
ଗୁଟଖା ବୋଝେଇ ପିକପ୍ ଭ୍ଯାନ ଜବତ
- ଅପରାଧରାଜ୍ୟ
- June 18, 2022
- No Comment
- 100
ଫୋକସ ପ୍ଲସ ୧୮/୦୬/୨୨ (ଗୁଣୁପୁର): ରାୟଗଡା ଜିଲ୍ଲା ଗୁଣୁପୁର ସହରର ବିକ୍ରମପୁର ଠାରେ ଏକ ଗୁଟଖା ବୋଝେଇ ପିକପ୍ ଭ୍ଯାନ ଜବତ କରାଯାଇଚି। ଏହି ଘଟଣା ଗତ କାଲି ଅପରାହ୍ନ ୪:୩୦ ସମୟରେ ହୋଇଥିଲେ ହେଁ ଗୁଣୁପୁର ଆଦର୍ଶ ଥାନା ପକ୍ଷରୁ ଗଣ ମାଧ୍ୟମକୁ କୌଣସି ସୂଚନା ଦିଆଯାଇ ନଥିଲା। ଥାନା ପକ୍ଷରୁ ଆଜି ରାତି ୮ ଘଣ୍ଟା ସମୟରେ ଏକ ପ୍ରେସ୍ ବିବୃତି ଦିଆଯାଇଥିଲେ ହେଁ ସେତିରେ ଗିରଫ ଆସାମୀଙ୍କ ନାମ ଉଲ୍ଲେଖ ନାହିଁ। ବିଶେଷ ସୂତ୍ରରୁ ଖବର ପାଇ ଗଣ ମାଧ୍ୟମ ପ୍ରତିନିଧି ମାନେ ଥାନା ଅଧିକାରୀଙ୍କୁ ଏ ସମ୍ପର୍କରେ ପଚାରି ଥିଲେ କିନ୍ତୁ ସେ କୌଣସି ସ୍ପଷ୍ଟ ସୂଚନା ଦେଇନଥିଲେ।ଜବତ ଗୁଟଖାର ମୂଲ୍ୟ ଆନୁମାନିକ ୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ଗୁଣୁପୁର ଥାନା ଅଧିକାରୀ ଜସ୍ଵନ୍ତ ହିଆଲ୍ କହିଛନ୍ତି I ଏହି ଘୁଟୁକା ବୋଝେଇ ଗାଡି ଗୁଣୁପୁରର ବିଶିଷ୍ଟ ବ୍ୟବସାୟୀଙ୍କ ସୁବୁଦ୍ଧି ଗୌରୀଙ୍କ ପୁଅ ସୁବୁଦ୍ଧି ଶିବାଙ୍କ ନାମରେ ରହିଚି। ଗିରଫ ଡ୍ରାଇଭଙ୍କ ନାମ କାମ ଦେବ ନାୟକ ବୟସ ୩୦ ଗ୍ରାମ ଚାନ୍ଦିଲି, ଗିରଫ ହେଲପର୍ ନାମ ସୁବୁନ୍ ଝଡ଼ି ବୟସ ୨୬ ଗ୍ରାମ ଚାନ୍ଦିଲି ଏବଂ ଶୁଭମ୍ ଅଗରୱାଲ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।
ଗୁଣପୁର ରୁ ପ୍ରଭାତ ମିଶ୍ର ଙ୍କ ରିପୋର୍ଟ ଫୋକସ୍ ପ୍ଳସ |