୍ଯ ତାଙ୍କର ପ୍ରତିକ୍ରିୟା ମିଲିପାରିନାହିଁ । ଏବଂ ଫୋନ କଲେ ଫୋନ ରିସିଭ କରୁନାହାଁନ୍ତି ।

Related post

ବନ ବିଭାଗ ର ନିଷ୍କ୍ରିୟତା, ବୃଦ୍ଧି ପାଉଛି ବେଆଇନ କରତକଳ

ବନ ବିଭାଗ ର ନିଷ୍କ୍ରିୟତା, ବୃଦ୍ଧି ପାଉଛି ବେଆଇନ କରତକଳ

ଫୋକସ ପ୍ଲସ (ନିମାପଡ଼ା) ୦୭/୦୭/୨୦୨୨: ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ, ଅସ୍ତରଙ୍ଗ ଓ ଗୋପ ବନାଞ୍ଚଳ ରେଞ୍ଜର ଙ୍କ ନିଷ୍କ୍ରିୟତା କାରଣ ରୁ ନିମାପଡା, ଗୋପ, ତୁଳସୀପୁର, ଆମ୍ପୋର,ବେଲପଡା,…
ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଫୋକସ ପ୍ଲସ (ଲମତାପୁଟ) ୦୭/୦୭/୨୦୨୨: ଆଦିବାସୀ ଅଦ୍ୟୁଷିତ କୋରାପୁଟ ଜିଲ୍ଲା ଉପାନ୍ତ ଲମତାପୁଟ ବ୍ଲକ୍ ବାଲେଲ ପଞ୍ଚାୟତ ପିପଲପୁଟ ଗ୍ରାମର ଗୋରିବ ଆଦିବାସୀ ପରିବାରର ଯୁବକ ନକୁଳ ବଡନାୟକ…
ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ଫୋକସ ପ୍ଲସ (ଜଳେଶ୍ୱର) ୦୭/୦୭/୨୦୨୨: ହସପିଟାଲ ବେଡ୍ ରେ ପଡି ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ସ୍ବାମୀ , ଏପଟେ ସ୍ବାମୀ ଙ୍କ ଜୀବନ ବଞ୍ଚାଇବା ପାଂଇ…

Leave a Reply

Your email address will not be published.