
ଶବର ପଣ୍ଡିତ ମାଙ୍ଗାଇ ଗମାଙ୍ଗଙ୍କ ଜନ୍ମ ଜୟନ୍ତୀ ପାଳିତ
- ଆଞ୍ଚଳିକମନୋରଞ୍ଜନରାଜ୍ୟ
- June 17, 2022
- No Comment
- 70
ଫୋକସ ପ୍ଲସ ୧୭/୦୬/୨୨(ରାମନାଗୁଡା): ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ଗୁଲୁମୁଣ୍ଡା ପାକା ରେ ଗୁରୁବାର ଦିନ ୧୦୬ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ ହୋଇ ଯାଇଛି ।ସକାଳ ସମୟରେ ଶବର ସମ୍ପ୍ରଦାୟର ଶତାଧିକ ପୁରୁଷ ଓ ମହିଳାମାନେ ଏକତ୍ରୀତ ହୋଇ ପ୍ରଭାତ ଫେରି କରାଯାଇଥିବା ବେଳେ ଏହି ପୁଣ୍ୟ ତିଥି ଅବସରରେ ମହଂକାଳ କୁଡ଼ିଆ,ପଣସ ଗୁଡ଼ା, ସିନ୍ତାଳ ଗୁଡ଼ା,ଗୋଇଗୁଡା, ଗୁଲୁମୁଣ୍ଡା ପାକା, କୁଜେନ୍ଦ୍ରୀ ସମେତ ନିକଟସ୍ଥ ଗ୍ରାମ ମାନଙ୍କରୁ ପୁରୁଷ ଏବଂ ମହିଳା ଉପସ୍ଥିତହୋଇ ମାଡିର ଜାରାମ ଡିନ ନାଙ୍ଗ ତୁୟାଲ କହି ନଗର ପରିକ୍ରମା କରାଯାଇ ସ୍ବର୍ଗତ ଶବର ପଣ୍ଡିତ ମାଂଗାଇ ଗମାଙ୍ଗ ଙ୍କ ଫୋଟ ନିକଟରେ ପୂଜାର୍ଚ୍ଚନା କରାଯିବା ସହ ତାଙ୍କ ଜୀବନୀ ବିଷୟରେ ଆଲୋକ ପାତ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୁଲୁମୁଣ୍ଡା ସରପଞ୍ଚ ବିକ୍ରମ ଶବର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ସମିତି ସଭ୍ୟ ସୁରେନ୍ଦ୍ର ମାଣ୍ଡାଙ୍ଗି ଯୋଗ ଦେଇଥିଲେ ,ସେହିପରି କାହ୍ନୁ ଚରଣ ଗମାଙ୍ଗ,ଶ୍ରୀଙ୍ଗପାଇ ଶବର,ଗୁଣହାଇ ଶବର, ଏମ ଏମଭି ଏଲ ର ସମ୍ପାଦକ କୃଷ୍ଣ ଶବର ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।