ନର୍ଲା କଂଗ୍ରେସ ର ବିକ୍ଷୋଭ ପ୍ରଦର୍ଶନ

ନର୍ଲା କଂଗ୍ରେସ ର ବିକ୍ଷୋଭ ପ୍ରଦର୍ଶନ

ଫୋକସ ପ୍ଲସ ନର୍ଲା/୨୦/୦୬:- କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଇଡି ର ଜେରା କୁ ନେଇ ଗତକାଲି ସୋମବାର ସାରା ରାଜ୍ୟରେ ରାଜ୍ୟ କଂଗ୍ରେସ ବିକ୍ଷୋଭ ଡାକରା ଦେଇଥିଲା | ରାଜ୍ୟ କଂଗ୍ରେସ ର ବନ୍ଦ ଡାକରାରେ ଜିଲ୍ଲା ସମେତ ନର୍ଲାରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା | ନର୍ଲା ବ୍ଲକ ସଭାପତି ସମୀର କୁମାର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଏହି ବିରୋଧ ପ୍ରଦର୍ଶନ ଅନୁଷ୍ଠିତ ହେଇଥିଲା l ଶିଶୁ ମନ୍ଦିର ଚାରି ଛକ ରୁ ରାଲି ବାହାରି ନର୍ଲା ପୋଷ୍ଟ ଅଫିସ କୁ ଯାଇଥିଲା l ହେଲେ ଆଶ୍ଚର୍ଯ୍ୟ ର ବିଷୟ ଏତେ ବଡ଼ ଜାତୀୟ କଂଗ୍ରେସ ଦଳ ନର୍ଲାରେ ମାତ୍ର ହାତ ଗଣତି ୭ ରୁ ୮ ଜଣ କାର୍ଯ୍ୟକର୍ତ୍ତା କୁ ନେଇ ଏହି ଭିକ୍ଷୋଭ ପ୍ରଦର୍ଶନ କରିଥିଲା | ନର୍ଲା କଂଗ୍ରେସ ର ଏଭଳି ଦୟନୀୟ ପରିସ୍ଥିତି ଦେଖି କଂଗ୍ରେସ ସମର୍ଥକ ମାନେ ମୁହଁ ଘୋଡେଇ ଦେଇଥିଲେ । ରାଲିରେ ସାମିଲ ରହିଥିବା କିଛି ବରିଷ୍ଠ କଂଗ୍ରେସ କର୍ମୀ ଙ୍କ ପାଦ ଉଠୁ ନଥିଲା । ଦିନ ଥିଲା ନର୍ଲା ରେ କଂଗ୍ରେସ ସଙ୍ଗଠନ ବେଶ୍ ମଜବୁତ୍ ରହିଥିଲା l ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ର ସଂଗଠନ ଆଗରେ ମୁଣ୍ଡ ନୁଆଉଥିଲା ଶାସକ ଦଳ । ହେଲେ ନେତୃତ୍ୱ ର ଅଭାବ ଯୋଗୁ ଧୀରେ ଧୀରେ ନର୍ଲା ରେ କଂଗ୍ରେସ ର ପତନ ହେବାରେ ଲାଗିଛି l ନର୍ଲା ଯୁବ କଂଗ୍ରେସ ର ମୁଖ୍ୟ ଚେହେରା ନୀରାଜ ଶର୍ମା ଓ ଦୀପୁ ପାତ୍ର ମଧ୍ୟ ଆଜିର ଏହି ବିକ୍ଷୋଭ ପ୍ରଦର୍ଶନ ରେ ଗାୟବ ରହିଲେ l ଏହାର କାରଣ କଣ ହେଇପାରେ ବୋଲି ଦଳୀୟ କାର୍ଯ୍ୟକର୍ତ୍ତା ଙ୍କ ମଧ୍ୟରେ ବେଶ୍ ଆଲୋଚନା ହେଉଛି l ଯୁବ ଗୋଷ୍ଠିଙ୍କ କହିବା ଅନୁଯାୟୀ କୌଣସି କାର୍ଯ୍ୟକର୍ତ୍ତା ଙ୍କୁ ସୂଚନା