ଯୋଜନା ନାଁରେ ଆତ୍ମ ପ୍ରଚାର

ଯୋଜନା ନାଁରେ ଆତ୍ମ ପ୍ରଚାର

ଫୋକସ ପ୍ଲସ ୨୦/୦୬/୨୨(ଟାଙ୍ଗୀ): ଚୌଦ୍ୱାର ପୌରପାଳିକା ଦୁର୍ନୀତି ପାଇଁ ବାରମ୍ବାର ଚର୍ଚ୍ଚାରେ ରହିଆସିଛି । ମାସକ ପୂର୍ବରୁ ପୌରପାଳିକାର ନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀଙ୍କ ଟୁର ବିଲ ଦୁର୍ନୀତି ଉପରୁ ସମ୍ପୂର୍ଣ୍ଣ ପରଦା ନ ହଟିଥିବା ବେଳେ ତା ୨/୬/୨୦୨୨ରିଖରେ ସୂଚନା ଅଧିକାରୀ କର୍ମୀ ମନୋଜ ସାହୁ ଓ ଶ୍ରୀକାନ୍ତ ପାକଳ ଚୌଦ୍ୱାର ପୌରପାଳିକାରେ ଉର୍ନତି ଯୋଜନାରେ ଅଧ କୋଟି ଟଙ୍କାର ଘୋଟଲା ହୋଇଥିବା ନେଇ ଲୋକାଯୁକ୍ତରେ ମାମଲା ଦାୟର କରିଛନ୍ତି । ଏହାରୀ ଭିତରେ ଆଉ ଏକ ଅଭିଯୋଗ ଫର୍ଦ ଯୋଡି ହୋଇଯାଇଛି ଚୌଦ୍ୱାର ପୌରପାଳିକା ବିପକ୍ଷରେ, ଅଭିଯୋଗ କରିଛନ୍ତି ସୂଚନା ଅଧିକାରୀ କର୍ମୀ ମନୋଜ ସାହୁଙ୍କ କହିବା ମୁତାବକ ଗତ ୮/୫/୨୦୨୨ତାରିଖରେ ଏକ ନିର୍ଦ୍ଧିଷ୍ଟ ଖବର କାଗଜରେ ପ୍ରକାଶ ପାଇଥିଲା ଯେ ପୌରପାଳିକାର ୧୮ନଂ ୱାର୍ଡରେ ରହୁଥିବା ବହୁ ଭୂମିହୀନ ମାନଙ୍କ ମଧ୍ୟରୁ ୮୫ଜଣଙ୍କୁ ଚିହ୍ନଟ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରମାଣପତ୍ର ଦିଆଯାଈଛି ବହୁତ ଜଲଦି ସେହି ହିତାଧିକାରୀ ମାନଙ୍କ ବ୍ୟାଙ୍କ ଖାତାକୁ ଦୁଇ ଲକ୍ଷ୍ୟ ଚାଳିଶି ହଜାର ଟଙ୍କା ଆସିବ । କିନ୍ତୁ ପିଏମଏୱାଇ ରେ କେନ୍ଦ୍ର ସରକାର ଦୁଇ ଲକ୍ଷ ଟଙ୍କା ଦେବାର ନିୟମ ଅଛି କିନ୍ତୁ ଏଠି ପ୍ରଶ୍ନ ଉଠେ ହିତାଧିକାରୀ ମାନଙ୍କୁ ଜାଗାମିଶନ -୧୭ରେ ପଟ୍ଟା ମିଳିନଥିବା ବେଳେ ହିତାଧିକାରୀମାନେ କେଉଁ ଜାଗାରେ ଘର କରିବେ ? ଖାଲି ଏତିକି ନୁହେଁ ଖବରକାଗଜରେ ପ୍ରକାଶ ପାଇଥିଲା କି ପୌରପାଳିକାର ନିର୍ବାହୀ ଅଧିକାରୀ ପବିତ୍ର ବେହେରା ଓ ନଗରପାଳ ମାନସୀ ସ୍ବର୍ଣ୍ଣପ୍ରଭା ସାମଲଙ୍କ ଉପସ୍ଥିତିରେ ଉପନଗରପାଳ ଶୁଭେନ୍ଦୁ ସାମଲ ୧୮ନମ୍ବର ୱାର୍ଡକୁ ପୋଷ୍ୟ ୱାର୍ଡ ଭାବେ ଗ୍ରହଣ କଲେ ବୋଲି ଘୋଷଣା କରିଛନ୍ତି । ଏହାର ସତ୍ୟତା ଜାଣିବା ପାଇଁ ମନୋଜ ସାହୁ ପୌରପାଳିକାକୁ ଉକ୍ତ ଖବରକାଗଜର ଫୋଟ କପି ସ୍ନଲଗ୍ନ କରି ପୋଷ୍ୟ ୱାର୍ଡ ସମ୍ୱନ୍ଧରେ ତଥ୍ୟ ମାଗିବାରୁ ପୌରପାଳିକା ଲିଖିତ ତଥ୍ୟ ଦେଲେ ଯେ, ରାଜ୍ୟ ସରକାରଙ୍କ ନିୟମ ଅନୁଯାଇ ଉପନଗରପାଳ ପୌରପାଳିକାର କୌଣସି ୱାର୍ଡକୁ ପୋଷ୍ୟ ୱାର୍ଡ ଭାବେ ଗ୍ରହଣ କରିବାର କ୍ଷମତା ନାହିଁ । ଏଠି ସାଧାରଣ ପ୍ରଶ୍ନ ଉଠୁଛି ଯଦି ପୌରପାଳିକା ଦେଇଥିବା ରିପୋର୍ଟ ସତ୍ୟ ତାହେଲେ ଖବରକାଗଜ ବାହାରିବା ପଛରେ କୋଉ ଅଦୃଶ୍ୟ ବ୍ୟକ୍ତି ଏହା ପଛରେ ଅଛି । ଏହା କେବଳ ଯୋଜନା ନାଁରେ ନିଜର ଆତ୍ମପ୍ରଚାର ଚାଲିଛି । ଅନ୍ୟ ପଟେ ପୌରପାଳିକାର ନିର୍ବାହୀ ଅଧିକାରୀ ଆଗାମୀ ୨୦୨୪ ନିର୍ବାଚନରେ ବିଜେଡିକୁ ଜିତେଇବା ପାଇଁ ଭୋଟର ମାନଙ୍କୁ ଆକୃଷ୍ଟ କରୁ ନାହାଁନ୍ତି ତ ? କିମ୍ବା କିଛି ମାସ ହେବ ପୌରପାଳିକା ଦୁର୍ନୀତି ର ଗନ୍ତାଘର ପାଲଟିଛି ବୋଲି ଯେଉଁ ଅଭିଯୋଗ ଆସୁଛି ସେଥିରୁ ଧ୍ୟାନ ହଟେଇଵା ପାଇଁ ଏଭଳି ନିଜ ସପକ୍ଷରେ ଖବର ଛାପିବାର ବିଶେଷ ପ୍ରୟାସ ନୁହେଁତ ? ଏ ସବୁ ପ୍ରଶ୍ନ ସୂଚନାଅଧିକାର କର୍ମୀ ମାନଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବାର ଦେଖା ଯାଉଛି ।ଏବେ ଆରଟିଆଇ ମାଧ୍ୟମରେ ଜଣାପଡିଲା ଯେ ସରକାରଙ୍କ ନିୟମକୁ ଉଲଂଘନ କରି ସରକାରୀ କାଗଜପତ୍ର ୨୦୧୭ଜାଗାମିଶନରେ ହକଦାର ଥିବା ୱାର୍ଡ ନମ୍ବର ୧,୨,୩,୪ ବସ୍ତିକୁ ବାଦ ଦେଇ ୨୦୧୯ ରେ ହୋଇଥିବା ଏକ ଜବରଦଖଲ ଜମିକୁ କିଛି ଜମିମାଫିଆଙ୍କ ଦ୍ୱାରା ବିକ୍ରି କରା ଯାଇ ନୂଆ କରି ତିଆରି ହୋଇଥିବା ବସ୍ତିକୁ ଜାଗାମିଶନ ତାଲିକାରେ ଯୋଡ଼ାଯାଇଛି । ଏହି ନୂଆ ବସ୍ତିକୁ କେଉଁ ଆଧାରରେ ଜାଗାମିଶନରେ ସାମିଲ କରାଗଲା ବୋଲି ଜନ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏହା ଉପରେ ଉପଯୁକ୍ତ ତଦନ୍ତ ହୋଇ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ଚୌଦ୍ୱାର ବାସୀ ଦାବି କରିଛନ୍ତି ।

