ନ୍ୟାୟ ଅପେକ୍ଷାରେ ସୂତାକଳ ଶ୍ରମିକ

ନ୍ୟାୟ ଅପେକ୍ଷାରେ ସୂତାକଳ ଶ୍ରମିକ

ଫୋକସ ପ୍ଲସ ୧୭/୦୬/୨୨(ସୁନ୍ଦରଗଡ଼): ସୁନ୍ଦରଗଡ଼ କିରେଇ ଠାରେ ବନ୍ଦ ପଡ଼ିଥିବା ସୂତାକଳର ପୂର୍ବତନ କର୍ମଚାରୀ,ଶ୍ରମିକଙ୍କ ବକେୟା ଦରମା ଓ ଇ ପି ଏଫ୍ ପ୍ରଦାନ ପାଇଁ ବାରମ୍ବାର ଜିଲ୍ଲା ପ୍ରଶାସନ ଓ ସୂତାକଳର ଲିକ୍ୱିଡିତର (ପରିଶ୍ରମାପକ) ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଖାମଖିଆଲି ମନୋଭାବ ଯୋଗୁଁ ଶ୍ରମିକ ଓ କର୍ମଚାରୀମାନଙ୍କୁ ନ୍ୟାୟ ଦେବାରୁ ବଞ୍ଚିତ କରାଯାଉଛି ,ସବୁଠାରୁ ବଡ଼ କଥା ଏହାର ସମାଧାନ ପାଇଁ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶରେ ଦୁଇ ଥର ବୈଠକ ବସି ଲିକ୍ୱିଡିଟର ଙ୍କୁ ଦରମା ଓ ଇ ପି ଏଫ୍ ଦେବା ପାଇଁ ଲିଖିତ ଚୁକ୍ତି ହୋଇଥିଲା ଯାହାକି ଲିକ୍ଵିଡିଟର ଏବେ ଧରା ଛୁଆଁ ଦେଉ ନାହିଁ ।ଏହି ସୂତାକଳ ର ପ୍ରାୟ ୬ ଶହ କର୍ମଚାରୀ,ଶ୍ରମିକ ସଂଘ ଦୀର୍ଘବର୍ଷ ରୁ ଦାବି କରିଆସୁଛି ।ଏନେଇ ସଂଘର ସଭାପତି ଶ୍ୟାମ ପ୍ରସାଦ ମିଶ୍ର ଙ୍କ ନେତୃତ୍ୱରେ ଡିସେମ୍ବର ୨୦୨୦ ରେ ଜିଲ୍ଲାପାଳଙ୍କୁ ଶ୍ରମିକ ଓ କର୍ମଚାରୀମାନଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଅବଗତ କରାଇବା ସହ ନ୍ୟାୟ ପାଇଁ ହସ୍ତକ୍ଷେପ ଲୋଡିଥିଲେ ।ଜିଲ୍ଲାପାଳଙ୍କ ୨୦୨୧ ଫେବୃଆରୀ ୨୫ ଓ ଅକ୍ଟୋବର ୩୦ ରେ ଆଲୋଚନା କରି ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ।ଶ୍ରମିକ , କର୍ମଚାରୀ ଙ୍କ ଇ ପି ଏଫ୍ ଟଙ୍କା ଜମା ଥାଇ ମଧ୍ୟ ଲିକ୍ଵିଡିଟର ଙ୍କ ଉଦାସୀନତା ଯୋଗୁଁ ଆଜି ଏ ଅବସ୍ଥା ଯାହାକି ପ୍ରଶାସନ ଆଗରେ ୭ ଦିନ ଭିତରେ ପାଉଣା ପ୍ରଦାନ ପାଇଁ ପଦକ୍ଷେପ ନେବେ ଲିଖିତ ଚୁକ୍ତି କରିଥିଲେ ,ସବୁଠୁ ବଡ଼ କଥା ହେଉଛି ଲିକ୍ଵିଡିଟର ପ୍ରଶାସନ ପାଖରେ ଲିଖିତ ଚୁକ୍ତି କରିଥିଲେ ମଧ୍ୟ ପ୍ରଶାସନ ଏଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଚିନ୍ତାର ବିଷୟ ,ତେବେ ଜିଲ୍ଲା ପ୍ରଶାସନ ଚିନ୍ତାରେ କଲବଲ ହେଉଥିବା ଶ୍ରମିକ ,ଓ କର୍ମଚାରୀମାନଙ୍କ ପରିବାର ପ୍ରତି ସମ୍ବେଦନଶିଲ ହୋଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି ।

ସୁନ୍ଦରଗଡ଼ ରୁ ପପୁ ପ୍ରସାଦ ସିଂ, ଫୋକସ ପ୍ଲସ |

Related post

ଭତ୍ତା ଟଙ୍କାରୁ ବଞ୍ଚିତ ଅସହାୟ ବୃଦ୍ଧା

ଭତ୍ତା ଟଙ୍କାରୁ ବଞ୍ଚିତ ଅସହାୟ ବୃଦ୍ଧା

ଫୋକସ ପ୍ଲସ (ଦଶମନ୍ତପୁର) ୦୫/୦୭/୨୦୨୨: ଜଣେ ଅସହାୟ ବୃଦ୍ଧାଙ୍କ ଆଧାର କାର୍ଡ ନଥିବା ରୁ ଏକ ବର୍ଷ ହେଲା ପଞ୍ଚାୟତ ପକ୍ଷରୁ ଭତ୍ତା ଟଙ୍କା ଦିଆ ଯାଉନ ଥିବା…

ଜମି ବିବାଦକୁ ନେଇ ରକ୍ତାକ୍ତ ସଂଘର୍ଷ

ଫୋକସ ପ୍ଲସ (ଗଜପତି) ୦୫/୦୭/୨୦୨୨: ଗଜପତି ଜିଲ୍ଲା ମୋହନା ବ୍ଲକରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସରକାରୀ ଜମିକୁ ନେଇ ବାଦ ବିବାଦ ଓ ରକ୍ତାକ୍ତ ସଂଘର୍ଷ।…
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୯.୩୬ କୋଟି ଟଙ୍କା ମଞ୍ଜୁର

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୯.୩୬ କୋଟି ଟଙ୍କା ମଞ୍ଜୁର

ଫୋକସ ପ୍ଲସ (ଭୁବନେଶ୍ୱର) ୦୫/୦୭/୨୦୨୨: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ୫୫ ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ପାଇଁ ଦ୍ଵିତୀୟ…

Leave a Reply

Your email address will not be published.