
ଏବେବି ଆୟତ ହୋଇନାହିଁ ଚାତରା ଜଙ୍ଗଲର ନିଆଁ
- ଆଞ୍ଚଳିକମୁଖ୍ୟ ଖବରରାଜ୍ୟ
- June 19, 2022
- No Comment
- 75
ଫୋକସ ପ୍ଲସ (କୋଣାର୍କ)୧୯/୬/୨୦୨୨ : ତିନି ଦିନ କସରତ କରି ନିଆଁ କୁ ଅଗ୍ନିଶମ ବିଭାଗ ଆୟତ୍ତ କରିବା ପରେ ପୂର୍ଣ୍ଣବାର ନିଆଁ ଲାଗିବାକୁ ନେଇ ଚିନ୍ତାରେ ଏବେ ଗ୍ରାମବାସୀ।
ବାଲୁଖଣ୍ଡ ଅଭୟାରଣ୍ୟ କୁରୁଜଙ୍ଗ ନିକଟସ୍ଥ ବାବା ଦକ୍ଷିଣେଶ୍ୱର EDC ଅଧିନସ୍ଥ ହରିଣ ଖିଆ ଚାତରା ଜଙ୍ଗଲ ରେ ପୁଣି ଲାଗିଲା ନିଆଁ, ତିନି ଦିନ କସରତ କରି ନିଆଁ କୁ ଅଗ୍ନିଶମ ବିଭାଗ ଆୟତ୍ତ କରିବା ପରେ ପୂର୍ଣ୍ଣବାର ନିଆଁ ଲାଗିବାକୁ ନେଇ ଚିନ୍ତାରେ ଏବେ ଗ୍ରାମବାସୀ। ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ କୋଣାର୍କ ବନଖଣ୍ଡ ଅଧିକାରୀ ଓ ଗ୍ରାମବାସୀ ମିଳିତ ଭାବରେ ପ୍ରତି 20ପୁଟୁରେ ଜେସିପ୍ ସାହାର୍ଯ୍ୟ ରେ ଛୋଟ ଛୋଟ ଗଡିଆ ଖୋଳିବା ସମୟରେ। ଦେଖିବାକୁ ମିଳିଥିଲା ନିଆଁ ଜଳିବାର। ପୂର୍ବରୁ ନିଆଁ ଲାଗିଥିଲା ହରିଣ ଖିଆ ଚତରା ଅଞ୍ଚଳରେ ଏବେ ସେହି ଜଙ୍ଗଲ ର ୬ ନମ୍ବର ସେକ୍ସନ ରେ ନିଆଁ ଲାଗିବା ପରେ ସ୍ଥାନୀୟ କୁରୁଜଙ୍ଗ ଜନସାଧାରଣ ନିଆଁ କୁ ଆୟତ୍ତ କରିବା ପାଇଁ ଅଣ୍ଟା ଭିଡିଥିବା ବେଳେ ହାତରେ ବାଲିଟି ଧରି ଧାଇଁଛନ୍ତି ଜଙ୍ଗଲକୁ।ଲୋକେ କହିବା କଥା ପୂର୍ବରୁ ଜଙ୍ଗଲ ରେ ଲାଗିଥିବା ନିଆଁ ରୁ ଏହି ନିଆଁ ଲାଗିଥିବା ଅନୁମାନ କରାଯାଉଛି । ସେପଟେ ଗତକାଲି ରାତିରେ ରେ ଜେସିବି ସାହାର୍ଯ୍ୟ ରେ ଜଙ୍ଗଲ ଭିତରେ ପୋଖରୀ ଖୋଳା ଯାଇଥିଲେ ମଧ୍ୟ ପାଣିର ଅଭାବ ପରିଲକ୍ଷିତ ହେଉଛି । ଜଙ୍ଗଲରେ ଯାତାୟାତ ସୁବିଧା ନଥିବା ଯୋଗୁଁ ଜଙ୍ଗଲ ରେ ପାଣି ପହଞ୍ଚିବା କଷ୍ଟକର ବ୍ୟାପାର ବୋଲି ଦେଖିବାକୁ ମିଳିଛି।ଆଜକୁ 5ଦିନ ହେବ ନିଆଁ ଆୟତ୍ତ କରିବା ପାଇଁ ନାକେଦମ ହେଉଛନ୍ତି କୁରୁଜଙ୍ଗ ଗ୍ରାମବାସୀ। ସେପଟେ ପୁରୀ ବନଖଣ୍ଡ ଅଧିକାରୀ 5 ଦିନ ହେବ ନିଆଁକୁ ଆୟତ୍ତ କରିବାକୁ କୌଣସି ପଦକ୍ଷେପ ନେଉନଥିବା କହୁଛନ୍ତି
ବର୍ତ୍ତମାନ କୁରୁଜଙ୍ଗ ଜଙ୍ଗଲରୁ ଖରିପଦା ଜଙ୍ଗଲ ମୁଖ୍ୟ ନିଆଁ ହୋଇଛି। ପ୍ରାୟ 2 ଏକରରୁ ଅଧିକ ଜଙ୍ଗଲ ଜଳିବାରେ ଲାଗିଛି।ତୁରନ୍ତ ପୁରୀ ବନଖଣ୍ଡ ଅଧିକାରୀ ବା ବିଭାଗୀୟ ମନ୍ତ୍ରୀ ଦୃଷ୍ଟି ଆକର୍ଷଣ କରି ନିଆଁକୁ ଆୟତ କରିବାକୁ କୁରୁଜଙ୍ଗ ଗ୍ରାମବାସୀ ଦାବି କରିଛନ୍ତି।
କୋଣାର୍କ ରୁ ଆଶିଷ ରଞ୍ଜନ ମିଶ୍ର ।