
ପଦ୍ମଶ୍ରୀ ଉଚ୍ଛବ ଚରଣ ଦାସଙ୍କୁ ସମ୍ବର୍ଦ୍ଧନା
- ମନୋରଞ୍ଜନରାଜ୍ୟ
- June 17, 2022
- No Comment
- 92
ଫୋକସ ପ୍ଲସ ୧୭/୦୬/୨୨(ଟାଙ୍ଗୀ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 8ବର୍ଷ ସଫଳ ଶାସନ ପରିପ୍ରେକ୍ଷୀରେ ଦେଶବ୍ୟାପୀ ସେବା, ସୁଶାନ ଓ ଗରିବକଲ୍ୟାଣ କାର୍ଯ୍ୟକ୍ରମ କରାଯାଉଛି !ଏହି ଅବସରରେ ଚୌଦ୍ୱାର ବିଜେପି ମଣ୍ଡଳ ତରଫରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଈଛି !ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୟନ କିଶୋର ମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଦଳର ଜିଲ୍ଲା ସଭାପତି ପ୍ରକାଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଶ୍ରୀ ଦାସଙ୍କୁ ପୁଷ୍ପଗୁଚ୍ଛ,ଉତ୍ତରୀ, ଉପଢୌକନ ଓ ମାନପତ୍ରଦେଇ ସମ୍ବର୍ଦ୍ଧିତ କରିଥିଲେ ! ଉକ୍ତ କାର୍ଯ୍ୟକ୍ରମରେ ଇନ୍ଦ୍ରାଣୀପାଟଣା ସଭାପତି ଜୟନ୍ତ କୁମାର ସ୍ୱାଇଁ, ଚୌଦ୍ୱାର ମଣ୍ଡଳ ସଭାପତି କୈଳାଶ ଚନ୍ଦ୍ର ବେହେରା,ଜିଲ୍ଲା ସାଧାରଣ ସମ୍ପାଦକ ରାମ ନାରାୟଣ ମହାନ୍ତି,ଉପସଭାପତି ପ୍ରଶାନ୍ତ କୁମାର ହୋତା, ଜିଲ୍ଲା ସମ୍ପାଦକ ବୈରାଗୀ ଚରଣ ପ୍ରଧାନ, ଅଜିତ କୁମାର ସୁବୁଦ୍ଧିରାୟ, ସନ୍ତୋଷ ସାହୁ, ସଂଜିତ ମହାନ୍ତି,ଗୌତମ ସାହୁ,ଅନିଲ ଦଳାଇ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ କର୍ମକର୍ତ୍ତା ଯୋଗଦାନ କରିଥିଲେ |