ମୋବାଇଲ ଚୋରି କରିଥିବା ନାବାଳକ ଥାନାରେ ଅଟକ

ମୋବାଇଲ ଚୋରି କରିଥିବା ନାବାଳକ ଥାନାରେ ଅଟକ

ଫୋକସ ପ୍ଲସ (ଗଣିଆ) ୧୯/୬/୨୦୨୨ : ଗଣିଆରେ ଦିନକୁ ଦିନ ମୋବାଇଲ ଚୋରି ରାକେଟ ବୃଦ୍ଧି ପାଇବାରେ ଲାଗିଛି l ଦୀର୍ଘଦିନଧରି ମୋବାଇଲ ଚୋରିକରି ଲୁଟେରାମାନେ ଲୋକଙ୍କୁ ଚକମା ଦେବାସହ ପୋଲିସ ଆଖିରେ ଧୂଳିଦେଇ ଚାଲିଯାଉଥିଲେ l ରବିବାର ଦିନ ଗଣିଆ ବଜାରରେ ସାପ୍ତାହିକ ହଟା ଚାଲିଥିବା ସମୟରେ ଗୋଟିଏ ନାବାଳକ ମୋବାଇଲ ଚୋରିକରୁଥିବା ସମୟରେ ସ୍ଥାନୀୟ ଲୋକମାନଙ୍କ ଦ୍ଵାରା ଧରାପଡ଼ିଥିଲା l ସ୍ଥାନୀୟ ଲୋକମାନେ ଉକ୍ତ ନାବାଳକକୁ ଗଣିଆ ଥାନାରେ ଜିମା ଦେଇଥିବା ଜଣାପଡିଛି l ସୂଚନା ଥାଉକି ଖୋର୍ଦ୍ଧା ଜିଲ୍ଲା ବାଂକୋଇ ଗ୍ରାମର ସୁଶାନ୍ତ କୁମାର ସୁବୁଦ୍ଧି ଏବଂ ଅନ୍ୟଜଣେ ବୌଦ୍ଧ ଜିଲ୍ଲା କୁମାରୀ ଗ୍ରାମର ସଞ୍ଜୟ ପ୍ରଧାନ ଦୁଇଜଣ ବ୍ୟକ୍ତି ଗଣିଆ ହାଟରୁ ପରିବା କିଣୁଥିବା ସମୟରେ କେହିଜଣେ ଦୁର୍ବୁତ୍ତ ସେମାନଙ୍କର ମୋବାଇଲ ଚୋରିକରିଥିବା ନେଇ ଗଣିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ତେବେ ଥାନାରେ ଅଟକଥିବା ନାବାଳକ ଜଣକ ଗଞ୍ଜାମ ଜିଲ୍ଲା ଆସ୍କା ଅଂଚଳର ପ୍ରେମ କୁମାର ବୟସ 10 ବର୍ଷ ବୋଲି ଜଣାପଡିଛି l ଏହି ମୋବାଇଲ ଚୋରୀରେ ନାବାଳକ ଜଣକ ଏକା ନା ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହା ତଦନ୍ତ କଲେ ଜଣାପଡିବ ବୋଲି ଥାନାଅଧିକାରୀ ବିମଳ କୁମାର ମଲ୍ଲିକ ସୂଚନା ଦେଇଛନ୍ତି l ତେବେ ଗଣିଆ ପୋଲିସ ମୋବାଇଲ ଚୋରି ରାକେଟର ସନ୍ଧାନ ପାଉଛି କି ନାହିଁ ତାହା ଦେଖିବାକୁ ବାକି ରହିଲା l

ସମୀର କୁମାର ବେହେରାଙ୍କ ରିପୋର୍ଟ ଫୋକସ ପ୍ଲସ l

Related post

ବନ ବିଭାଗ ର ନିଷ୍କ୍ରିୟତା, ବୃଦ୍ଧି ପାଉଛି ବେଆଇନ କରତକଳ

ବନ ବିଭାଗ ର ନିଷ୍କ୍ରିୟତା, ବୃଦ୍ଧି ପାଉଛି ବେଆଇନ କରତକଳ

ଫୋକସ ପ୍ଲସ (ନିମାପଡ଼ା) ୦୭/୦୭/୨୦୨୨: ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ, ଅସ୍ତରଙ୍ଗ ଓ ଗୋପ ବନାଞ୍ଚଳ ରେଞ୍ଜର ଙ୍କ ନିଷ୍କ୍ରିୟତା କାରଣ ରୁ ନିମାପଡା, ଗୋପ, ତୁଳସୀପୁର, ଆମ୍ପୋର,ବେଲପଡା,…
ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଫୋକସ ପ୍ଲସ (ଲମତାପୁଟ) ୦୭/୦୭/୨୦୨୨: ଆଦିବାସୀ ଅଦ୍ୟୁଷିତ କୋରାପୁଟ ଜିଲ୍ଲା ଉପାନ୍ତ ଲମତାପୁଟ ବ୍ଲକ୍ ବାଲେଲ ପଞ୍ଚାୟତ ପିପଲପୁଟ ଗ୍ରାମର ଗୋରିବ ଆଦିବାସୀ ପରିବାରର ଯୁବକ ନକୁଳ ବଡନାୟକ…
ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ଫୋକସ ପ୍ଲସ (ଜଳେଶ୍ୱର) ୦୭/୦୭/୨୦୨୨: ହସପିଟାଲ ବେଡ୍ ରେ ପଡି ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ସ୍ବାମୀ , ଏପଟେ ସ୍ବାମୀ ଙ୍କ ଜୀବନ ବଞ୍ଚାଇବା ପାଂଇ…

Leave a Reply

Your email address will not be published.