ବଜରଙ୍ଗ ଦଳ ଓ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ରାଷ୍ଟ୍ରପତିଙ୍କୁ ୮ଦଫା ଦାବିପତ୍ର ପ୍ରଦାନ

ବଜରଙ୍ଗ ଦଳ ଓ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ରାଷ୍ଟ୍ରପତିଙ୍କୁ ୮ଦଫା ଦାବିପତ୍ର ପ୍ରଦାନ

ଫୋକସ ପ୍ଲସ ୧୮/୦୬/୨୨ (ଅନୁଗୁଳ): ହାଇଦ୍ରାବାଦ ସାଂସଦ ତଥା ଏମଆଇଏମଆଇ ନେତା ଅସବୁଦିନ ୱାବେସି ଓଡ଼ିଶା ର ତଥା ହିନ୍ଦୁ ମାନଙ୍କର ଆରାଧ୍ୟ ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଦେଇଥିବା ଆପତ୍ତି ଜନକ ମନ୍ତବ୍ୟ ପ୍ରତିବାଦ ରେ ଆଜି ସ୍ଥାନୀୟ ଥାନା ଛକ ଠାରେ ଅନଗୁଳ ଜିଲ୍ଲା ବଜରଙ୍ଗ ଦଳର ଜିଲ୍ଲା ସଂଯୋଜକ ପ୍ରଭାତ ବାରିକ ଙ୍କ ନେତୃତ୍ୱରେ ଏକ ପ୍ରତିବାଦ ସଭାରେ ଓୱେସି ଙ୍କ ଗିରଫ ଓ କଡା କାର୍ଯ୍ୟାନୁଷ୍ଠାନ ଦାବିରେ ଏକ ପ୍ରତିନିଧି ଦଳ ଥାନା ଛକ ଠାରେ ପ୍ରତିବାଦ କରି ଏକ ଶୋଭାଯାତ୍ରାରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ବିଭିନ୍ନ ନାରାବାଜି ସହ ଯାଇ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳ ଙ୍କ ଜରିଆରେ ଏକ ଦାବିପତ୍ର ଦେବାସହ ଓୱେସି ଙ୍କ ଦ୍ୱାରା ଶ୍ରୀ ଜଗନ୍ନାଥ ମନ୍ଦିର ବିରୁଦ୍ଧରେ ଆପତ୍ତିଜନକ ଓ ବିବରନ୍ତିକର ମନ୍ତବ୍ୟ ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ଓ ଅଭିଯୋଗ କରିଥିଲେ କି ଗତ ଦୁଇ ଶୁକ୍ରବାର ରେ ଘଟିଯାଇଥିବା ଘଟଣା ବିଷୟରେ କିଛି ସେକୁଲାର ରାଜନୈତିକ ଦଳ ନିରବ ଦର୍ଶକ ସାଜିଛନ୍ତି । ଏଥିପାଇଁ ଦେଶର ସାମାଜିକ ସଦଭାଵ କ୍ଷୁର୍ଣ୍ଣ ହେବା ସହ ଜେହାଦି ମାନଙ୍କ ମନୋବଳ ବୃଦ୍ଧି ପାଉଛି ।ଯାହାଫଳରେ ଓଡ଼ିଶାର ଭଦ୍ରକ ପରି କିଛି ଜିଲ୍ଲାରେ ହିନ୍ଦୁ ପରିବାର ଙ୍କୁ ଘେରାବନ୍ଦୀ ଭୟଭୀତ କରାଇ ଆକ୍ରମଣ କରାଯାଉଛି । ଏବେ ସମ୍ପୁର୍ଣ୍ଣ ଦେଶରେ ହିନ୍ଦୁ ସମାଜ ଏହି ଆକ୍ରମଣରେ ଆହତ ଓ ଆକ୍ରୋଶ ରେ ଅଛି । ଗତ ଦୁଇ ଶୁକ୍ରବାର ର ଆକ୍ରମଣ କାରୀଙ୍କୁ ଚିହ୍ନଟ କରି ଦଣ୍ଡ ଦିଆଯାଉ । ସେମାନଙ୍କୁ ଉସୁକାଉ ଥିବା ନେତା ମାନଙ୍କ ବିରୁଦ୍ଧରେ ରାସୁକା ଲଗାଯାଇ ଗିରଫ କରାଯାଉ । ଯେଉଁ ମାନଙ୍କୁ ଧମକ ଦିଆଯାଇଛି ତାଙ୍କ ସୁରକ୍ଷା ନିଶ୍ଚିତ କରିବା ସହ ଧମକ ଦେଇଥିବା ଲୋକଙ୍କୁ ଗିରଫ କରାଯାଉ । ଯେଉଁ ମସଜିଦ ଓ ମଦ୍ରାସାରୁ ଭିଡ଼ ହୋଇ ଆକ୍ରମଣ କରାଗଲା ତାହା ଏନ ଆଇ ଏ ଦ୍ୱାରା ଯାଞ୍ଚ କରାଯାଉ । ତେଣୁ ଏନେଇ ଅନୁଗୋଳ ଥାନା ଛକଠାରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଜିଲ୍ଲା ପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ୮ ଦଫା ଦାବି ପ୍ରଦାନ କରାଯାଇଥିଲା । ଏଥିରେ ବଜରଙ୍ଗ ଦଳ ର ସହ ସଂଯୋଜକ ରାହୁଲ ଅନୁରାଗ , ବିଶ୍ବହିନ୍ଦୁ ପରିଷଦର ଜିଲ୍ଲା ସଭାପତି ସୁବାସ ଚନ୍ଦ୍ର ଗଡନାୟକ , ପ୍ରମୋଦ ମୋଦି , ରଣଜିତ୍ ଦାସ , ଲମ୍ବୋଦର ବେହେରା ,ବାବୁଲ ମହାପାତ୍ର, ବିଶୁ ସାହୁଙ୍କ ସମେତ ୫୦ ରୁ ଉର୍ଦ୍ଧ୍ବ କାର୍ଯ୍ୟକର୍ତା ଯୋଗ ଦେଇଥିଲେ ।