ନ ଦେବା ଓ କାର୍ଯ୍ୟକ୍ରମ ବାବଦରେ କୌଣସି ପୂର୍ବ ପ୍ରସ୍ତୁତି ନକରି ଦଳୀୟ ସମସ୍ତ କାର୍ଯ୍ୟକ୍ରମ କୁ ଖାମଖିଆଲି ଓ ଦାଇତ୍ଵହୀନ ଭାବରେ କରାଯାଉଥିବାରୁ ନର୍ଲା ରେ କଂଗ୍ରେସ ସଂଗଠନ ରସାତଳଗାମୀ ହେବାରେ ଲାଗିଛି ବୋଲି ନର୍ଲା ର ପୁରୁଣା କଂଗ୍ରେସ କର୍ମୀ ମତବ୍ୟକ୍ତ କରୁଥିବା ଶୁଣିବାକୁ ମିଳୁଛି । ଗତ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ର ଜିଲ୍ଲା ମୁଖିଆଙ୍କ ଦୂରଦୃଷ୍ଟି ଅଭାବ ଯୋଗୁଁ ନର୍ଲାର ୫୦୦ ରୁ ଉର୍ଦ୍ଧ୍ବ ବହୁ ଅନୁଭବୀ କଂଗ୍ରେସ କର୍ମୀ ଦଳ ଛାଡିଥିଲେ । ଏହାପରେ ନର୍ଲା ରେ କଂଗ୍ରେସ ଦଳ ର ସ୍ଥିତି ଯାହାତ ରହିଥିଲା । ୨୦୧୯ ରେ ଜଣେ ଅନଭିଜ୍ଞ ଯୁବକଙ୍କୁ ନର୍ଲା କଂଗ୍ରେସ ର ମଙ୍ଗ ଧରେଇ ଦେବାରୁ ନର୍ଲା ରେ କଂଗ୍ରେସ ର ସ୍ଥିତି ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହେବାକୁ ବସିଛି । ଦଳୀୟ କର୍ମକର୍ତ୍ତା ଓ କର୍ମୀ ଙ୍କୁ ରୁକ୍ଷ ବ୍ୟବହାର ପ୍ରଦର୍ଶନ କରିବା । ଦଳକୁ ଭୁଲ ଦିଗରେ ନେବା । ଦଳୀୟ କର୍ମୀ ଙ୍କୁ ହୀନ ଦୃଷ୍ଟିରେ ଦେଖିବା ଭଳି ଅନେକ ଅଭିଯୋଗ କରୁଛନ୍ତି ଦଳୀୟ କର୍ମୀ । କଂଗ୍ରେସ ର ଗଡ଼ କୁହାଯାଉଥିବା ନର୍ଲାରେ ଏବେ କଂଗ୍ରେସ ସଂଗଠନ ଭୁଶୁଡି ପଡିଛି । ଏବେ ମଧ୍ୟ ସମୟ ଅଛି । ନର୍ଲାରେ କଂଗ୍ରେସ ସଙ୍ଗଠନକୁ ସଜାଡ଼ିବା ପାଇଁ ଏକ ମଜବୁତ ଯୁବ ନେତୃତ୍ବର ଆବଶ୍ୟକ ରହିଛି । ଏଣୁ ଜିଲ୍ଲା କଂଗ୍ରେସ ର ମାର୍ଗଦର୍ଶକ ରହିଥିବା ବହୁ ଅନୁଭବୀ କଂଗ୍ରେସ ର ବରିଷ୍ଠ ନେତା ମାନ୍ୟବର ଭକ୍ତ ଦାସ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ନର୍ଲା କଂଗ୍ରେସ କୁ ପୁନରୁଦ୍ଧାର କରନ୍ତୁ ବୋଲି ନର୍ଲା ର ବରିଷ୍ଠ କଂଗ୍ରେସ କର୍ମୀ ଆକୁଳ ନିବେଦନ କରିଥିବା ଜଣାପଡିଛି ।

କଳାହାଣ୍ଡି ରୁ ରଞ୍ଜନ କୁମାର ମହାନ୍ତି ଫୋକସ ପ୍ଲସ

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *