୬୪୯ କିଲୋ ୭୦୦ ଗ୍ରାମ ଗଞ୍ଜେଇ ଜବତ, ତିନି ଗିରଫ

୬୪୯ କିଲୋ ୭୦୦ ଗ୍ରାମ ଗଞ୍ଜେଇ ଜବତ, ତିନି ଗିରଫ

ଫୋକସ ପ୍ଲସ ୨୧/୦୬/୨୦୨୨(କୋରାପୁଟ):କୋରାପୁଟ ଜିଲ୍ଲା ପଟାଙ୍ଗୀ ପୋଲିସକୁ ମିଳିଛି ଏକ ବଡ଼ ସଫଳତା।ପଟାଙ୍ଗୀ ପୋଲିସ ଗଞ୍ଜେଇ ଚୋରା ଚାଲାଣକୁ ପୋଣ୍ଡ କରିବାରେ ସଫଳ ହୋଇଛି।ଏକ ହେଚ୍.ଆର୍.୩୮ଏସ୍ ୬୫୮୪ ଟାଟା କଣ୍ଟେନୋର୍ ଟ୍ରକ ଏବଂ ଏକ ରେନାଉଲ୍ଟ କିଗର୍ ନମ୍ବର ବିହିନ କାର ୨୬ ନମ୍ବର ଜାତୀୟ ରାଜପଥ କୁନ୍ଦୁଲି ଦେଇ ସୁଙ୍କି ଅଭିମୁଖେ ଗଞ୍ଜେଇ ବୋଝେଇ ହୋଇ ବାହାର ରାଜ୍ୟକୁ ଚୋରା ଚାଲାଣ ବେଳେ କୈାଣସି ଏକ ବିଶେଷ ସୂତ୍ରରୁ ଖବର ପାଇ ପଟାଙ୍ଗୀ ପୋଲିସ ପଟାଙ୍ଗୀ ଅଞ୍ଚଳର ପଡାଲ ଗୁଡା ସ୍ଥିତ ଭଗବାନ ଢାବା ନିକଟରେ ଟ୍ରକ ଏବଂ କାର୍ କୁ ଅଟକ ରଖିଥିଲେ। ଏବଂ ଟ୍ରକଟିକୁ ଯାଞ୍ଚ୍ କରିବା ବେଳେ ଟ୍ରକ୍ ରେ ୧୩୧ ବସ୍ତା ଗଞ୍ଜେଇ ଜବତ କରିଥିଲା ପଟାଙ୍ଗୀ ପୋଲିସ। ଟ୍ରକରେ ସମୁଦାୟ ୬୪୯ କେଜି ୭୦୦ ଗ୍ରାମ ଗଞ୍ଜେଇ ବୋଝେଇ ହୋଇ ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଥିବା ପଟାଙ୍ଗୀ ପୋଲିସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଟ୍ରକର ଡ୍ରାଇଭର ଓ ହେଲପର୍ ସମେତ କାର ଡ଼୍ରାଇଭରଙ୍କୁ ମଧ୍ୟ ଗିରଫ କରିଛି ପୋଲିସ। ଜବତ ହୋଇଥିବା ଗଞ୍ଜେଇ ଉତ୍ତର ପ୍ରଦେଶର ଆଲ୍ଲିଗଡ ଚୋରା ଚାଲାଣ ହେଉଥିବା ପୋଲିସ ସୂଚନା ଦେଇଛି । ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ଗୋଟିଏ ଅପୋ ରେନୋ ୫ ଜି ମୋବାଇଲ ଫୋନ, ଗୋଟିଏ ଆଇଟେଲ କିପେଡ୍ ଫୋନ, ଏବଂ ୨୦୨୦ ନଗଦ ଟଙ୍କା ଜବତ କରିଥିବା ଗଣମାଧ୍ୟମକୁ ପୋଲିସ ସୂଚନା ଦେଇଛି। ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ଉତ୍ତର ପ୍ରଦେଶର ପ୍ରେମ ଶଙ୍କର ଶର୍ମା,ନିରଜ ଶର୍ମା, ଏବଂ କୋରାପୁଟ ଗଙ୍ଗାରାଜପୁର ପୁରୁଣା ସାହିର ରମେଶ ବାଙ୍କା ବୋଲି ଜଣାପଡିଛି। ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କୁ ପୋଲିସ ୮୯/୨୦୨୨ ରେ କେସ୍ ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି।

କୋରାପୁଟରୁ କୁନା ଖରା ଙ୍କ ରିପୋର୍ଟ ଫୋକସ ପ୍ଲସ |

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *