ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ

ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ

ଫୋକସ ପ୍ଲସ (ମହାକାଳପଡ଼ା) ୨୧/୦୬/୨୦୨୨ : ବିଭିନ୍ନ ପ୍ରକାର ର ସମସ୍ୟା କୁ ଶୁଣିବାକୁ ପଞ୍ଚାୟତ ବାସୀଙ୍କ ପାଖରେ ପହଞ୍ଚି ଲେ 5T ପ୍ରଶାସନ । ଯେତେବେଳେ ସରକାର ବିଭିନ୍ନ ପ୍ରକାରର ବହୁମୁଖି ଯୋଜନା ରୂପାୟନ କରନ୍ତି ଜନସାଧାରଣ ଙ୍କ ପାଇଁ ସେତେବେଳେ ଜିଲ୍ଲା ପ୍ରଶାସନ ଏବଂ ବ୍ଲକ ପ୍ରଶାସନ ସମସ୍ତ ଜନତା ଙ୍କ ପାଖରେ କିଭଳି ଭାବେ ଏହି ସେବା ପହଞ୍ଚି ପାରିବ ତାହା ଉପରେ ନଜର କରି ସମସ୍ତ ପଞ୍ଚାୟତର ଜନପ୍ରତିନିଧି ମାନଙ୍କ ସହୋଜୋଗ ରେ ପଞ୍ଚାୟତ ବାସୀଙ୍କ ପାଇଁ ପଲ୍ଲୀରେ 5T ପ୍ରଶାସନ ଭଳି ଏକ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉ ଅଛି । ଯାହା ଦେଖିବାବୁ ମିଳିଥିଲା କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ର ଦେଉଳପଡା ଗ୍ରାମ ପଞ୍ଚାୟତରେ । ଜିଲ୍ଲା ପ୍ରଶାସନ ଏବଂ ବ୍ଲକ ଅଧିକାରୀଙ୍କ ଉପସ୍ଥିତିରେ ସ୍ବାସ୍ଥ୍ୟ ବିଭାଗ , ପ୍ରାଣୀ ବିଭାଗ , ରାଜସ୍ବ ବିଭାଗ , କୃଷି ବିଭାଗ , ଶିଶୁକଲ୍ୟାଣ ବିଭାଗ ଏବଂ ଆଧାର କାର୍ଡ ସଂଶୋଧନ ଭଳି ବିଭିନ୍ନ ବିଭାଗ ଆସି ଲୋକମାନଙ୍କ ପାଖରେ ପହଞ୍ଚି ତାଙ୍କ ସୁବିଧା ଆସୁବିଧା ଉପରେ ଅଭିଯୋଗ ଗ୍ରହଣ କରିଥିଲେ । ଏଥିସହିତ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା , ଖାଉଟି କଲ୍ୟାଣ ଯୋଜନାରେ ଲୋକ ମାନଙ୍କର ନାମ ନଥିବା ଅଭିଯୋଗ କରିଥିଲେ । ମହାକାଳପଡ଼ା ବ୍ଲକ ର ମଣ୍ଡଳ ଅଧିକାରୀ ଶ୍ରୀଯୁକ୍ତ ଦେବାଶିଷ ରାଉତ ଉପସ୍ଥିତ ଥିବା ଲୋକ ମାନଙ୍କୁ ସମସ୍ତ ଯୋଜନାରେ ନିୟମ ଅନୁଯାୟୀ ସମସ୍ତଙ୍କୁ ରଖାଯିବ ।ସେହି ଜନଶୁଣାଣୀ କାର୍ଯ୍ୟକ୍ରମରେ ଦେଉଳପଡା ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ନିବେଦିତା ଦାସ,ପୂର୍ବତନ ସରପଂଚ ଦେବଦତ୍ତ ପରିଡ଼ା ୧୯ ନମ୍ବର ଜୋନର ଜିଲ୍ଲାପରିଷଦ ସସ୍ମିତା ସ୍ବାଇଁ ଓ ତହସିଲଦାର ସୌଭାଗ୍ୟ ରଞ୍ଜନ ପଣ୍ଡା ଜନପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ। ରିପୋର୍ଟ ।

ମହାକାଳପଡ଼ା ରୁ ସମୀର ପ୍ରସାଦ ଙ୍କ ରିପୋର୍ଟ ଫୋକସ ପ୍ଲସ।

 

Related post

ବନ ବିଭାଗ ର ନିଷ୍କ୍ରିୟତା, ବୃଦ୍ଧି ପାଉଛି ବେଆଇନ କରତକଳ

ବନ ବିଭାଗ ର ନିଷ୍କ୍ରିୟତା, ବୃଦ୍ଧି ପାଉଛି ବେଆଇନ କରତକଳ

ଫୋକସ ପ୍ଲସ (ନିମାପଡ଼ା) ୦୭/୦୭/୨୦୨୨: ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ, ଅସ୍ତରଙ୍ଗ ଓ ଗୋପ ବନାଞ୍ଚଳ ରେଞ୍ଜର ଙ୍କ ନିଷ୍କ୍ରିୟତା କାରଣ ରୁ ନିମାପଡା, ଗୋପ, ତୁଳସୀପୁର, ଆମ୍ପୋର,ବେଲପଡା,…
ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଫୋକସ ପ୍ଲସ (ଲମତାପୁଟ) ୦୭/୦୭/୨୦୨୨: ଆଦିବାସୀ ଅଦ୍ୟୁଷିତ କୋରାପୁଟ ଜିଲ୍ଲା ଉପାନ୍ତ ଲମତାପୁଟ ବ୍ଲକ୍ ବାଲେଲ ପଞ୍ଚାୟତ ପିପଲପୁଟ ଗ୍ରାମର ଗୋରିବ ଆଦିବାସୀ ପରିବାରର ଯୁବକ ନକୁଳ ବଡନାୟକ…
ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ଫୋକସ ପ୍ଲସ (ଜଳେଶ୍ୱର) ୦୭/୦୭/୨୦୨୨: ହସପିଟାଲ ବେଡ୍ ରେ ପଡି ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ସ୍ବାମୀ , ଏପଟେ ସ୍ବାମୀ ଙ୍କ ଜୀବନ ବଞ୍ଚାଇବା ପାଂଇ…

Leave a Reply

Your email address will not be published.