ଜିଲ୍ଲାପାଳଙ୍କ ନିକଟରେ, ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ଦାବି

ଜିଲ୍ଲାପାଳଙ୍କ ନିକଟରେ, ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ଦାବି

ଫୋକସ ପ୍ଲସ ୧୬/୬/୨୨(ରାୟଗଡ଼ା): ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ଉନ୍ନତୀ କରିବା ଦାବିରେ ଖୋଦ୍ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ଵତୀ ମାଝି ଦାବି କଲେ ଜିଲ୍ଲାପାଳଙ୍କ ନିକଟର, ବିରାଟ ପଟୁଆରରେ କଂଗେସ ନେତାଙ୍କ ସହିତ ଆସି ଦାବି ପତ୍ର ପ୍ରଦାନ କଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ଵତୀ ମାଝୀଙ୍କ ନେତୃତ୍ୱରେ ଆଜି ହଜାର ହଜାର ଲୋକଙ୍କ ସହିତ ବିରାଟ ରାଲି କରିଛନ୍ତି ରାଲିରେ ପୋଷ୍ଟର ଓ ବ୍ୟାନର ଧରି ବିଭିନ୍ନ ସ୍ଲୋଗାନ ଦେଇଛନ୍ତି, ପୋଷ୍ଟର ରେ KCM ଆମ୍ବ ଓ ଚାରା ବିକ୍ରୀ କର, ଅଞ୍ଚଳର ବିକାଶରେ ବାଧା କରନାହିଁ, ଅଞ୍ଚଳର ବିନାଶ କଲେ ବରଦାସ୍ତ କରାଯିବ ନାହିଁ ସେପରି ବ୍ୟାନର ରେ କଂଶରିଗୁଡ଼ା ରେ ନୂତନ କାରଖାନା କୁ ଅନୁମତି ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ବୋଳି ଦର୍ଶାଯାଇଥିବା ବ୍ୟାନର ଧରି ରାୟଗଡ଼ା ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପଣ୍ଡା ତାଙ୍କ ସମର୍ଥକଙ୍କ ସହିତ ସାମିଲ ହୋଇଥିଲେ। ଏହି ରାଲିରେ ଜିଲ୍ଲା ପାରିଷଦ ଅଧକ୍ଷା ସରସ୍ଵତୀ ମାଝି ବିଜେଡ଼ି ଦଳର ହୋଇବି କଂଗ୍ରେସର ନେତାଙ୍କ ସହିତ କାଶୀପୁର ବ୍ଲକର ବିକାସ ହେଉନଥିବା କହି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗତ ନଭେମ୍ବର ମାସରେ ଜିଲ୍ଲାର କାଶୀପୁର ବ୍ଲକ କଂଶରୀଗୁଡ଼ା ଠାରେ ଅଦିତ୍ୟ ବିର୍ଲା କମ୍ପାନୀ ଦ୍ବାରା ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ଜନଶୁଣାଣୀ ଶିବିରରେ ସମର୍ଥନ ଜଣାଇଥିଲେ ଅଞ୍ଚଳ ବାସିନ୍ଦା।

Related post

ବନ ବିଭାଗ ର ନିଷ୍କ୍ରିୟତା, ବୃଦ୍ଧି ପାଉଛି ବେଆଇନ କରତକଳ

ବନ ବିଭାଗ ର ନିଷ୍କ୍ରିୟତା, ବୃଦ୍ଧି ପାଉଛି ବେଆଇନ କରତକଳ

ଫୋକସ ପ୍ଲସ (ନିମାପଡ଼ା) ୦୭/୦୭/୨୦୨୨: ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ, ଅସ୍ତରଙ୍ଗ ଓ ଗୋପ ବନାଞ୍ଚଳ ରେଞ୍ଜର ଙ୍କ ନିଷ୍କ୍ରିୟତା କାରଣ ରୁ ନିମାପଡା, ଗୋପ, ତୁଳସୀପୁର, ଆମ୍ପୋର,ବେଲପଡା,…
ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଫୋକସ ପ୍ଲସ (ଲମତାପୁଟ) ୦୭/୦୭/୨୦୨୨: ଆଦିବାସୀ ଅଦ୍ୟୁଷିତ କୋରାପୁଟ ଜିଲ୍ଲା ଉପାନ୍ତ ଲମତାପୁଟ ବ୍ଲକ୍ ବାଲେଲ ପଞ୍ଚାୟତ ପିପଲପୁଟ ଗ୍ରାମର ଗୋରିବ ଆଦିବାସୀ ପରିବାରର ଯୁବକ ନକୁଳ ବଡନାୟକ…
ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ଫୋକସ ପ୍ଲସ (ଜଳେଶ୍ୱର) ୦୭/୦୭/୨୦୨୨: ହସପିଟାଲ ବେଡ୍ ରେ ପଡି ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ସ୍ବାମୀ , ଏପଟେ ସ୍ବାମୀ ଙ୍କ ଜୀବନ ବଞ୍ଚାଇବା ପାଂଇ…

Leave a Reply

Your email address will not be published.