Related post

ବନ ବିଭାଗ ର ନିଷ୍କ୍ରିୟତା, ବୃଦ୍ଧି ପାଉଛି ବେଆଇନ କରତକଳ

ବନ ବିଭାଗ ର ନିଷ୍କ୍ରିୟତା, ବୃଦ୍ଧି ପାଉଛି ବେଆଇନ କରତକଳ

ଫୋକସ ପ୍ଲସ (ନିମାପଡ଼ା) ୦୭/୦୭/୨୦୨୨: ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ, ଅସ୍ତରଙ୍ଗ ଓ ଗୋପ ବନାଞ୍ଚଳ ରେଞ୍ଜର ଙ୍କ ନିଷ୍କ୍ରିୟତା କାରଣ ରୁ ନିମାପଡା, ଗୋପ, ତୁଳସୀପୁର, ଆମ୍ପୋର,ବେଲପଡା,…
ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଫୋକସ ପ୍ଲସ (ଲମତାପୁଟ) ୦୭/୦୭/୨୦୨୨: ଆଦିବାସୀ ଅଦ୍ୟୁଷିତ କୋରାପୁଟ ଜିଲ୍ଲା ଉପାନ୍ତ ଲମତାପୁଟ ବ୍ଲକ୍ ବାଲେଲ ପଞ୍ଚାୟତ ପିପଲପୁଟ ଗ୍ରାମର ଗୋରିବ ଆଦିବାସୀ ପରିବାରର ଯୁବକ ନକୁଳ ବଡନାୟକ…
ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ଫୋକସ ପ୍ଲସ (ଜଳେଶ୍ୱର) ୦୭/୦୭/୨୦୨୨: ହସପିଟାଲ ବେଡ୍ ରେ ପଡି ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ସ୍ବାମୀ , ଏପଟେ ସ୍ବାମୀ ଙ୍କ ଜୀବନ ବଞ୍ଚାଇବା ପାଂଇ…

Leave a Reply

Your email address will not be published.