 

ଅନୁଗୋଳରୁ ସତ୍ୟଶମ୍ଭୁ ନାଏକ ରିପୋର୍ଟ ଫୋକସ୍ ପ୍ଲସ |

Related post

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଫୋକସ ପ୍ଲସ (ଲମତାପୁଟ) ୦୭/୦୭/୨୦୨୨: ଆଦିବାସୀ ଅଦ୍ୟୁଷିତ କୋରାପୁଟ ଜିଲ୍ଲା ଉପାନ୍ତ ଲମତାପୁଟ ବ୍ଲକ୍ ବାଲେଲ ପଞ୍ଚାୟତ ପିପଲପୁଟ ଗ୍ରାମର ଗୋରିବ ଆଦିବାସୀ ପରିବାରର ଯୁବକ ନକୁଳ ବଡନାୟକ…
ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ଫୋକସ ପ୍ଲସ (ଜଳେଶ୍ୱର) ୦୭/୦୭/୨୦୨୨: ହସପିଟାଲ ବେଡ୍ ରେ ପଡି ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ସ୍ବାମୀ , ଏପଟେ ସ୍ବାମୀ ଙ୍କ ଜୀବନ ବଞ୍ଚାଇବା ପାଂଇ…
ସମିତିର ସଭାପତି ଭାବେ ନିର୍ବାଚିତ ଗଗନ ବିହାରୀ ବାରିକ

ସମିତିର ସଭାପତି ଭାବେ ନିର୍ବାଚିତ ଗଗନ ବିହାରୀ ବାରିକ

ଫୋକସ ପ୍ଲସ (ଆଠମଲ୍ଲିକ) ୦୭/୦୭/୨୦୨୨: ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ଷୋଳପଦା ଅଂଚଳ ଆମ୍ବାସରମୁଣ୍ଡା ସେବା ସମବାୟ ସମିତିର ପ୍ରଥମ ପର୍ଯ୍ୟାୟ ଭୋଟ ମତଦାନ ଦିବସରେ ରେ ଗଗନ ବିହାରୀ…

Leave a Reply

Your email address will not be published.